Wednesday, February 19, 2025
ଅଷ୍ଟପ୍ରହର ନାମ ଯଜ୍ଞ ନିମନ୍ତେ ଆଶ୍ରେଗାଁରେ କଳସ ଯାତ୍ରା
ବୌଦ୍ଧ ପୂର୍ଣ୍ଣ ଚନ୍ଦ୍ର ମେହେର : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଖୁଣ୍ଟିଗୋରା ପଞ୍ଚାୟତର ଆଶ୍ରେଗାଁ(କୁଲୁତାପଡ଼ା) ଠାରେ ଅଷ୍ଟପ୍ରହରୀ ନାମଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ସ୍ଥାନୀୟ ପୁଷ୍କରିଣୀରେ ପୂଜାର୍ଚ୍ଚନା କରାଯାଇ ଘଣ୍ଟ, ଶଙ୍ଖ, ମୃଦଙ୍ଗ ବାଦ୍ୟ ସହ ସଂକୀର୍ତ୍ତନ୍ୟ ଓ ହରିବୋଲ ହୁଳହୁଳି ଧ୍ବନିରେ ପବିତ୍ର ଜଳ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା l ପଣ୍ଡିତ ଲକ୍ଷ୍ମଣ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୂଜାରେ ରମଣୀ ରଞ୍ଜନ ସାହୁ ଓ ସସ୍ମିତା ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ଆଶ୍ରେଗାଁ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ l
Subscribe to:
Post Comments (Atom)
5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...
-
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍...
-
*-କୋରାପୁଟ: ଟ୍ରକ୍ ସହ ଧକ୍କା ପରେ ଜଳିଗଲା ବାଇକ୍; ବାପପୁଅ ମୃତ* *-ସଦର ଥାନା ପଡ଼ାଗଡ଼ ସେବାଶ୍ରମ ନିକଟ ଏନ୍ଏଚ୍ ୩୨୬ରେ ଦୁର୍ଘଟଣା* *-କାଉଡ଼ିଆଙ୍କ...
No comments:
Post a Comment