Tuesday, April 30, 2024
ସୁରକ୍ଷା ବାହିନୀ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ
ମାଓବାଦୀ ଯୋଜନା କୁ ପଣ୍ଡ କଲା ବୌଦ୍ଧ ପୋଲିସ । ନିର୍ବାଚନ ରେ ଘଟାଇଥାନ୍ତେ ବଡ ଘଟଣା । ମାଓବାଦୀ ଙ୍କ TCOC ମାସ ରେ ଏକାଠି ହୋଇଥିଲେ ପ୍ରାୟ ୫୦ ରୁ ୬୦ ମାଓବାଦୀ । ଚାଲିଥିଲା ବଡ ଯୋଜନା । ପଣ୍ଡ କଲା ବୌଦ୍ଧ ପୋଲିସ । ବୌଦ୍ଧ କଣ୍ଟାମାଲ ଥାନା ପଢେଲ ଡ୍ୟାମ ନିକଟ ଜଙ୍ଗଲ ରେ ମାଓବାଦୀ ସୁରକ୍ଷା କର୍ମୀ ଗୁଳିବିନିମୟ । ସୁରକ୍ଷା ବାହିନୀ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଲଗାତାର ଭାବେ ମାଓ ଦମନ ଅପରେସନ ଜାରି ରହିଛି। ତେବେ ଗତ କିଛିଦିନ ହେଲା ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆଜି ସକାଳ ୭ ଟାରେ DVF, BSF ଓ SOG ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ କଣ୍ଟାମାଳ ଥାନା ପଢେଲ ଡ୍ୟାମ ନିକଟ ଜଙ୍ଗଲ ରେ ମାଓବାଦୀ ମାନେ ହଠାତ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଏନେଇ ପୋଲିସ ପକ୍ଷରୁ ଆତ୍ମସମର୍ପଣ ପାଇଁ ଆହ୍ୱାନ ଦିଯାଇଥିଲେ ବି ମାଓବାଦୀ ମାନେ ଲଗାତାର ଗୁଳି ଚଳାଇଥିଲେ । ଏହାର ପ୍ରତିବାଦରେ ସୁରକ୍ଷା ବହିନୀ ମଧ୍ୟ ଗୁଳି ଚଳାଇଥିଲେ । ସୁରକ୍ଷାବାହିନୀ ଓ ମାଓବାଦୀ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଗୁଳିବିନିମୟ ହୋଇଥିବା ବେଳେ ସୁରକ୍ଷା ବାହିନୀ ଗୁଳିରେ ୨ ଜଣ ମାଓବାଦୀ ମୃତ୍ୟୁ ହୋଇଛନ୍ତି । ମୃତକ ମାଓବାଦୀ ଦ୍ବୟ ଅଷ୍ଟମ କମ୍ପାନୀର ସଦସ୍ୟ ହୋଇଥିବା ବେଳେ ସୁନୀଲ ନାମକ ମାଓବାଦୀ ଜଣଙ୍କ ଛତିଶଗଡ ସୁକୁମା ଓ ସନ୍ତୁ ନାମକ ମାଓବାଦୀ ହେଲା ଛତିଶଗଡ଼ ବିଜପୁର ଅଞ୍ଚଳର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏକାଧିକ ମାଓବାଦୀ ପୋଲିସ ଗୁଳିରେ ଆହତ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା । ଏଥିସହିତ ଏକ ମାଓକ୍ୟାମ୍ପ ଠାବ ସହ ଧ୍ୱଂସ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ଗୋଟିଏ ରାଇଫଲ, BGL Round- ୧୭ ଟି, ହାତ ତିଆରି ବୋମା ୫ଟି , ଫ୍ଲାସ ଲାଇଟ ଆଂପ୍ଲି ଫାୟାର ୨ଟି , IEDs ୬ ଟି ଇଲେକ୍ଟ୍ରିକ ତାର, ଆଦି ବିସ୍ଫୋରକ ସାମଗ୍ରୀ ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ତେବେ ବର୍ତ୍ତମାନ ବି ସର୍ଚ୍ଚ ଅପରେସନ ଚାଲିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ହେଲେ ଏ ପର୍ଯେନ୍ତ ଜଙ୍ଗଲ ରେ ସର୍ଚ୍ଚ ଅପେସନକ ଜାରି ରହିଥିବା ବେଳେ ଏବେ ବି ଆଉ କମ୍ବିନ ଜାରି ରହିଥିବା ସୂଚନା ।
Monday, April 22, 2024
ନୂଆପଡା ଜିଲ୍ଳାରେ ଚାଲିଛି ଜୋରଦାର ପ୍ରଚାର,
ନୂଆପଡା - ଆସନ୍ତା 13 ମେ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ନୂଆପଡା ଜିଲ୍ଲାରେ ବିଭିନ୍ନ ରାଜନୀତି ଦଳ ମାନଙ୍କ ଦ୍ୱାରା ଜୋରଦାର ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି l ଏହି ପରିପେକ୍ଷୀ ରେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଙ୍କ ପାଇଁ ବିଭିନ୍ନ ଗ୍ରାମ, ପଡା, ସାହି କୁ ଯାଇ ତାଙ୍କର ଧର୍ମପତ୍ନୀ ଶୁଚି ପଣ୍ଡା ପ୍ରଚାର କରୁଛନ୍ତି l ଆଜି ନୂଆପଡା ନିର୍ବାଚନ ମଣ୍ଡଳୀ ର ବାଗମୁଣ୍ଡା, ଶିଆଳଲଟି, ଭାଲୁକୋନା ଗ୍ରାମରେ ପହଂଚି ଲୋକଙ୍କ ସହିତ ମିସି ଆଗାମୀ ନିର୍ବାଚନ ରେ ମୋଦିଜୀ ଙ୍କ ହାତ ମୁଠା କୁ ଟାଣ କରିବାକୁ ଡବଲ ଇଂଜିନ ର ସରକାର କରିବାକୁ ଲୋକଙ୍କୁ ନିବେଦନ କରିଥିଲେ ଏବଂ ଲୋକଙ୍କ ସହିତ ମିଶିଥିଲେ ତାଙ୍କୁ ମଧ୍ୟ ବିଭିନ୍ନ ଗ୍ରାମରେ ଲୋକେ ଜୋରଦାର ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ସେ ଆଶାବାଦୀ ଯେ ଆଗାମୀ ନିର୍ବାଚନ ବିଜେପି ବିଧାୟକ ପ୍ରାର୍ଥୀ ତାଙ୍କ ସ୍ୱାମୀ ଅଭିନନ୍ଦନ ପଣ୍ଡା ସୁନିଶ୍ଚିତ ବିଜୟୀ ହେବେ ଆଶା ବାନ୍ଧିଛନ୍ତି l
ସ୍ଵାଧୀନ ପ୍ରାର୍ଥୀ ଘାସରାମଙ୍କ ନାମାଙ୍କନ ପତ୍ର ଦାଖଲ
ନୂଆପଡ଼ା ବିଧାନସଭାର ନାମାଙ୍କନ ପତ୍ର ଦାଖଲ ପାଇଁ ସରକାରୀ ବିଜ୍ଞପ୍ତି ଜାରି ହେବାର ତୃତୀୟ ଦିନରେ ଆଜି ସ୍ବାଧୀନପ୍ରାର୍ଥୀ ଭାବେ ଘାସିରାମ ମାଝୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସୂଚନା ଅନୁସାରେ, ୨୦୧୯ ନିର୍ବାଚନରେ ଘାସିରାମ ମାଝୀ ଜାତୀୟ କଂଗ୍ରେସ ରୁ ପ୍ରାର୍ଥୀ ହୋଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ଚଳିତ ଥର ଜିଲାରେ କୌଣସି ଦଳ ଆଦିବାସୀ ସମ୍ପ୍ରଦାୟର କୌଣସି ବ୍ୟକ୍ତି ଙ୍କୁ ପ୍ରାର୍ଥୀ ନକରିବାରୁ ଜିଲା ଆଦିବାସୀ ଚେହେରା ଭାବେ ଘାସିରାମ ମାଝୀ ଙ୍କୁ ସ୍ବାଧୀନ ଭାବେ ନିର୍ବାଚନରେ ଉଭା ହୋଇଛନ୍ତି । ଆଜି ଖରିଆରରୋଡ ଶଙ୍କର ମନ୍ଦିରରୁ ପୂଜାର୍ଚ୍ଚନା କରି ଶୋଭାଯାତ୍ରାରେ ଖରିଆରରୋଡରୁ ନୂଆପଡ଼ା ଅଭିମୁଖେ ବାହାରିଥିଲେ । ଶୋଭାଯାତ୍ରାରେ ଆଦିବାସୀ ନେତା ଖାମ ସିଂ ମାଝୀ, ହୋମ ମାଝୀ, ଭାନୁପ୍ରତାପ ସିଂ ମାଝୀ, ସରୋଜିନୀ ମାଝୀ, ଭକ୍ତବନ୍ଧୁ ଧରୁଆ, ସୋମନାଥ ଖମାରୀ ପ୍ରମୁଖ ଜିଲାପାଳଙ୍କ କାର୍ଯ୍ୟାଳୟରେ
ପହଞ୍ଚିଥିଲେ । ପରେ ଶ୍ରୀ ମାଝୀ ନୂଆପଡ଼ା ଉପଜିଲାପାଳ ଜୋଗେନ୍ଦ୍ର ମାଝୀଙ୍କୁ ଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
Friday, April 19, 2024
ବରିହାପାଲି ଠାରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ
