ହରଭଙ୍ଗା-ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୁଜାରୀଙ୍କ ସମୀକ୍ଷା ବୈଠକ ଜିଲାପାଳଙ୍କ ସଦଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଜସ୍ୱ ବିଭାଗର ପୁଖାନୁପୁଖଂ ସମୀକ୍ଷା କରିଥିଲେ ମନ୍ତ୍ରୀ ଶ୍ରୀ ଯୁକ୍ତ ପୁଜାରୀ । ମନ୍ତ୍ରୀ ଶ୍ରୀ ପୁଜାରୀ ଜିଲ୍ଲା ରେ ଥିବା ସମସ୍ତ ସରକାରୀ ଜମିର ତଥ୍ୟ ପ୍ରସ୍ତୁତ, ଭୂ ମିହୀନଙ୍କୁ ୪ ଡେସିମିଲ ଜାଗା ଯୋଗାଇବା,ଆଗାମୀ ୫ ବର୍ଷ ମଧ୍ୟରେ ମିଶନମୋଡ଼ ରେ ଜବର ଦଖଲ ମୁକ୍ତ ଅଭିଯାନ, ଜମି ବିବାଦ ନେଇ ଭାଇ ଭଉଣୀ ଙ୍କ ମଧ୍ୟରେ ଥିବା ତିକ୍ତତା ଦୂର କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏଥିସହ ଫରେଷ୍ଟ ରାଇଟ ଆକ୍ଟ ସର୍ଭେ କରିବା, ସ୍କୁଲ ମାନଙ୍କୁ ଅପ ଗ୍ରେଡେସନ କରାଯିବା, ଓ ଆର ଏଲ ଆକ୍ଟ, ମ୍ୟୁଟେସନ କେଶ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପକୃତ ହିତାଧିକାରୀ ଙ୍କୁ ଚିହ୍ନଟ, ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ଠାରୁ ଜବର ଦଖଲ ଜମି ଉଚ୍ଚେଦ ପକ୍ରିୟା ଆରମ୍ଭ କରାଯାଉ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ lଯେଉଁ ରାଜସ୍ୱ ନିରୀ କ୍ଷକ ଜବର ଦଖଲ ନେଇ ସହଯୋଗ କରିବେ ପ୍ରଥମେ ସେମାନଙ୍କ ନାମରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୁଜାରୀ ଚେତାବନୀ ଦେଇଥିଲେ ।
ଯେଉଁ ମାନଙ୍କର ୪ ଡେସିମିଲରୁ କମଜମି ଥିବ ସେମାନଙ୍କୁ ଭୁମୀହିନ କୁହାଯିବ ଓ ସେମାନଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରି ଭୂ ମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ବିଦ୍ୟାଳୟ ଗୁଡିକରେ ଖେଳ ପଡିଆ, ଷ୍ଟାଡିୟମ, ବିଦ୍ୟାଳୟ ପାଚେରୀ କରାଯିବ ବୋଲି କହିଥିଲେ । ଏହା ସହ ୫ ବର୍ଷ ମଧ୍ୟରେ କେତେ ବ୍ୟକ୍ତିଙ୍କୁ ପଟ୍ଟା ପ୍ରଦାନ କରାଯାଇଛି, ତାହାର ତଦନ୍ତ କରାଯିବାକୁ କହିଥିଲେ । ଜାଗା ମିଶନ ଜରିଆରେ କେତେ ବ୍ୟକ୍ତିଙ୍କୁ ଜମି ପ୍ରଦାନ କରାଯାଇଛି,ତାହାର ତଦନ୍ତ ତୁରନ୍ତ କରିବା ସହ ବେଆଇନ ଭାବେ ଜାଗା ହାତେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆତ୍ମ ସନ୍ତୋଷ ଠାରୁ ବଡ଼ ଆଶୀର୍ବାଦ କିଛି ନାହିଁ, ଏଣୁ ସମସ୍ତେ ନିଜ ନିଜ ଲକ୍ଷ ସ୍ଥଳ ରେ ପହଂଚିବାକୁ ଠିକ ଭାବେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ lବୈଠକରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା,ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର,ଜିଲାସ୍ତରୀୟ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ । ଅତିରିକ୍ତ ସଚିବ, ବୋର୍ଡ ଅଫ ରେ ଭିନ୍ୟୁ ସରୋଜ କୁମାର ସାହୁ ବୈଠକ ଆରମ୍ଭ ରେ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଉପ-ଜିଲାପାଳ ପ୍ରବୀଣ କୁମାର ବାଣୁଆ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
No comments:
Post a Comment