ମନ୍ଦିର ପ୍ରତିଷ୍ଠା ଅବସରେ କଳସ ଶୋଭାଯାତ୍ରା, ସାମିଲ ହେଲେ ବୌଦ୍ଧ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନିର୍ମିତ ହୋଇଥିବା ନୂତନ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚନ୍ଦ୍ରଙ୍କ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି l ଏନେଇ ସକାଳ 9 ଟାରୁ ଜଗତି ମହାନଦୀ ଘାଟରୁ କଳସ ଶୋଭଯାତ୍ରା ଆରମ୍ଭ ହୋଇଥିଲା l
ଏହି ଶୋଭାଯାତ୍ରା 1008 କଳସ ଶୋଭାଯାତ୍ରାରେ ମହିଳା ପୁରୁଷ ଘଣ୍ଟବାଦ୍ୟ, ନାମ ସଂକୃତନ୍ୟରେ ମହାନଦୀ ଘାଟରୁ ବାହାରି ଜଗତି, ମlହାରସାହି, ଚାରିଶମ୍ଭୁ, ବାବୁସାହି ଦେଇ ଯଜ୍ଞ ମଣ୍ଡପରେ ପହଂଚି ଥିଲା l ହଜାର ହଜାର ଭକ୍ତ ଭଗବାନଙ୍କ ଶୋଭାଯାତ୍ରାରେ ସାମିଲ ହୋଇ ପ୍ରଭୁକୃପା ଲାଭ କରିଥିଲେ l ପୂଜକ ଭାବେ ଅଜିତ ପାଣିଗ୍ରାହୀ, ବୁଲୁ ପାଢ଼ୀ, ରାଜୁ ପାଢ଼ୀ, ସନ୍ତୋଷ ହୋତା, ପ୍ରବୀଣ ପଣ୍ଡା, ଜିକୁନ ହୋତା, କୃଷ୍ଣଚନ୍ଦ୍ର ଶତପଥୀ, ଶ୍ରୀକାନ୍ତ ମହାପାତ୍ର, ସୁରେଶ ପାଣିଗ୍ରାହୀ, ସିଦ୍ଧେଶ୍ୱର ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ କର୍ତ୍ତା ଭାବେ ପ୍ରମୋଦ ମେହେର, ଟିକ ମେହେର, କୁବେର ମେହେର, ଲକ୍ଷ୍ମଣ ମେହେର, ଝରିଆ ମେହେର, ପୁରେନ୍ଦ୍ର ମେହେର, ସୁକୃ ମେହେର, ହରିମେହେର, ରବି ମେହେର, ଚତୃଭୁଜ ମେହେର ସପତ୍ନୀକ ଦାୟିତ୍ୱ ତୁଲାଇଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଯୋଗଦାନ କରିଥିଲେ l ନିଜେ ବିଧାୟକ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଚାରିଶମ୍ଭୁ ମନ୍ଦିରରୁ ଭକ୍ତ ମାନଙ୍କ ସହ ଚାଲି ଚାଲି ଯଜ୍ଞ ମଣ୍ଡପରେ ପହଂଚି ଥିଲେ l
ଏଥିରେ ନାରାୟଣନଗର ଗ୍ରାମ ମଧ୍ୟରେ ପହଁଚିଲା ପରେ ବିଧାୟକ ମୃଦଙ୍ଗ ବଜାଇ ଓ ଅଧ୍ୟକ୍ଷ ଗିନି ବଜାଇ ଭକ୍ତଙ୍କ ସହ ନାଚିଥିଲେ l ଏହି ଶୋଭାଯାତ୍ରାରେ ନାରାୟଣନଗର ଗ୍ରାମର 700 ଜଣ ସ୍ବେଛାସେବୀ ସହ ମନ୍ଦିର କମିଟିର କର୍ମକର୍ତା ସାମିଲ ହୋଇ ସହଯୋଗ କରିଥିଲେ l
Subscribe to:
Post Comments (Atom)
5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...
-
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍...
-
*-କୋରାପୁଟ: ଟ୍ରକ୍ ସହ ଧକ୍କା ପରେ ଜଳିଗଲା ବାଇକ୍; ବାପପୁଅ ମୃତ* *-ସଦର ଥାନା ପଡ଼ାଗଡ଼ ସେବାଶ୍ରମ ନିକଟ ଏନ୍ଏଚ୍ ୩୨୬ରେ ଦୁର୍ଘଟଣା* *-କାଉଡ଼ିଆଙ୍କ...
No comments:
Post a Comment