Friday, April 19, 2024

ଚାରି ବର୍ଷ ପରେ ଆରମ୍ଭ ହେଲା ନାରାୟଣନଗର ରାମଲୀଳା

ଚାରି ବର୍ଷ ପରେ ଆରମ୍ଭ ହେଲା ନାରାୟଣନଗର ରାମଲୀଳା, ଅନୁଷ୍ଠିତ ହେଲା ଶ୍ରୀରାମ ନବମୀ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ନାରାୟଣନଗର ଠାରେ ଶ୍ରୀ ଶ୍ରୀ ରାମଲୀଳା ସାଂସ୍କୃତିକ ପରିଷଦ ପକ୍ଷରୁ ଶ୍ରୀରାମ ନବମୀ ବୁଧବାର ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଶ୍ରୀରାମ, ଲକ୍ଷ୍ମଣ, ମାତା ସୀତାଙ୍କୁ ନେଇ ଏକ ଶୋଭାଯାତ୍ରାରେ ଗଙ୍ଗାଧର ଛକ, ହାରିବଂଶ ଛକ, ଜଗନ୍ନାଥ ମନ୍ଦିର ସlହି, ଚାଷୀସାହି, ଦୈନିକ ବଜାର, ତ୍ରିବେଣୀ ଛକ ଦେଇ ଗ୍ରାମ ପରିକ୍ରମା କରାଯାଇ ମନ୍ଦିରରେ ଠାକୁରଙ୍କ ସ୍ଥାପନ କରାଯାଇଥିଲା l ଏଥିରେ ଗ୍ରାମବାସୀ ଶୁଭ କଳସୀ ପ୍ରତେକ ଘର ସାମ୍ନାରେ ସ୍ଥାପନ କରି ଠାକୁରଙ୍କ ପାଦ ଧୋଇ ପୂଜା କରିଥିଲେ l ଏଥିରେ କର୍ତ୍ତା ଭାବେ ଗୋପାଳ ଚନ୍ଦ୍ର ମେହେର, ତାଙ୍କ ଧର୍ମପତ୍ନୀ ହେମଲତା ମେହେର ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ଅଜିତ କୁମାର ପାଣିଗ୍ରାହୀ ଓ ପ୍ରବୀଣ ପଣ୍ଡା ପୂଜାକାର୍ଯ୍ୟ ତୁଲାଇଥିଲେ l ରାମଲୀଳ କମିଟିର 200 ଜଣ ସଦସ୍ୟ ବ୍ରତ ଧାରଣ କରି ନିଷ୍ଠା ସହ ପୂଜା କରୁଥିବା ବେଳେ ନାରାୟଣନଗର ଗ୍ରାମବାସୀ ସମସ୍ତେ ଏଥିରେ ସାମିଲ ହୋଇଥିଲେ l ଦଶ ଦିନ ପାଇଁ ଗ୍ରାମରେ ଆମିଷ ସମ୍ପୂର୍ଣ ବନ୍ଧ କରାଯାଇଛି l ଦୀର୍ଘ 45 ବର୍ଷ ହେବ ରାମଲୀଳା ନାଟକ ମଞ୍ଚସ୍ଥ ହୋଇଥିବା ବେଳେ କରୋନା ପାଇଁ ଦୁଇବର୍ଷ ନାଟକ ବନ୍ଧ ଥିବା ବେଳେ ଅସୁବିଧା କାରଣ ବଶତଃ ପୁଣି ଦୁଇବର୍ଷ ନାଟକ ସମ୍ପୂର୍ଣ୍ଣ ବନ୍ଦ ଥିଲା l କେବଳ ନୀତିକାନ୍ତି ଶହ ପୂଜା କାର୍ଯ୍ୟ ଅନୁଷ୍ଠିତ ହେଉଥିଲା ll

No comments:

Post a Comment

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...