Showing posts with label PMJ NEWS ODISHA. Show all posts
Showing posts with label PMJ NEWS ODISHA. Show all posts
Saturday, May 18, 2024
ଇଭିଏମ୍ ଭିଭିପାଟ ଏବଂ ନିର୍ବାଚନୀ ସାମଗ୍ରୀ ଯୋଗାଣ ନେଇ ମକଡ୍ରିଲ ଅନୁଷ୍ଠିତ
ବୌଦ୍ଧ ଜିଲ୍ଲାରେ ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି l ଜିଲାର ଭୋଟରମାନେ85 କଣ୍ଟାମାଲ ଏବଂ 86 ବୌଦ୍ଧ ବିଧାନସଭା ସହିତ13 କନ୍ଧମାଳ ଲୋକସଭା ଆସନ ପାଇଁ ନିଜ ମତ ସାବ୍ୟସ୍ତ କରିବେ l ଆସନ୍ତା 20 ତାରିଖ ଦିନ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜିଲାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଭୋଟଗ୍ରହଣ କାର୍ଯ୍ୟ ପରିଚାଳନାରେ ନିୟୋଜିତ କର୍ମଚାରୀ ମାନେ ଆବଶ୍ୟକ ସାମଗ୍ରୀ ନେଇ ମତଦାନ କେନ୍ଦ୍ର କୁ କlଲି ଠାରୁ ଯିବା ଆରମ୍ଭ କରିବେ । ବୌଦ୍ଧ ପଂଚାୟତ କଲେଜ୍ ପରିସର ମଧ୍ୟରେ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ, ତଥ୍ୟ କାଉଣ୍ଟର, ସାମଗ୍ରୀ କାଉଣ୍ଟର ଏବଂ ଅନ୍ୟାନ୍ୟ କାଉଣ୍ଟର ସ୍ଥାପିତ ହୋଇଛି l କର୍ମଚାରୀମାନଙ୍କୁ ଇଭିଏମ୍, ଭିଭିପାଟ ଏବଂ ନିର୍ବାଚନୀ ସାମଗ୍ରୀ କଲେଜ୍ ପରିସର ମଧ୍ୟରେ ଯୋଗାଇ ଦିଆଯିବ । ଏହା ଯେପରି ତ୍ରୁଟି ଶୂନ୍ୟ ଓ ସୁରୁଖୁରୁରେ ହେବ ସେ ନେଇ ପ୍ରଶାସନ ପକ୍ଷରୁ ଆଜି ମକଡ୍ରିଲ ଅନୁଷ୍ଠିତ ହୋଇଛି l ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଜେ. ସୋନାଲ, ଅତିରିକ୍ତ ଜିଲାପାଳ ତଥା କଣ୍ଟାମାଳ ନିର୍ବାଚନଣ୍ଡଳୀ ରିଟର୍ଣ୍ଟିଂ ଅଫିସର ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ତଥା ବୌଦ୍ଧ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଟିଂ ଅଫିସର ପ୍ରଭାସ ଚନ୍ଦ୍ର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ମକଡ୍ରିଲ କରାଯାଇଥିଲା l ଡେପୁଟି କଲେକ୍ଟର (ନିର୍ବାଚନ )ଶାଶ୍ୱତ ପ୍ରଧାନ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଙ୍କୁ ଆସନ୍ତା କାଲି ଠାରୁ ଭୋଟ ଗ୍ରହଣ ପର୍ଯ୍ୟନ୍ତ ଏବଂଭୋଟ ପରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପରିସରକୁ ଫେରି ସମସ୍ତ ସାମଗ୍ରୀ ଫେରାଇବା ପର୍ଯ୍ୟନ୍ତ ସେମାନଙ୍କ ଦାୟିତ୍ୱ ଗୁରୁତ୍ୱ ପୂର୍ଣ୍ଣ ବୋଲି କହିବା ସହ, ସେମାନଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ପର୍କ ରେ ସମସ୍ତ ତାଲିମ ପ୍ରଦାନ କରିଥିଲେ lଭୋଟଦାନ ପାଇ ଜିଲ୍ଲାରେ ସମୁଦାୟ ୪୧୧ ଗୋଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ବୌଦ୍ଧ ନିର୍ବାର୍ଚନ ମଣ୍ଡଳୀ ପାଇ ୧୯୪ ଓ କଂଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ୨୧୭ ଗୋଟି ମତଦାନ କେନ୍ଦ୍ର କରାଯାଇଅଛି । ସେଥିମଧ୍ୟରୁ ୫୦ଟି ଆଦର୍ଶ ମତଦାନ କେନ୍ଦ୍ର ରୂପେ ପ୍ରସ୍ତୁତ କରାଯାଇଛି l ୪୦ ଟି ସଖି ମତଦାନ କେନ୍ଦ୍ର ରହିଥିବା ବେଳେ ୪ ଟି ଯୁବ ମତଦାନ କେନ୍ଦ୍ର, ଗୋଟିଏ ଭିନ୍ନକ୍ଷମ ମତଦାନ କେନ୍ଦ୍ର ରୂପେ ପ୍ରସ୍ତୁତ କରାଯାଇଛି l ଜିଲାରେ ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ୨ ଟି ମତଦାନ କେନ୍ଦ୍ର କୁ ଇକୋ ଫ୍ରେନ୍ଡଲି ଓ ୨ ଟି ମତଦାନ କେନ୍ଦ୍ର କୁ ଏଥିନିକ ଥିମ ଅର୍ଥାତ ସାଂସ୍କୃତିକ ବୈଭବ ପ୍ରତୀକ ଭାବେ ପ୍ରସ୍ତୁତ କରାଯାଇଛି l 18 ମଇ ରେ ପୁରୁଷ କର୍ମଚାରୀ ମାନଙ୍କୁ ବୁଥମାନଙ୍କୁ ପଠାଇବା କାମ,19 ତାରିଖ ରେ ପିଙ୍କ ବୁଥ ମାନଙ୍କୁ ମହିଳା ମାନଙ୍କୁ ପଠାଇବା ଏବଂ ନିର୍ବାଚନ ଯେମିତି ସଫଳ ଭାବରେ ହେବ, ସେଥିପାଇଁ କର୍ମଚାରୀ ମାନେ ପ୍ରସ୍ତୁତ ରହିବା, ନିଜକୁ ଶାରୀରିକ, ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l
Thursday, March 21, 2024
ହେଲୋ କିଡ୍ସ ଓ ମୂସକାନ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ଯୋଗଦେଲେ ସାଂସଦ
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ସ୍ଥିତ ଅଗ୍ରସେନ ଭବନ ଠାରେ ହେଲୋ କିଡ୍ସ ଓ ମୁସ୍କାନ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲର ଦ୍ଵିତୀୟ ବାର୍ଷିକ ଉତ୍ସବ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଖଡ଼ିଆଳ ସିଡ଼ିପିଓ ମୀନା କୁମାରୀ ଅଗ୍ରୱାଲ, ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ, ଖଡ଼ିଆଳ ଏସଡିପିଓ ଅରୂପ ଅଭିଷେକ ବେହେରା ଓ ସମାଜସେବୀ ଦୀନଦୟାଲ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ଥିଲେ। ସ୍କୁଲର ଅଧ୍ୟକ୍ଷା ବିନ୍ଦିଆ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Subscribe to:
Comments (Atom)
ଭାରତ ମହିଳା ବିଶ୍ବକପ ଚାଂପିଅନ୍.
*-ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍* *-ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା ଭାରତ* *-ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ...
-
ବୌଦ୍ଧ-21/01-ନାମଯଜ୍ଞ ମଣ୍ଡପ ପୁରୀ ମନ୍ଦିର ଭଳି ନିର୍ମିତ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚ...
-
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍...