Tuesday, February 11, 2025

ସୁବର୍ଣ୍ଣଗ୍ରାହୀ ପୂଜା ଉପଲକ୍ଷେ କଳସ ଯାତ୍ରା

ବୌଦ୍ଧ (Purna chandra meher): କଣ୍ଟାମାଳ ବ୍ଳକ ଖୁଣ୍ଟିଗୋରା ଜୋନ ସ୍ତରୀୟ ଶୌଣ୍ଢିକ ସମାଜ ପକ୍ଷରୁ ସମାଜର ଇଷ୍ଟ ଦେବୀ ସୁବର୍ଣ୍ଣଗ୍ରାହୀଙ୍କ ପୂଜା ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳୁ ସ୍ଥାନୀୟ ପୁଷ୍କରିଣୀରେ ପୂଜାର୍ଚ୍ଚନା କରାଯାଇ ଘଣ୍ଟ, ଶଙ୍ଖ, ମୃଦଙ୍ଗ ବାଦ୍ୟ ସହ ସଂକୀର୍ତ୍ତନ୍ୟ ଓ ହରିବୋଲ ହୁଳହୁଳି ଧ୍ବନି ରେ ପବିତ୍ର ଜଳ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା l ଅପରାହ୍ନରେ ଇଷ୍ଟଦେବୀ ସୁବର୍ଣ୍ଣଗ୍ରାହୀଙ୍କ ପୁଜାର୍ଚ୍ଚନା କରାଯାଇ ଶୌଣ୍ଢିକ ସମାଜର ମଙ୍ଗଳ କାମନା କରାଯାଇଥିଲା । କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପଣ୍ଡିତ ଜୟରାମ ପାଣି ପୂଜାର୍ଚ୍ଚନା କରିଥିଲେ l ଦିଗାମ୍ବର ସାହୁ ଏବଂ ଭୂଲେଶ୍ବରୀ ସାହୁ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଇ ଥିଳେ l କାର୍ଯ୍ୟକ୍ରମରେ ନାଗର ଚରଣ ସାହୁ, ଫକୀର ସାହୁ, କେଦାର ସାହୁ, ସୁନିଲ କୁମାର ସାହୁ, ଲମ୍ବୋଦର ବେହେରା, ରିତିବନ୍ତ ସାହୁ, ଶଙ୍କର୍ଷଣ ସାହୁ, ସୁବୋଧ ସାହୁ, ନିରୋଜ ସାହୁ, ଗୋପିନାଥ ସାହୁ, ଆଶିଷ ସାହୁ, ଶୌଣ୍ଡିକ ସମାଜର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ l

No comments:

Post a Comment

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...