ବରଗଡ ଜିଲ୍ଲା ପଦମପୁର ବ୍ଲକ ଅନ୍ତର୍ଗତ ବରିହାପାଲି ଗ୍ରାମ ରେ ଶ୍ରୀ ରାମ ନବମୀ ଉତ୍ସବ ପାଳିତ ହୋଇଛିl ଏହି କାର୍ଯ୍ୟକ୍ରମ ରେ ଆଜି ପ୍ରଥମେ କଳସ ଶୋଭାଯାତ୍ରା ହୋଇଛି lଏବଂ ତାପରେ ଶ୍ରୀ ରାମ ଏବଂ ଲକ୍ଷ୍ମଣ ଏବଂ ସୀତା ମାତା ଙ୍କ ପ୍ରତିମୂର୍ତ୍ତି ରେ ପ୍ରାଣ ପ୍ରତିଷ୍ଠା କରି ପୂଜା କାର୍ଯ୍ୟ ଆରମ୍ବ ହୋଇଛି, ଏବଂ ଏହି କାର୍ଯ୍ୟକ୍ରମ ରେ ଗ୍ରାମ ସମସ୍ତେ ଭଗବାନ ରାମ ଙ୍କ ଭକ୍ତି ରେ ମଗ୍ନ ହୋଇଯାଇଛନ୍ତି l ଏହି ରାମ ନବମୀ ଉତ୍ସବ ରେ ରାମ ଚରିତ୍ର ପୁରାଣ ପଠନ ଓ ରାବଣ ଦରବାର ମଧ୍ୟ ରହିଛି l ଓ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଛି l ଏହି ରାମ ନବମୀ ଉତ୍ସବ କୁ ନେଇ ବାରିହାପଳି ଗ୍ରାମ ବାସୀ ବୋହୁତ ଆନନ୍ଦ ସହିତ ପାଳନ କରୁଛନ୍ତି
ଚାରି ବର୍ଷ ପରେ ଆରମ୍ଭ ହେଲା ନାରାୟଣନଗର ରାମଲୀଳା
ଚାରି ବର୍ଷ ପରେ ଆରମ୍ଭ ହେଲା ନାରାୟଣନଗର ରାମଲୀଳା, ଅନୁଷ୍ଠିତ ହେଲା ଶ୍ରୀରାମ ନବମୀ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ନାରାୟଣନଗର ଠାରେ ଶ୍ରୀ ଶ୍ରୀ ରାମଲୀଳା ସାଂସ୍କୃତିକ ପରିଷଦ ପକ୍ଷରୁ ଶ୍ରୀରାମ ନବମୀ ବୁଧବାର ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଶ୍ରୀରାମ, ଲକ୍ଷ୍ମଣ, ମାତା ସୀତାଙ୍କୁ ନେଇ ଏକ ଶୋଭାଯାତ୍ରାରେ ଗଙ୍ଗାଧର ଛକ, ହାରିବଂଶ ଛକ, ଜଗନ୍ନାଥ ମନ୍ଦିର ସlହି, ଚାଷୀସାହି, ଦୈନିକ ବଜାର, ତ୍ରିବେଣୀ ଛକ ଦେଇ ଗ୍ରାମ ପରିକ୍ରମା କରାଯାଇ ମନ୍ଦିରରେ ଠାକୁରଙ୍କ ସ୍ଥାପନ କରାଯାଇଥିଲା l ଏଥିରେ ଗ୍ରାମବାସୀ ଶୁଭ କଳସୀ ପ୍ରତେକ ଘର ସାମ୍ନାରେ ସ୍ଥାପନ କରି ଠାକୁରଙ୍କ ପାଦ ଧୋଇ ପୂଜା କରିଥିଲେ l ଏଥିରେ କର୍ତ୍ତା ଭାବେ ଗୋପାଳ ଚନ୍ଦ୍ର ମେହେର, ତାଙ୍କ ଧର୍ମପତ୍ନୀ ହେମଲତା ମେହେର ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ଅଜିତ କୁମାର ପାଣିଗ୍ରାହୀ ଓ ପ୍ରବୀଣ ପଣ୍ଡା ପୂଜାକାର୍ଯ୍ୟ ତୁଲାଇଥିଲେ l ରାମଲୀଳ କମିଟିର 200 ଜଣ ସଦସ୍ୟ ବ୍ରତ ଧାରଣ କରି ନିଷ୍ଠା ସହ ପୂଜା କରୁଥିବା ବେଳେ ନାରାୟଣନଗର ଗ୍ରାମବାସୀ ସମସ୍ତେ ଏଥିରେ ସାମିଲ ହୋଇଥିଲେ l ଦଶ ଦିନ ପାଇଁ ଗ୍ରାମରେ ଆମିଷ ସମ୍ପୂର୍ଣ ବନ୍ଧ କରାଯାଇଛି l ଦୀର୍ଘ 45 ବର୍ଷ ହେବ ରାମଲୀଳା ନାଟକ ମଞ୍ଚସ୍ଥ ହୋଇଥିବା ବେଳେ କରୋନା ପାଇଁ ଦୁଇବର୍ଷ ନାଟକ ବନ୍ଧ ଥିବା ବେଳେ ଅସୁବିଧା କାରଣ ବଶତଃ ପୁଣି ଦୁଇବର୍ଷ ନାଟକ ସମ୍ପୂର୍ଣ୍ଣ ବନ୍ଦ ଥିଲା l କେବଳ ନୀତିକାନ୍ତି ଶହ ପୂଜା କାର୍ଯ୍ୟ ଅନୁଷ୍ଠିତ ହେଉଥିଲା ll
Sunday, April 14, 2024
ଛାତ୍ର ଛାତ୍ରୀ ମାନଙ୍କୁ ଦେଉଛନ୍ତି ନିର୍ଯାତନା
