ଏହି ଅବସରରେ ଏକ ସଭା କାର୍ଯ୍ଯ ଆୟୋଜନ କରାଯାଇଥିଲା,ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଶ୍ରୀ ସାହୁଙ୍କ ଶିକ୍ଷକତା ଜୀବନ ମଧ୍ୟରେ ଯାହାସବୁ କାର୍ଯ୍ଯ ଗୁଡିକ ସୁରୁଖୁରୁ ଭାବରେ ତୁଲାଇଛନ୍ତି ତାଉପରେ ନିଜ ନିଜ ବ୍ଯକ୍ତବ୍ଯରେ ପ୍ରକାଶ କରିଥିଲେ। ତେବେ ଶ୍ରୀଯୁକ୍ତ ସାହୁ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକରେ ଶିକ୍ଷକତା ଜୀବନ ଆରମ୍ଭ କରନ୍ତି।
ସେ ସୁଦୂର କଟକ ଜିଲ୍ଲା ଆଠାଗ ବ୍ଲକ୍ ଅନ୍ତର୍ଗତ ବେନ୍ତ ପଦା ଗ୍ରାମ ରୁ ଆସି ଥୁଆମୂଳ ରାମପୁର ବ୍ଳକରେ ଗତ ତା.୦୪/୦୭/୧୯୮୮ ଠାରୁ ତା.୩୧/୦୩/୨୦୨୪ ଦୀର୍ଘ ୩୬ ବର୍ଷ ପର୍ଯ୍ୟନ୍ତ ଶିକ୍ଷକତା ଜୀବନ ଅତିବାହିତ କରିଥିଲେ ତେବେ ଶ୍ରୀ ସାହୁ ଜାଗେଜପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଶିକ୍ଷକତା ଜୀବନକୁ ସୁନ୍ଦର ଭାବରେ ସମ୍ପାଦନ କରି ଅବସର ଗ୍ରହଣ କରିଛନ୍ତି। ସେ ଜଣେ ଶାନ୍ତ ସ୍ବଭାବ ପରୋପକାରୀ, ମିଷ୍ଟଭାସି ମଣିଷ ଓ ଆଦର୍ଶ ଶିକ୍ଷକ ଭାବରେ ପରିଚିତ ହୋଇ ଛାତ୍ରଛାତ୍ରୀ, ଅଭିଭାବକ ତଥା ଅନ୍ଯାନ୍ଯ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ପ୍ରିୟଭାର୍ଜନ ହୋଇପାରିଛନ୍ତି।
ସଭାସେଶରେ ଅବସର କାଳୀନ ଶିକ୍ଷକ ଶ୍ରୀ ସାହୁ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଚକ୍ଲେଟ ବଣ୍ଟନ କରି ଶେଷ ବିଦାୟ ନେଇଥିଲେ l ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ବଳରାମ ନାଏକ ପରିଚାଳନା କରିଥିବା ବେଳେ ପୂର୍ଣ୍ଣ ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
No comments:
Post a Comment