ଖପ୍ରାଖୋଲ ଗୋପାଲ ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ଆମ୍ବୁଡସ୍ ମେନ୍ ସଚ୍ଚିଦାନନ୍ଦ ହନୁମାନ ଶୁକ୍ରବାର ପହଞ୍ଚି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଅନିୟମିତା ଅଭିଯୋଗ ର ତଦନ୍ତ କରିଥିଲେ। ଅଭିଯୋଗ ଦୁଇଟି ହେଲା ତେଲେନପାଲି ପଞ୍ଚାୟତ ଡୁଡୁକିପଦର ଗାଁ ଗୋଚର ଏରିଆ ରେ ୨୦୨୩ ରେ ଟି ସି ବି କାମ ହୋଇଛି। ୯ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିବା ପ୍ରକଳ୍ପରେ ୮ ଲକ୍ଷ ୮୩ ହଜାର ୮୪୦ ଟଙ୍କା ଖର୍ଚ୍ଚ ହୋଇଥିବା ଦେଖା ଯାଇଛି। ଏହି ପ୍ରକଳ୍ପରେ କାମ କରିନଥିବା ବ୍ୟକ୍ତିଙ୍କ ନାମରେ ମଜୁରୀ ପଡ଼ିଥିବା ଅଭିଯୋଗ ହୋଇଛି। ଏନେଇ ଗତ ୧୭/୧/୨୪ ରେ ୱାର୍ଡ ମେମ୍ବର ଅନୁଶୟା ଧରୁଆ ଓ ଅନ୍ୟମାନେ ଗ୍ରାମ ପଞ୍ଚାୟତ ରେ ଗାଁ ସାଥି ବିରୋଧ ରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ସରପଞ୍ଚ ଶକୁନ୍ତଳା ବେହେରା ବ୍ଲକ୍ ମାଧ୍ୟମରେ ଗତ ୨୦/୨/୨୪ ଆମ୍ବୁଡ୍ ସ ମେନ୍ କୁ ଜଣାଇଥିଲେ। ଏହାକୁ ଭିତ୍ତି କରି ଆମ୍ବୁଡ଼ସ ମେନ୍ ଉଭୟ ପକ୍ଷ କୁ ଡାକି ତଦନ୍ତ କରିଥିଲେ। ସେହିପରି ମାଟିଆଭଟା ପଞ୍ଚାୟତ ପୁତୁଲାମହୁଳ ଗାଁ ରେ ୧୦ ଜଣକୁ ଜମି ମରାମତି ବାବଦରେ ୧୦୨୨ରେ ମିଛ କାର୍ଯ୍ୟାଦେଶ ବଣ୍ଟନ କରିବା ସହ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଏହି ସମ୍ପର୍କରେ ମଧ୍ୟ ଉଭୟ ପକ୍ଷକୁ ଡାକି ବ୍ଲକ୍ ସଭ।ଗୃହରେ ତଦନ୍ତ କରିଥିଲେ। ଏହି ଅବସରରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ସହକାରୀ ନିର୍ବାହୀ ଯନ୍ତ୍ରୀ କୁଳମଣି ଭୋଇ, ତେଲେନପାଲି ସରପଞ୍ଚ ଶକୁନ୍ତଳା ବେହେରା, ମାଟିଆଭଟା ସରପଞ୍ଚ ସ ନ୍ତୋଷିନୀ ବରିହା, ଜି ଆର୍ ଏସ ସଦାନନ୍ଦ ମାଝୀ, ସୁଦର୍ମା ବେହେରା, କନିଷ୍ଠ ଯନ୍ତ୍ରୀ ଦିଲୀପ ରାଉତ, ଦୀପକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ସମ୍ବୁଡସ ମେନ୍ ଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି।
Subscribe to:
Post Comments (Atom)
5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...
-
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍...
-
*-କୋରାପୁଟ: ଟ୍ରକ୍ ସହ ଧକ୍କା ପରେ ଜଳିଗଲା ବାଇକ୍; ବାପପୁଅ ମୃତ* *-ସଦର ଥାନା ପଡ଼ାଗଡ଼ ସେବାଶ୍ରମ ନିକଟ ଏନ୍ଏଚ୍ ୩୨୬ରେ ଦୁର୍ଘଟଣା* *-କାଉଡ଼ିଆଙ୍କ...
No comments:
Post a Comment