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ରୁ ଦୁଇ କିଲୋମିଟର ଦୂରରେ ଥିବା ମହୁଲପାଲି ପଂଚାୟତ ଉଚ୍ଚ ବିଦ୍ୟାଳୟ ରେ ସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବର୍ତ୍ତମାନ ର କାର୍ଯ୍ୟରତ ଝାରବନ୍ଧ ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଥିବା (ABEO)ବିସିକେଶନ ଶତପଥୀ ଙ୍କ କାର୍ଯ୍ୟ ନାମା କହିଲେ ନଶରେ କାରଣ କିଛି ଦିନ ପୂର୍ବରୁ ଶ୍ରୀଯୁକ୍ତ ଶତପଥୀ ଆଜ୍ଞା ମହୁଲପାଲି ପଂଚାୟତ ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟରତ ଥିବାବେଳେ ଦେଶର ଭବିଷ୍ୟତ କୁହାଯାଏଥିବା କୋମଲ ମତି ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ର ଦୃଶ୍ୟ ଦେଖିବାକୁ ମିଳୁଛି,ମହାଶୟ ଯେତେବେଳେ ସ୍କୁଲରେ ଶିକ୍ଷକତା ର ସମୟରେ ଛୁଆ ମାନଙ୍କୁ କିପରି ସ୍କୁଲ ପରିଷ୍କାର ହେବ ବୋଲି ହାତରେ ବାଡ଼ି ଧରି ଛୁଆ ମାନଙ୍କୁ ପରିଷ୍କାର କାର୍ଯ୍ୟ ରେ ନିୟୋଜିତ କରନ୍ତି ଓ ସରକାର ଙ୍କ ଠାରୁ ଆସୁଥିବା ଟଙ୍କା କୁ ନିଜ ଉପଭୋଗ କରନ୍ତି ବୋଲି ବି ମଧ୍ୟ ଶୁଣିବାକୁ ମିଳୁଛୁ, କାରଣ ସରକାର କଣ ସ୍କୁଲକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ବିଭିନ୍ନ ମଧ୍ୟରେ ସ୍କୁଲକୁ ଟଙ୍କା ଦେଉଛନ୍ତି, ହେଲେ ଶତପଥି ଆଜ୍ଞା କାହା ସ୍ୱାର୍ଥ ରେ ଏପରି କାର୍ଯ୍ୟ କରୁଛନ୍ତି l ଯେ ତାହା ଭଗବାନ ଙ୍କୁ ଜଣା, ଏଥିରୁ ଜଣା ଯାଉଛି ଯେ ଏହା କଣ ସରକାର ଙ୍କ 5T ନିୟମ ଅଟେ କି, ତେବେ ଦେଖିବାକୁ ବାକି ରହିଲା ଯେ କେବେ ଉପରିସ୍ଥ ଅଧିକାରୀ ଏହାର ଉପଯୁକ୍ତ ତଦନ୍ତ କରିବେ ଓ ଦୋଷୀ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନେବେ l
Tuesday, April 9, 2024
ବିଜେପୁର ନିର୍ବାଚନ ମଇଦାନ ରେ ଓହ୍ଲାଇ ପାରନ୍ତି ଡାକ୍ତର ସୁଶୀଲ ଶର୍ମା
ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଆଶାୟୀ ଥିବା ଡା. ସୁଶିଳ ଶର୍ମା ପୁଣି ଚର୍ଚ୍ଚାରେ | ସମାଜସେବା ତଥା ଗରୀବ ଶ୍ରେଣୀର ରୋଗୀ ମାନଙ୍କୁ ମାଗଣାରେ ଚିକିତ୍ସା କରିବା, ଭାରତୀୟ ଜନତା ପାର୍ଟି ପାଇଁ ଅନେକ ଜାଗା ରେ ସାଂଗଠନିକ ବୈଠକ ମଧ୍ୟ କରି ପୁର୍ବ ରୁ ଏବେ ବେଶ ଲୋକ ପ୍ରିୟତା ଅର୍ଜନ କରିଛନ୍ତି ଶ୍ରୀଯୁକ୍ତ ଶର୍ମା | ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଶାୟୀ ପ୍ରାର୍ଥୀ ଭାବରେ ମଧ୍ୟ ବେଶ୍ ଚର୍ଚ୍ଚାରେ ଥିଲେ | ସମସ୍ତଙ୍କ ସୁଖ ଦୁଖରେ ଛିଡା ହେଉଥିବା ଏଭଳି ନେତାଙ୍କୁ ଭାରତୀୟ ଜନତା ପାର୍ଟି ଅଣଦେଖା କରିଥିବାରୁ ତାଙ୍କର ସମର୍ଥକ ମାନଙ୍କ ମନରେ ଘୋର୍ କୁହ ଅସନ୍ତୋଷ ଦେଖିବାକୁ ମିଳିଛି | ଏବେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଟିକେଟ୍ ନ ଦେବାରୁ ତାଙ୍କର ସମର୍ଥକ ମାନେ ତଥା ଜନ ସାଧାରଣ ଶ୍ରୀଯୁକ୍ତ ଶର୍ମାଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡା ହେଲେ ମଧ୍ୟ ସମର୍ଥନ କରିବୁ ବୋଲି କହିଛନ୍ତି | ଆଗକୁ ଦେଖିବାକୁ ବାକି ରହିଲା ସ୍ବାଧୀନ ପ୍ରାର୍ଥୀ ଭାବରେ ସୁଶୀଳ ଶର୍ମା ଛିଡା ହେଉଛନ୍ତି ନା ନାହିଁ
Saturday, April 6, 2024
କ୍ଷତି ପୂରଣ ନ ଦେବା ପର୍ଯ୍ୟନ୍ତ ରାସ୍ତା କାମ ବନ୍ଦ କଲେ ଚାଷୀ
ସରକାର ଲୋକ ଙ୍କ ହିତରେ କାର୍ଯ୍ୟ କରୁଛୁ ବୋଲି କହୁଥିବା ବେଳେ କ୍ଷତି ପୂରଣ ଦେଇ ନାହାନ୍ତି ସରକାର ।ଆମେ କହୁଛୁ ନୂଆପଡ଼ା ର କଥା ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଧରମପୁର ଠାରୁ ହାତୀସରା ପର୍ଯ୍ୟନ୍ତ ଗ୍ରାମ ଉନ୍ନୟନ ସଂସ୍ଥା ଦ୍ଵାରା ରାସ୍ତା କାର୍ଯ୍ୟ ଚାଲୁ ରହିଛି।ରାସ୍ତା ନିର୍ମାଣ ସହ ସୁନ୍ଦର ନଦୀ ଉପରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଠିକାଦାର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଗୋଟିଏ ବର୍ଷ ହୋଇ ଗଲାଣି କିନ୍ତୁ ସରକାର ଚାଷୀ ଙ୍କ କ୍ଷତି ପୂରଣ ଦେଇ ନାହାନ୍ତି ।ଏଥିରେ ରାସ୍ତା ନିର୍ମାଣ ରେ ହାତୀସରା ଓ ଧରମପୁର ର ଚାଷୀ ମାନଙ୍କ ଜମିରେ ରାସ୍ତା ଯାଇଛି । ଏ ବାବଦ କୁ ସରକାର ତାଙ୍କର ରାସ୍ତା ରେ ଯାଇଥିବା ଜମି ର ପ୍ରାପ୍ୟ ଦେଇ ନାହାନ୍ତି ।ଏହାକୁ ନେଇ ଚାଷୀ ମାନେ ଅନେକ ଥର ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରିଛନ୍ତି ।ଆଜି ସମସ୍ତ ଚାଷୀ ଏକଜୁଟ ହୋଇ ରାସ୍ତା କାମ ଚାଲିଥିବାବେଳେ ତାହାକୁ ବନ୍ଦ କରିଛନ୍ତି ।ଯେ ପର୍ଯ୍ୟନ୍ତ ଚାଷୀ ମାନଙ୍କ ଜମି ର ପ୍ରାପ୍ୟ ସରକାର ଦେବେ ନାହିଁ ସେ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ବନ୍ଦ ରହିବ ବୋଲି ଚାଷୀ ମାନେ କହିଛନ୍ତି। ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ ଙ୍କ ନେତୃତ୍ୱ ରେ କାର୍ଯ୍ୟ ବନ୍ଦ କରିଥିବା ବେଳେ ନିର୍ମାଣ ସ୍ଥଳ ରେ ବିଭିନ୍ନ ନାରାବାଜି ଦେଇ ତାଙ୍କର କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏ ବିଷୟ ରେ କଣ କହୁଛନ୍ତି ତାଙ୍କର ପ୍ରତିକ୍ରିୟା ଶୁଣିବା ।
Wednesday, April 3, 2024
ଜାମ ବାହାଲି ଛକରେ ଜଳଛତ୍ର ଉଦ୍ଘାଟନ
ନୂଆପଡା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ଦର୍ଲିପଡା ଫତାୟତ ଜାମବାହାଲି ଗାଁ ଛକରେ ଆଜି ଜଣେ ଶିକ୍ଷକ ତଥା ସେଚ୍ଛାସେବୀ ଦ୍ବାରା ଏକ ଜଳଛତ୍ର ଶୁଭାରମ୍ଭ ହୋଇଯାଇଛି । ଏହି ଜଳଛତ୍ର କୁ ମଦରଟେରେସା ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ ଶେଷବେବ ପ୍ରଧାନୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭଦ୍ଘାଟନ କରିଥିଲେ । ସତ୍ୟବ୍ରତ ସାମଲ, ହେମନ୍ତ ସାହୁ,ୟାଦରାମ ଅହିର, ଯୋଗେନ୍ଦ୍ର ସୁନାନି,ସୁବ୍ରନ ବାଗ,ବେଦରାଜ ନାଏକ, ଦିଲିପ ମାଝି,ରଘୁନାଥ ତିରାଙ୍ଗୁଲ, ପଦ୍ମନ ମାଝି,ଗୋପାଳ ଚନ୍ଦ୍ର ସାହୁ, ରାହୁଳ ବଘେଲ, ଗୁରୁବାରୁ ରାଉତ, ଆଇନଯିବି ହରି