Tuesday, February 11, 2025

କଣ୍ଟାମାଳ ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ପରିଦର୍ଶନ କଲେ ବିଧାୟକ ଓ ଜିଲ୍ଲାପାଳ

ବୌଦ୍ଧ (ପୂର୍ଣ୍ଣ ଚନ୍ଦ୍ର ମେହେର ): କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଓ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆଜି କଣ୍ଟାମାଳ ବ୍ଲକ ର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ପରିଦର୍ଶନ କରିଛନ୍ତି l କଣ୍ଟାମାଳ ବ୍ଲକ ଅନ୍ତର୍ଗତ ନାରାୟଣ ପ୍ରସାଦ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ‘ଗ୍ରାମପଞ୍ଚାୟତ ସୁବିଧା କେନ୍ଦ୍ର’ ଓ ‘ପଞ୍ଚାୟତ ବ୍ୟାଙ୍କିଙ୍ଗ ସୁବିଧା କେନ୍ଦ୍ର’ ର ଶୁଭ ଉଦ୍ଘାଟନୀ ଉତ୍ସବରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା,ବୌଦ୍ଧ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟାକ୍ଷ ଶଙ୍କର୍ଷଣ ପ୍ରଧାନ,ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ,ବିଡ଼ିଓ ଶ୍ରୀମତୀ ସାମିଜୟଶ୍ରୀ ରେଡି, ନାରାୟଣପ୍ରସାଦ ସରପଞ୍ଚ ତାରାକାନ୍ତି ମାଝୀ, ସମିତି ସଭ୍ୟା କନକ ବାଘ, ଖମନମୁଣ୍ଡା ସରପଞ୍ଚ ଶ୍ରୀମତୀ ଅଳକା ପ୍ରଧାନ ପ୍ରମୁଖ ଯୋଗଦେଇ ନୂତନ ଗୃହର ଶୁଭ ଉଦ୍ଘାଟନ କରିଥିଲେ l
ପରେ ସେହି ପଞ୍ଚାୟତର ହାଟପଦା ଠାରେ ନିର୍ମିତ ନୂତନ ମାର୍କେଟ କମ୍ପ୍ଲେକ୍ସ କୁ ଉକ୍ତ ଅତିଥିମାନେ ଶୁଭ ଉଦ୍ଘାଟନ କରିଥିଲେ l ସେଠାରୁ ରିଙ୍ଗାପଡା ହାଇସ୍କୁଲ କୁ ପରିଦର୍ଶନ ରେ ଯାଇ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିବା ସହ ଖୁବ ଶୀଘ୍ର ବିଦ୍ୟାଳୟର ଅସୁବିଧା ଦୂର କରାଯିବ ବୋଲି ବିଧାୟକ ଶ୍ରୀ ଡାଙ୍ଗ ପ୍ରତିଶୃତି ଦେଇଥିଲେ l ପରେ ଘଣ୍ଟାପଡା ପୋଡ଼ାପଦର ଠାରେ ବାବା କଳକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ନାମନବନିର୍ମିତ ଯଜ୍ଞ ରେ ଯୋଗଦେଇ ସେଠାରୁ ଖମନମୁଣ୍ଡା ପଞ୍ଚାୟତ କୁ ଯାଇଥିଲେ l ସେଠାରେ ନବନିର୍ମିତ ପଞ୍ଚାୟତ ବ୍ୟାଙ୍କିଙ୍ଗ ସୁବିଧା କେନ୍ଦ୍ର ଉଦଘାଟନ କରିବା ପରେ ଖମନମୁଣ୍ଡା ହାଇସ୍କୁଲ ର ଅତିରିକ୍ତ ଶ୍ରେଣୀ
କୋଠରୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀଯନ୍ତ୍ରୀ ଇଂ.ଜୟ ମହନ୍ତ,କନିଷ୍ଠ ଯନ୍ତ୍ରୀ ଇଂ.ଦିବ୍ୟଲୋଚନ ନାୟକ, ସମାଜସେବୀ ସତ୍ୟନାରାୟଣ ମାଝୀ, ପିନାକ ରଣା, ଶିତିକଣ୍ଠ ମିଶ୍ର, ନୀଳାଞ୍ଚଳ ଭୋଇ, ତୀର୍ଥବାସୀ ରଣା, ଅନିଲ କୁମାର ପ୍ରଧାନ,ଡମ୍ବରୁ ଧର କହଁର,ଏଡିଇଓ ରବୀନ୍ଦ୍ର ଭୁକ୍ତା, ଯୋଗାଣ ସହାୟକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l

No comments:

Post a Comment

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...