Wednesday, April 3, 2024
ଜାମ ବାହାଲି ଛକରେ ଜଳଛତ୍ର ଉଦ୍ଘାଟନ
ନୂଆପଡା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ଦର୍ଲିପଡା ଫତାୟତ ଜାମବାହାଲି ଗାଁ ଛକରେ ଆଜି ଜଣେ ଶିକ୍ଷକ ତଥା ସେଚ୍ଛାସେବୀ ଦ୍ବାରା ଏକ ଜଳଛତ୍ର ଶୁଭାରମ୍ଭ ହୋଇଯାଇଛି । ଏହି ଜଳଛତ୍ର କୁ ମଦରଟେରେସା ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ ଶେଷବେବ ପ୍ରଧାନୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭଦ୍ଘାଟନ କରିଥିଲେ । ସତ୍ୟବ୍ରତ ସାମଲ, ହେମନ୍ତ ସାହୁ,ୟାଦରାମ ଅହିର, ଯୋଗେନ୍ଦ୍ର ସୁନାନି,ସୁବ୍ରନ ବାଗ,ବେଦରାଜ ନାଏକ, ଦିଲିପ ମାଝି,ରଘୁନାଥ ତିରାଙ୍ଗୁଲ, ପଦ୍ମନ ମାଝି,ଗୋପାଳ ଚନ୍ଦ୍ର ସାହୁ, ରାହୁଳ ବଘେଲ, ଗୁରୁବାରୁ ରାଉତ, ଆଇନଯିବି ହରି କୁଲଦୀପ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଗ୍ରୀଷ୍ମ ପ୍ରବାହ ବଢ଼ି ଅସହ୍ୟ ଗୁଳୁ ଗୁଳି ଓ ଝାଞ୍ଜି ପବନ ଦ୍ବାରା ଲୋକେ ଅତିଷ୍ଠ ହୋଇ ଗଲେଣି । ମୁଣ୍ଡ ଫଟା ଖରାରେ ପଥିକ ମାନେ ହାଲିଆ ହୋଇ ଗଛମୂଳରେ ବିଶ୍ରାମ ନେଇ ବିଶୁଦ୍ଧ ଥଣ୍ଡା ପାନୀୟ ପାଇଁ ଚାତକ ପରି ଚାହିଁ ରହିଥାନ୍ତି । ଦିନରେ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ସେଲସିୟସ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ବସଷ୍ଟାଣ୍ଡ, ଛକ,ଜନ ଗହଳି,ସପ୍ତାହିକ ହାଟ କିମ୍ବା କୌଣସି ସ୍ଥାନରେ ଜଳଛତ୍ର ଖୋଳା ଯାଇ ନାହିଁ।ଆଜିକୁ ପ୍ରାୟ ୪ ବର୍ଷ ହେବ ଦର୍ଲିପଡ଼ା ପଂଚାୟତ ଜାମବାହାଲି ଗାଁର ତୁଲାରାମ ମାଝି ନିଜ ଗାଁ ଛକରେ ଜଳଛତ୍ର ଖୋଳି ପଥିକଙ୍କୁ ଥଣ୍ଡା ଜଳ ସହ ଘୋଳଦହି,ଲେମ୍ବୁ ପାଣି,ସାଧା ପାଣି ଦେଇ ଆସୁଛନ୍ତି । ସେ ପେସାରେ ଜଣେ ଶିକ୍ଷକ ଅଟନ୍ତି ଓ ଜନସେବା ତାଙ୍କର ନିଶା କହିଲେ ଅତ୍ୟକ୍ତି ହେବନାହିଁ ।'ମୁଁ ପ୍ରତି ବର୍ଷ ଏହି ସେବା କରି ଚାଲି ଥିବି । ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ରୁତୁ ୩ ମାସ ପଥିକ ମାନଙ୍କ ପାଇଁ ଜଳ ଛତ୍ର ଖୋଳା ରହିବ। ଚଳିତ ବର୍ଷ ଗୋଟିଏ ସ୍ଥାନରେ ଆରମ୍ଭ କରିଛୁ । ଆଉ ୩/୪ ଟି ସ୍ଥାନରେ ଖୋଳି ସେବା ଜାରି ରହିବ ବୋଲି ମାଝି କରିଛନ୍ତି' I ଏହି ମହାନ କାର୍ଯ୍ୟପାଇଁ ଏହି ଅଞ୍ଚଳର ଜନସାଧାରଣ ଭୁରି ଭୁରି ପ୍ରଶଂସା କରିଛନ୍ତି।
Subscribe to:
Post Comments (Atom)
ଭାରତ ମହିଳା ବିଶ୍ବକପ ଚାଂପିଅନ୍.
*-ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍* *-ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା ଭାରତ* *-ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ...
-
ବୌଦ୍ଧ-21/01-ନାମଯଜ୍ଞ ମଣ୍ଡପ ପୁରୀ ମନ୍ଦିର ଭଳି ନିର୍ମିତ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚ...
-
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍...
No comments:
Post a Comment