କୁଲଦୀପ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଗ୍ରୀଷ୍ମ ପ୍ରବାହ ବଢ଼ି ଅସହ୍ୟ ଗୁଳୁ ଗୁଳି ଓ ଝାଞ୍ଜି ପବନ ଦ୍ବାରା ଲୋକେ ଅତିଷ୍ଠ ହୋଇ ଗଲେଣି । ମୁଣ୍ଡ ଫଟା ଖରାରେ ପଥିକ ମାନେ ହାଲିଆ ହୋଇ ଗଛମୂଳରେ ବିଶ୍ରାମ ନେଇ ବିଶୁଦ୍ଧ ଥଣ୍ଡା ପାନୀୟ ପାଇଁ ଚାତକ ପରି ଚାହିଁ ରହିଥାନ୍ତି । ଦିନରେ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ସେଲସିୟସ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ବସଷ୍ଟାଣ୍ଡ, ଛକ,ଜନ ଗହଳି,ସପ୍ତାହିକ ହାଟ କିମ୍ବା କୌଣସି ସ୍ଥାନରେ ଜଳଛତ୍ର ଖୋଳା ଯାଇ ନାହିଁ।ଆଜିକୁ ପ୍ରାୟ ୪ ବର୍ଷ ହେବ ଦର୍ଲିପଡ଼ା ପଂଚାୟତ ଜାମବାହାଲି ଗାଁର ତୁଲାରାମ ମାଝି ନିଜ ଗାଁ ଛକରେ ଜଳଛତ୍ର ଖୋଳି ପଥିକଙ୍କୁ ଥଣ୍ଡା ଜଳ ସହ ଘୋଳଦହି,ଲେମ୍ବୁ ପାଣି,ସାଧା ପାଣି ଦେଇ ଆସୁଛନ୍ତି । ସେ ପେସାରେ ଜଣେ ଶିକ୍ଷକ ଅଟନ୍ତି ଓ ଜନସେବା ତାଙ୍କର ନିଶା କହିଲେ ଅତ୍ୟକ୍ତି ହେବନାହିଁ ।'ମୁଁ ପ୍ରତି ବର୍ଷ ଏହି ସେବା କରି ଚାଲି ଥିବି । ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ରୁତୁ ୩ ମାସ ପଥିକ ମାନଙ୍କ ପାଇଁ ଜଳ ଛତ୍ର ଖୋଳା ରହିବ। ଚଳିତ ବର୍ଷ ଗୋଟିଏ ସ୍ଥାନରେ ଆରମ୍ଭ କରିଛୁ । ଆଉ ୩/୪ ଟି ସ୍ଥାନରେ ଖୋଳି ସେବା ଜାରି ରହିବ ବୋଲି ମାଝି କରିଛନ୍ତି' I ଏହି ମହାନ କାର୍ଯ୍ୟପାଇଁ ଏହି ଅଞ୍ଚଳର ଜନସାଧାରଣ ଭୁରି ଭୁରି ପ୍ରଶଂସା କରିଛନ୍ତି।
ଖଡ଼ିଆଳ ର ଗର୍ବ "ଅଂଶୁମାନ ଜାଲ" ଜେଷ୍ଟ ରେ ଭାରତୀୟ ସ୍ତରରେ ୨୬ ଏବଂ IIT JAM ପରୀକ୍ଷା ରେ127 ରଖି ଉତୀର୍ଣ୍ଣ
ନୂଆପଡା ଜ଼ିଲ୍ଲା ର ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅନ୍ତିମ ବର୍ଷ ଛାତ୍ର ସର୍ବଭାରତୀୟ ପ୍ରବେଶକା ପରୀକ୍ଷା JEST ରେ ALL INDIA RANK 26 ଏବଂ IIT JAM ପରୀକ୍ଷା ରେ ALL INDIA RANK 127 ରଖି ଉତୀର୍ଣ୍ଣ ହୋଇଛନ୍ତି l ଖଡ଼ିଆଳ ସ୍ଥିତ ଗୋକୁଳ ନଗର NAC ୱାର୍ଡ଼ ନଂ 09 ରେ ନିଜ ବାସ ଭବନ ,ପିତା ନନ୍ଦ କିଶୋର ଜାଲ, ସେଲ ଟେକ୍ସ ଡିପାର୍ଟମେଣ୍ଟ ନୂଆପଡା ଜ଼ିଲ୍ଲା ରେ କାର୍ଯ୍ୟାରତ, ଅଂଶୁମାନ ଅକ୍ଲାନ୍ତ ପରିଶ୍ରମ କରି ଦିନକୁ 18 ଘଣ୍ଟା ପାଠ ପଢି ସେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ଚୈତନ୍ୟ କୁମାର ମହାନ୍ତି ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ କୋଚିଂ ନେଇ କଂସେଫ୍ଟ ଓ ଡାଉଟ ସମାଧାନ ପାଇଁ ଅହରହ ପରିଶ୍ରମ କରି ମା ବାପା ସାଙ୍ଗେ ମେଣ୍ଟର ଚୈତନ୍ୟ କୁମାର ମହାନ୍ତି ଏବଂ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ନାମ ତଥା ସାରା ଭାରତ ବର୍ଷ ରେ 99%ରୁ ଉର୍ଦ୍ଧ ରଖି ସୁନାମ ଅର୍ଜନ କରି ଖଡ଼ିଆଳ ତଥା ସାରା ଓଡିଶା କୁ ଗର୍ବିତ କରିଛନ୍ତି l ଏ ଖବର ଶୁଣି ଖଡ଼ିଆଳ ଅଂଚଳ ରେ ଖୁସିର ଲହରୀ ଦେଖିବାକୁ ମିଳିଛି
Monday, April 1, 2024
ଜାଗେଜପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ।
ଥୁଆମୂଳ ରାମପୁର:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ମୁଖ୍ଯାଳୟରେ ଥିବା ଜାଗେଜପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ ଅବସର ଗ୍ରହଣ କରିଛନ୍ତି ଏହି ଅବସରରେ ରବିବାର ଏକ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପୂର୍ବତନ ବିଇଓ ଲୋକନାଥ ବେହେରା, ଏବିଓ ସୁରେଶ ଚନ୍ଦ୍ର ବେହେରା, ଚନ୍ଦ୍ର ଶେଖର ନାଏକ, ସିଆର ସିସି ପ୍ରଦୀପ କୁମାର ନାଏକ, ଶିକ୍ଷୟିତ୍ରୀ ସାଗରିକା ନାଏକ, ପୂର୍ଣ୍ଣ ଚନ୍ଦ୍ର ନାଏକ, ବଳରାମ ନାଏକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଅବିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଅନ୍ଯାନ୍ଯ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହି ଅବସରରେ ଏକ ସଭା କାର୍ଯ୍ଯ ଆୟୋଜନ କରାଯାଇଥିଲା,ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଶ୍ରୀ ସାହୁଙ୍କ ଶିକ୍ଷକତା ଜୀବନ ମଧ୍ୟରେ ଯାହାସବୁ କାର୍ଯ୍ଯ ଗୁଡିକ ସୁରୁଖୁରୁ ଭାବରେ ତୁଲାଇଛନ୍ତି ତାଉପରେ ନିଜ ନିଜ ବ୍ଯକ୍ତବ୍ଯରେ ପ୍ରକାଶ କରିଥିଲେ। ତେବେ ଶ୍ରୀଯୁକ୍ତ ସାହୁ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକରେ ଶିକ୍ଷକତା ଜୀବନ ଆରମ୍ଭ କରନ୍ତି।
ସେ ସୁଦୂର କଟକ ଜିଲ୍ଲା ଆଠାଗ ବ୍ଲକ୍ ଅନ୍ତର୍ଗତ ବେନ୍ତ ପଦା ଗ୍ରାମ ରୁ ଆସି ଥୁଆମୂଳ ରାମପୁର ବ୍ଳକରେ ଗତ ତା.୦୪/୦୭/୧୯୮୮ ଠାରୁ ତା.୩୧/୦୩/୨୦୨୪ ଦୀର୍ଘ ୩୬ ବର୍ଷ ପର୍ଯ୍ୟନ୍ତ ଶିକ୍ଷକତା ଜୀବନ ଅତିବାହିତ କରିଥିଲେ ତେବେ ଶ୍ରୀ ସାହୁ ଜାଗେଜପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଶିକ୍ଷକତା ଜୀବନକୁ ସୁନ୍ଦର ଭାବରେ ସମ୍ପାଦନ କରି ଅବସର ଗ୍ରହଣ କରିଛନ୍ତି। ସେ ଜଣେ ଶାନ୍ତ ସ୍ବଭାବ ପରୋପକାରୀ, ମିଷ୍ଟଭାସି ମଣିଷ ଓ ଆଦର୍ଶ ଶିକ୍ଷକ ଭାବରେ ପରିଚିତ ହୋଇ ଛାତ୍ରଛାତ୍ରୀ, ଅଭିଭାବକ ତଥା ଅନ୍ଯାନ୍ଯ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ପ୍ରିୟଭାର୍ଜନ ହୋଇପାରିଛନ୍ତି।
ଜାଗେଜପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ।
