Saturday, March 1, 2025
ନିଆଁ ଲାଗି ଜଳିଗଳା ଟ୍ରାକ୍ଟର-ବାଇକ୍ ସମେତ କପା ଅମଳ ମେସିନ୍କପା ଜମି କ୍ୟାମ୍ପରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ ହୋଇଯାଇଛିl ନିକଟରେ ଥିବା ଏକ ଟ୍ରାକ୍ଟର, ଗୋଟିଏ ବାଇକ, ଗୋଟିଏ କପା ଅମଳ ମେସିନ୍ ସହ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଯାଇଛିl
ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ବିଜାପଦର ଗ୍ରାମ ନିକଟ କପା ଜମି କ୍ୟାମ୍ପରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ ହୋଇଯାଇଛିl ନିକଟରେ ଥିବା ଏକ ଟ୍ରାକ୍ଟର, ଗୋଟିଏ ବାଇକ, ଗୋଟିଏ କପା ଅମଳ ମେସିନ୍ ସହ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଯାଇଛିl ମିଳିଥିବା ସୂଚନା ଅନୁଯାୟୀ ବିଜାପଦର ଗ୍ରାମ ନିକଟରେ ଥିବା ରାମ ରାଓ ନାମକ ଜଣେ ଆନ୍ଧ୍ର କପା ଚାଷୀଙ୍କ କ୍ୟାମ୍ପରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲାl ଫଳରେ ଚାହୁଁଚାହୁଁ ନିଆଁ ବ୍ୟାପି ଯାଇଥିଲା ଓ ନିକଟରେ ଥିବା ଭାନୁ ପ୍ରସାଦଙ୍କ ଟ୍ରାକ୍ଟର (ଏପି ୩୯ ଏନ୍ଟି ୮୦୬୦) ଓ ଅନ୍ୟ ଏକ ବାଇକ ପୋଡି ଯାଇଥିଲାl ଏଥି ସହିତ କ୍ୟାମ୍ପରେ ଥିବା ଅନ୍ୟ ଆସବାବପତ୍ର ପୋଡ଼ି ଯାଇଥିଲା।ଖବର ପାଇ ବଘିଆପଡ଼ା ରାଜସ୍ବ ନିରୀକ୍ଷକ ଗଣେଶ୍ୱର ଭୁକ୍ତା ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିଲେ ଏବଂ ବୌଦ୍ଧ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।
Thursday, February 27, 2025
Friday, February 21, 2025
ପ୍ରଧାନ ଶିକ୍ଷକ ଅଭୟ ମହାଲିକ ଙ୍କପରଲୋକ
ବୌଦ୍ଧ (ପୂର୍ଣ୍ଣ ଚନ୍ଦ୍ର ମେହେର ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଲୋକାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅଭୟ ଚରଣ ମହାଲିକ ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି |ସୂଚନା ଅନୁସାରେ ଶିମିଳିପଦର ପଞ୍ଚାୟତ ପତ୍ରାପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶିବ ଚରଣ ମହାଲିକ ଙ୍କ ପୁତ୍ର ପ୍ରଧାନ ଶିକ୍ଷକ ଅଭୟ ଚରଣ ମହାଲିକ ଙ୍କ ବୁଧବାର ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ସୋନପୁ୍ର ହସ୍ପିଟାଲ ନେଉଥିବା ବେଳେ ବାଟରେ ଅଚେତ ହୋଇଯାଇଥିଲେ ପରେ ହସ୍ପିଟାଲ ରେ ପହଞ୍ଚିବା ପରେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ |ରାତିରେ ତାଙ୍କ ଶବ କୁ ଶବ ଗୃହରେ ରଖି ଗୁରୁବାର ମଧ୍ୟାହ୍ନ ରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା l ପରିବାର ଲୋକେ ଶବ କୁ ଆଣି ଗାଁ ମଶାଣି ରେତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା l |ବଡ଼ଝିଅ ମୁଖାଗ୍ନି ଦେଇଥିଲେ |ତାଙ୍କ ମୃତ୍ୟୁ ଖବର ପାଇ ସୋନପୁର ହସ୍ପିଟାଲ ରେ ତାଙ୍କ ବାପା ଶିବ ଚରଣ ମହାଲିକ,ଦୁଇ ଭଉଣୀ,ଦୁଇ ଭାଇ, ଭଉଣୀ ଜ୍ୱାଇଁ ଙ୍କ ସହ ବହୁ ଶିକ୍ଷକ ନେତା, ଶିକ୍ଷକ ଶେଷ ଦର୍ଶନ କରିଥିଲେ |ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି |
Wednesday, February 19, 2025
ଅଷ୍ଟପ୍ରହର ନାମ ଯଜ୍ଞ ନିମନ୍ତେ ଆଶ୍ରେଗାଁରେ କଳସ ଯାତ୍ରା
ବୌଦ୍ଧ ପୂର୍ଣ୍ଣ ଚନ୍ଦ୍ର ମେହେର : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଖୁଣ୍ଟିଗୋରା ପଞ୍ଚାୟତର ଆଶ୍ରେଗାଁ(କୁଲୁତାପଡ଼ା) ଠାରେ ଅଷ୍ଟପ୍ରହରୀ ନାମଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ସ୍ଥାନୀୟ ପୁଷ୍କରିଣୀରେ ପୂଜାର୍ଚ୍ଚନା କରାଯାଇ ଘଣ୍ଟ, ଶଙ୍ଖ, ମୃଦଙ୍ଗ ବାଦ୍ୟ ସହ ସଂକୀର୍ତ୍ତନ୍ୟ ଓ ହରିବୋଲ ହୁଳହୁଳି ଧ୍ବନିରେ ପବିତ୍ର ଜଳ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା l ପଣ୍ଡିତ ଲକ୍ଷ୍ମଣ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୂଜାରେ ରମଣୀ ରଞ୍ଜନ ସାହୁ ଓ ସସ୍ମିତା ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ଆଶ୍ରେଗାଁ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ l
Tuesday, February 11, 2025
କଣ୍ଟାମାଳ ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ପରିଦର୍ଶନ କଲେ ବିଧାୟକ ଓ ଜିଲ୍ଲାପାଳ
ବୌଦ୍ଧ (ପୂର୍ଣ୍ଣ ଚନ୍ଦ୍ର ମେହେର ): କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଓ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆଜି କଣ୍ଟାମାଳ ବ୍ଲକ ର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ପରିଦର୍ଶନ କରିଛନ୍ତି l କଣ୍ଟାମାଳ ବ୍ଲକ ଅନ୍ତର୍ଗତ ନାରାୟଣ ପ୍ରସାଦ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ‘ଗ୍ରାମପଞ୍ଚାୟତ ସୁବିଧା କେନ୍ଦ୍ର’ ଓ ‘ପଞ୍ଚାୟତ ବ୍ୟାଙ୍କିଙ୍ଗ ସୁବିଧା କେନ୍ଦ୍ର’ ର ଶୁଭ ଉଦ୍ଘାଟନୀ ଉତ୍ସବରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା,ବୌଦ୍ଧ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟାକ୍ଷ ଶଙ୍କର୍ଷଣ ପ୍ରଧାନ,ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ,ବିଡ଼ିଓ ଶ୍ରୀମତୀ ସାମିଜୟଶ୍ରୀ ରେଡି, ନାରାୟଣପ୍ରସାଦ ସରପଞ୍ଚ ତାରାକାନ୍ତି ମାଝୀ, ସମିତି ସଭ୍ୟା କନକ ବାଘ, ଖମନମୁଣ୍ଡା ସରପଞ୍ଚ ଶ୍ରୀମତୀ ଅଳକା ପ୍ରଧାନ ପ୍ରମୁଖ ଯୋଗଦେଇ ନୂତନ ଗୃହର ଶୁଭ ଉଦ୍ଘାଟନ କରିଥିଲେ l
ପରେ ସେହି ପଞ୍ଚାୟତର ହାଟପଦା ଠାରେ ନିର୍ମିତ ନୂତନ ମାର୍କେଟ କମ୍ପ୍ଲେକ୍ସ କୁ ଉକ୍ତ ଅତିଥିମାନେ ଶୁଭ ଉଦ୍ଘାଟନ କରିଥିଲେ l ସେଠାରୁ ରିଙ୍ଗାପଡା ହାଇସ୍କୁଲ କୁ ପରିଦର୍ଶନ ରେ ଯାଇ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିବା ସହ ଖୁବ ଶୀଘ୍ର ବିଦ୍ୟାଳୟର ଅସୁବିଧା ଦୂର କରାଯିବ ବୋଲି ବିଧାୟକ ଶ୍ରୀ ଡାଙ୍ଗ ପ୍ରତିଶୃତି ଦେଇଥିଲେ l ପରେ ଘଣ୍ଟାପଡା ପୋଡ଼ାପଦର ଠାରେ ବାବା କଳକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ନାମନବନିର୍ମିତ ଯଜ୍ଞ ରେ ଯୋଗଦେଇ ସେଠାରୁ ଖମନମୁଣ୍ଡା ପଞ୍ଚାୟତ କୁ ଯାଇଥିଲେ l ସେଠାରେ ନବନିର୍ମିତ ପଞ୍ଚାୟତ ବ୍ୟାଙ୍କିଙ୍ଗ ସୁବିଧା କେନ୍ଦ୍ର ଉଦଘାଟନ କରିବା ପରେ ଖମନମୁଣ୍ଡା ହାଇସ୍କୁଲ ର ଅତିରିକ୍ତ ଶ୍ରେଣୀ
କୋଠରୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀଯନ୍ତ୍ରୀ ଇଂ.ଜୟ ମହନ୍ତ,କନିଷ୍ଠ ଯନ୍ତ୍ରୀ ଇଂ.ଦିବ୍ୟଲୋଚନ ନାୟକ, ସମାଜସେବୀ ସତ୍ୟନାରାୟଣ ମାଝୀ, ପିନାକ ରଣା, ଶିତିକଣ୍ଠ ମିଶ୍ର, ନୀଳାଞ୍ଚଳ ଭୋଇ, ତୀର୍ଥବାସୀ ରଣା, ଅନିଲ କୁମାର ପ୍ରଧାନ,ଡମ୍ବରୁ ଧର କହଁର,ଏଡିଇଓ ରବୀନ୍ଦ୍ର ଭୁକ୍ତା, ଯୋଗାଣ ସହାୟକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l
ସୁବର୍ଣ୍ଣଗ୍ରାହୀ ପୂଜା ଉପଲକ୍ଷେ କଳସ ଯାତ୍ରା
Subscribe to:
Comments (Atom)
ଭାରତ ମହିଳା ବିଶ୍ବକପ ଚାଂପିଅନ୍.
*-ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍* *-ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା ଭାରତ* *-ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ...
-
ବୌଦ୍ଧ-21/01-ନାମଯଜ୍ଞ ମଣ୍ଡପ ପୁରୀ ମନ୍ଦିର ଭଳି ନିର୍ମିତ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚ...
-
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍...