Sunday, March 2, 2025

ବୌଦ୍ଧରେ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ l

ବୌଦ୍ଧରେ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ l

ହରଭଙ୍ଗା-ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୁଜାରୀଙ୍କ ସମୀକ୍ଷା ବୈଠକ ଜିଲାପାଳଙ୍କ ସଦଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଜସ୍ୱ ବିଭାଗର ପୁଖାନୁପୁଖଂ ସମୀକ୍ଷା କରିଥିଲେ ମନ୍ତ୍ରୀ ଶ୍ରୀ ଯୁକ୍ତ ପୁଜାରୀ । ମନ୍ତ୍ରୀ ଶ୍ରୀ ପୁଜାରୀ ଜିଲ୍ଲା ରେ ଥିବା ସମସ୍ତ ସରକାରୀ ଜମିର ତଥ୍ୟ ପ୍ରସ୍ତୁତ, ଭୂ ମିହୀନଙ୍କୁ ୪ ଡେସିମିଲ ଜାଗା ଯୋଗାଇବା,ଆଗାମୀ ୫ ବର୍ଷ ମଧ୍ୟରେ ମିଶନମୋଡ଼ ରେ ଜବର ଦଖଲ ମୁକ୍ତ ଅଭିଯାନ, ଜମି ବିବାଦ ନେଇ ଭାଇ ଭଉଣୀ ଙ୍କ ମଧ୍ୟରେ ଥିବା ତିକ୍ତତା ଦୂର କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏଥିସହ ଫରେଷ୍ଟ ରାଇଟ ଆକ୍ଟ ସର୍ଭେ କରିବା, ସ୍କୁଲ ମାନଙ୍କୁ ଅପ ଗ୍ରେଡେସନ କରାଯିବା, ଓ ଆର ଏଲ ଆକ୍ଟ, ମ୍ୟୁଟେସନ କେଶ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପକୃତ ହିତାଧିକାରୀ ଙ୍କୁ ଚିହ୍ନଟ, ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ଠାରୁ ଜବର ଦଖଲ ଜମି ଉଚ୍ଚେଦ ପକ୍ରିୟା ଆରମ୍ଭ କରାଯାଉ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ lଯେଉଁ ରାଜସ୍ୱ ନିରୀ କ୍ଷକ ଜବର ଦଖଲ ନେଇ ସହଯୋଗ କରିବେ ପ୍ରଥମେ ସେମାନଙ୍କ ନାମରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୁଜାରୀ ଚେତାବନୀ ଦେଇଥିଲେ ।

ଯେଉଁ ମାନଙ୍କର ୪ ଡେସିମିଲରୁ କମଜମି ଥିବ ସେମାନଙ୍କୁ ଭୁମୀହିନ କୁହାଯିବ ଓ ସେମାନଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରି ଭୂ ମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ବିଦ୍ୟାଳୟ ଗୁଡିକରେ ଖେଳ ପଡିଆ, ଷ୍ଟାଡିୟମ, ବିଦ୍ୟାଳୟ ପାଚେରୀ କରାଯିବ ବୋଲି କହିଥିଲେ । ଏହା ସହ ୫ ବର୍ଷ ମଧ୍ୟରେ କେତେ ବ୍ୟକ୍ତିଙ୍କୁ ପଟ୍ଟା ପ୍ରଦାନ କରାଯାଇଛି, ତାହାର ତଦନ୍ତ କରାଯିବାକୁ କହିଥିଲେ । ଜାଗା ମିଶନ ଜରିଆରେ କେତେ ବ୍ୟକ୍ତିଙ୍କୁ ଜମି ପ୍ରଦାନ କରାଯାଇଛି,ତାହାର ତଦନ୍ତ ତୁରନ୍ତ କରିବା ସହ ବେଆଇନ ଭାବେ ଜାଗା ହାତେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆତ୍ମ ସନ୍ତୋଷ ଠାରୁ ବଡ଼ ଆଶୀର୍ବାଦ କିଛି ନାହିଁ, ଏଣୁ ସମସ୍ତେ ନିଜ ନିଜ ଲକ୍ଷ ସ୍ଥଳ ରେ ପହଂଚିବାକୁ ଠିକ ଭାବେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ lବୈଠକରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା,ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର,ଜିଲାସ୍ତରୀୟ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ । ଅତିରିକ୍ତ ସଚିବ, ବୋର୍ଡ ଅଫ ରେ ଭିନ୍ୟୁ ସରୋଜ କୁମାର ସାହୁ ବୈଠକ ଆରମ୍ଭ ରେ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଉପ-ଜିଲାପାଳ ପ୍ରବୀଣ କୁମାର ବାଣୁଆ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Saturday, March 1, 2025

ନିଆଁ ଲାଗି ଜଳିଗଳା ଟ୍ରାକ୍ଟର-ବାଇକ୍‌ ସମେତ କପା ଅମଳ ମେସିନ୍‌କପା ଜମି କ୍ୟାମ୍ପରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ ହୋଇଯାଇଛିl ନିକଟରେ ଥିବା ଏକ ଟ୍ରାକ୍ଟର, ଗୋଟିଏ ବାଇକ, ଗୋଟିଏ କପା ଅମଳ ମେସିନ୍ ସହ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଯାଇଛିl

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ବିଜାପଦର ଗ୍ରାମ ନିକଟ କପା ଜମି କ୍ୟାମ୍ପରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ ହୋଇଯାଇଛିl ନିକଟରେ ଥିବା ଏକ ଟ୍ରାକ୍ଟର, ଗୋଟିଏ ବାଇକ, ଗୋଟିଏ କପା ଅମଳ ମେସିନ୍ ସହ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଯାଇଛିl ମିଳିଥିବା ସୂଚନା ଅନୁଯାୟୀ ବିଜାପଦର ଗ୍ରାମ ନିକଟରେ ଥିବା ରାମ ରାଓ ନାମକ ଜଣେ ଆନ୍ଧ୍ର କପା ଚାଷୀଙ୍କ କ୍ୟାମ୍ପରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲାl ଫଳରେ ଚାହୁଁଚାହୁଁ ନିଆଁ ବ୍ୟାପି ଯାଇଥିଲା ଓ ନିକଟରେ ଥିବା ଭାନୁ ପ୍ରସାଦଙ୍କ ଟ୍ରାକ୍ଟର (ଏପି ୩୯ ଏନ୍‌ଟି ୮୦୬୦) ଓ ଅନ୍ୟ ଏକ ବାଇକ ପୋଡି ଯାଇଥିଲାl ଏଥି ସହିତ କ୍ୟାମ୍ପରେ ଥିବା ଅନ୍ୟ ଆସବାବପତ୍ର ପୋଡ଼ି ଯାଇଥିଲା।ଖବର ପାଇ ବଘିଆପଡ଼ା ରାଜସ୍ବ ନିରୀକ୍ଷକ ଗଣେଶ୍ୱର ଭୁକ୍ତା ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିଲେ ଏବଂ ବୌଦ୍ଧ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।

Friday, February 21, 2025

ପ୍ରଧାନ ଶିକ୍ଷକ ଅଭୟ ମହାଲିକ ଙ୍କପରଲୋକ


ବୌଦ୍ଧ (ପୂର୍ଣ୍ଣ ଚନ୍ଦ୍ର ମେହେର ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଲୋକାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅଭୟ ଚରଣ ମହାଲିକ ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି |ସୂଚନା ଅନୁସାରେ ଶିମିଳିପଦର ପଞ୍ଚାୟତ ପତ୍ରାପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶିବ ଚରଣ ମହାଲିକ ଙ୍କ ପୁତ୍ର ପ୍ରଧାନ ଶିକ୍ଷକ ଅଭୟ ଚରଣ ମହାଲିକ ଙ୍କ ବୁଧବାର ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ସୋନପୁ୍ର ହସ୍ପିଟାଲ ନେଉଥିବା ବେଳେ ବାଟରେ ଅଚେତ ହୋଇଯାଇଥିଲେ ପରେ ହସ୍ପିଟାଲ ରେ ପହଞ୍ଚିବା ପରେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ |ରାତିରେ ତାଙ୍କ ଶବ କୁ ଶବ ଗୃହରେ ରଖି ଗୁରୁବାର ମଧ୍ୟାହ୍ନ ରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା l ପରିବାର ଲୋକେ ଶବ କୁ ଆଣି ଗାଁ ମଶାଣି ରେତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା l |ବଡ଼ଝିଅ ମୁଖାଗ୍ନି ଦେଇଥିଲେ |ତାଙ୍କ ମୃତ୍ୟୁ ଖବର ପାଇ ସୋନପୁର ହସ୍ପିଟାଲ ରେ ତାଙ୍କ ବାପା ଶିବ ଚରଣ ମହାଲିକ,ଦୁଇ ଭଉଣୀ,ଦୁଇ ଭାଇ, ଭଉଣୀ ଜ୍ୱାଇଁ ଙ୍କ ସହ ବହୁ ଶିକ୍ଷକ ନେତା, ଶିକ୍ଷକ ଶେଷ ଦର୍ଶନ କରିଥିଲେ |ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି |

Wednesday, February 19, 2025

ଅଷ୍ଟପ୍ରହର ନାମ ଯଜ୍ଞ ନିମନ୍ତେ ଆଶ୍ରେଗାଁରେ କଳସ ଯାତ୍ରା

ବୌଦ୍ଧ ପୂର୍ଣ୍ଣ ଚନ୍ଦ୍ର ମେହେର : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଖୁଣ୍ଟିଗୋରା ପଞ୍ଚାୟତର ଆଶ୍ରେଗାଁ(କୁଲୁତାପଡ଼ା) ଠାରେ ଅଷ୍ଟପ୍ରହରୀ ନାମଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ସ୍ଥାନୀୟ ପୁଷ୍କରିଣୀରେ ପୂଜାର୍ଚ୍ଚନା କରାଯାଇ ଘଣ୍ଟ, ଶଙ୍ଖ, ମୃଦଙ୍ଗ ବାଦ୍ୟ ସହ ସଂକୀର୍ତ୍ତନ୍ୟ ଓ ହରିବୋଲ ହୁଳହୁଳି ଧ୍ବନିରେ ପବିତ୍ର ଜଳ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା l ପଣ୍ଡିତ ଲକ୍ଷ୍ମଣ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୂଜାରେ ରମଣୀ ରଞ୍ଜନ ସାହୁ ଓ ସସ୍ମିତା ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ଆଶ୍ରେଗାଁ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ l

Tuesday, February 11, 2025

କଣ୍ଟାମାଳ ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ପରିଦର୍ଶନ କଲେ ବିଧାୟକ ଓ ଜିଲ୍ଲାପାଳ

ବୌଦ୍ଧ (ପୂର୍ଣ୍ଣ ଚନ୍ଦ୍ର ମେହେର ): କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଓ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆଜି କଣ୍ଟାମାଳ ବ୍ଲକ ର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ପରିଦର୍ଶନ କରିଛନ୍ତି l କଣ୍ଟାମାଳ ବ୍ଲକ ଅନ୍ତର୍ଗତ ନାରାୟଣ ପ୍ରସାଦ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ‘ଗ୍ରାମପଞ୍ଚାୟତ ସୁବିଧା କେନ୍ଦ୍ର’ ଓ ‘ପଞ୍ଚାୟତ ବ୍ୟାଙ୍କିଙ୍ଗ ସୁବିଧା କେନ୍ଦ୍ର’ ର ଶୁଭ ଉଦ୍ଘାଟନୀ ଉତ୍ସବରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା,ବୌଦ୍ଧ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟାକ୍ଷ ଶଙ୍କର୍ଷଣ ପ୍ରଧାନ,ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ,ବିଡ଼ିଓ ଶ୍ରୀମତୀ ସାମିଜୟଶ୍ରୀ ରେଡି, ନାରାୟଣପ୍ରସାଦ ସରପଞ୍ଚ ତାରାକାନ୍ତି ମାଝୀ, ସମିତି ସଭ୍ୟା କନକ ବାଘ, ଖମନମୁଣ୍ଡା ସରପଞ୍ଚ ଶ୍ରୀମତୀ ଅଳକା ପ୍ରଧାନ ପ୍ରମୁଖ ଯୋଗଦେଇ ନୂତନ ଗୃହର ଶୁଭ ଉଦ୍ଘାଟନ କରିଥିଲେ l
ପରେ ସେହି ପଞ୍ଚାୟତର ହାଟପଦା ଠାରେ ନିର୍ମିତ ନୂତନ ମାର୍କେଟ କମ୍ପ୍ଲେକ୍ସ କୁ ଉକ୍ତ ଅତିଥିମାନେ ଶୁଭ ଉଦ୍ଘାଟନ କରିଥିଲେ l ସେଠାରୁ ରିଙ୍ଗାପଡା ହାଇସ୍କୁଲ କୁ ପରିଦର୍ଶନ ରେ ଯାଇ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିବା ସହ ଖୁବ ଶୀଘ୍ର ବିଦ୍ୟାଳୟର ଅସୁବିଧା ଦୂର କରାଯିବ ବୋଲି ବିଧାୟକ ଶ୍ରୀ ଡାଙ୍ଗ ପ୍ରତିଶୃତି ଦେଇଥିଲେ l ପରେ ଘଣ୍ଟାପଡା ପୋଡ଼ାପଦର ଠାରେ ବାବା କଳକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ନାମନବନିର୍ମିତ ଯଜ୍ଞ ରେ ଯୋଗଦେଇ ସେଠାରୁ ଖମନମୁଣ୍ଡା ପଞ୍ଚାୟତ କୁ ଯାଇଥିଲେ l ସେଠାରେ ନବନିର୍ମିତ ପଞ୍ଚାୟତ ବ୍ୟାଙ୍କିଙ୍ଗ ସୁବିଧା କେନ୍ଦ୍ର ଉଦଘାଟନ କରିବା ପରେ ଖମନମୁଣ୍ଡା ହାଇସ୍କୁଲ ର ଅତିରିକ୍ତ ଶ୍ରେଣୀ
କୋଠରୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀଯନ୍ତ୍ରୀ ଇଂ.ଜୟ ମହନ୍ତ,କନିଷ୍ଠ ଯନ୍ତ୍ରୀ ଇଂ.ଦିବ୍ୟଲୋଚନ ନାୟକ, ସମାଜସେବୀ ସତ୍ୟନାରାୟଣ ମାଝୀ, ପିନାକ ରଣା, ଶିତିକଣ୍ଠ ମିଶ୍ର, ନୀଳାଞ୍ଚଳ ଭୋଇ, ତୀର୍ଥବାସୀ ରଣା, ଅନିଲ କୁମାର ପ୍ରଧାନ,ଡମ୍ବରୁ ଧର କହଁର,ଏଡିଇଓ ରବୀନ୍ଦ୍ର ଭୁକ୍ତା, ଯୋଗାଣ ସହାୟକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...