ଥୁଆମୂଳ ରାମପୁର:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ମୁଖ୍ଯାଳୟରେ ଥିବା ଜାଗେଜପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ ଅବସର ଗ୍ରହଣ କରିଛନ୍ତି ଏହି ଅବସରରେ ରବିବାର ଏକ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପୂର୍ବତନ ବିଇଓ ଲୋକନାଥ ବେହେରା, ଏବିଓ ସୁରେଶ ଚନ୍ଦ୍ର ବେହେରା, ଚନ୍ଦ୍ର ଶେଖର ନାଏକ, ସିଆର ସିସି ପ୍ରଦୀପ କୁମାର ନାଏକ, ଶିକ୍ଷୟିତ୍ରୀ ସାଗରିକା ନାଏକ, ପୂର୍ଣ୍ଣ ଚନ୍ଦ୍ର ନାଏକ, ବଳରାମ ନାଏକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଅବିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଅନ୍ଯାନ୍ଯ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହି ଅବସରରେ ଏକ ସଭା କାର୍ଯ୍ଯ ଆୟୋଜନ କରାଯାଇଥିଲା,ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଶ୍ରୀ ସାହୁଙ୍କ ଶିକ୍ଷକତା ଜୀବନ ମଧ୍ୟରେ ଯାହାସବୁ କାର୍ଯ୍ଯ ଗୁଡିକ ସୁରୁଖୁରୁ ଭାବରେ ତୁଲାଇଛନ୍ତି ତାଉପରେ ନିଜ ନିଜ ବ୍ଯକ୍ତବ୍ଯରେ ପ୍ରକାଶ କରିଥିଲେ। ତେବେ ଶ୍ରୀଯୁକ୍ତ ସାହୁ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକରେ ଶିକ୍ଷକତା ଜୀବନ ଆରମ୍ଭ କରନ୍ତି।
ସେ ସୁଦୂର କଟକ ଜିଲ୍ଲା ଆଠାଗ ବ୍ଲକ୍ ଅନ୍ତର୍ଗତ ବେନ୍ତ ପଦା ଗ୍ରାମ ରୁ ଆସି ଥୁଆମୂଳ ରାମପୁର ବ୍ଳକରେ ଗତ ତା.୦୪/୦୭/୧୯୮୮ ଠାରୁ ତା.୩୧/୦୩/୨୦୨୪ ଦୀର୍ଘ ୩୬ ବର୍ଷ ପର୍ଯ୍ୟନ୍ତ ଶିକ୍ଷକତା ଜୀବନ ଅତିବାହିତ କରିଥିଲେ ତେବେ ଶ୍ରୀ ସାହୁ ଜାଗେଜପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଶିକ୍ଷକତା ଜୀବନକୁ ସୁନ୍ଦର ଭାବରେ ସମ୍ପାଦନ କରି ଅବସର ଗ୍ରହଣ କରିଛନ୍ତି। ସେ ଜଣେ ଶାନ୍ତ ସ୍ବଭାବ ପରୋପକାରୀ, ମିଷ୍ଟଭାସି ମଣିଷ ଓ ଆଦର୍ଶ ଶିକ୍ଷକ ଭାବରେ ପରିଚିତ ହୋଇ ଛାତ୍ରଛାତ୍ରୀ, ଅଭିଭାବକ ତଥା ଅନ୍ଯାନ୍ଯ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ପ୍ରିୟଭାର୍ଜନ ହୋଇପାରିଛନ୍ତି।
ସଭାସେଶରେ ଅବସର କାଳୀନ ଶିକ୍ଷକ ଶ୍ରୀ ସାହୁ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଚକ୍ଲେଟ ବଣ୍ଟନ କରି ଶେଷ ବିଦାୟ ନେଇଥିଲେ l ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ବଳରାମ ନାଏକ ପରିଚାଳନା କରିଥିବା ବେଳେ ପୂର୍ଣ୍ଣ ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
Subscribe to:
Comments (Atom)
ଭାରତ ମହିଳା ବିଶ୍ବକପ ଚାଂପିଅନ୍.
*-ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍* *-ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା ଭାରତ* *-ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ...
-
ବୌଦ୍ଧ-21/01-ନାମଯଜ୍ଞ ମଣ୍ଡପ ପୁରୀ ମନ୍ଦିର ଭଳି ନିର୍ମିତ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚ...
-
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍...