Saturday, March 23, 2024
ଢୋଲକିଆ ସମର୍ଥକଙ୍କ ବିଶାଳ ବାଇକ ରେଲି
ଆଜି ନୂଆପଡା ବିଜୁ ଜନତା ଦଳ, ଛାତ୍ର, ମହିଳା ମାନେ ଖରିଆରରୋଡ଼ ଶଙ୍କର ମନ୍ଦିର ସମ୍ମୁଖରେ ରେ ଏକତ୍ରିତ ହୋଇ ଶହ ଶହ ସଂଖ୍ୟାରେ ବାଇକ ରେଲି ରେ ବାହାରିଥିଲେ l ରାଜ୍ୟ ସମ୍ପାଦକ ରାଜେଶ ନିଗମ ଙ୍କ ନେତୃତ୍ୱ ରେ ହଜାର ହଜାର ସଂଖ୍ୟା ରେ ମହିଳା, ପୁରୁଷ, ଯୁବ ଅନେକ ନେତା କର୍ମୀ ଯୋଗଦେଇଥିଲେ l ଖରିଆର ରୋଡ଼ ରୁ ବାହାରି ଵିଜୁ ପଟ୍ଟନାୟକ ଛକ ରେ ପହଞ୍ଚି ଵିଜୁ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଥମେ ମାଲ୍ୟାର୍ପଣ କରିଥିଲେ ପରେ ବାଇକ ରେଲି ଯୋଗେ ନୂଆପଡା ଅଭିମୁଖେ ବାହାରି ଏକତା ଛକ କୁ ପହଞ୍ଚି ସ୍ବର୍ଗତ ଘାସିରାମ ମାଝୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ପୋଲିସ ପଡିଆରେ ଆୟୋଜିତ ବିରାଟ କର୍ମୀ ସମ୍ମିଳନୀ ସଭାସ୍ଥଳ କୁ ପହଞ୍ଚି ବିଜେଡି ପାର୍ଟି ର ଜୟ କାର ସହିତ ମନ୍ତ୍ରୀ ତଥା ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ସମର୍ଥନ ରେ ବାହାରି ନାରାବାଜି କରିଥିଲେ l ସେ କର୍ମୀ ମାନେ ଆବେଦନ କରୁଛନ୍ତି କିଯେ ମନ୍ତ୍ରୀ ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି ଥରେ ନୂଆପଡା ନିର୍ବାଚନ ମଣ୍ଡଳୀ ରୁ ବିଜେଡି ଟିକେଟ ମିଳୁ ବୋଲି କର୍ମୀ ମାନେ ଆବେଦନ କରିଥିଲେ l ଏହି ଅବସରରେ ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ବରୀ ସାହୁ, କୋମନା ବ୍ଲକ ଅଧ୍ଯକ୍ଷା ଅନୁସୟା କୁମ୍ଭାର, ଖରିଆରରୋଡ଼ ଏନଏସି ଉପାଧ୍ୟାକ୍ଷା ନିଶାନ୍ତ ଡାଗା, ନୂଆପଡା ବିଜେଡି ବ୍ଲକ ସଭାପତି ରମାକାନ୍ତ କ୍ଷେତ୍ରୀୟ, ଜିଲ୍ଲାପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, ମୁରଲୀ ଭୋଇ, କାଳିଆ ପ୍ରଧାନ, ସଞ୍ଜୟ ପ୍ରଧାନ, କୋମନା ବ୍ଲକ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ଦିଲ୍ଲୀପ ନିର୍ମଳକର, ଯୁବ ନେତା ରବି ବାଗ ପ୍ରମୁଖ ସହିତ ବହୁତ ବିଜେଡି ନେତା କର୍ମୀ ଉପସ୍ଥିତ ରହିଥିଲେ
Subscribe to:
Post Comments (Atom)
5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...
-
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍...
-
*-କୋରାପୁଟ: ଟ୍ରକ୍ ସହ ଧକ୍କା ପରେ ଜଳିଗଲା ବାଇକ୍; ବାପପୁଅ ମୃତ* *-ସଦର ଥାନା ପଡ଼ାଗଡ଼ ସେବାଶ୍ରମ ନିକଟ ଏନ୍ଏଚ୍ ୩୨୬ରେ ଦୁର୍ଘଟଣା* *-କାଉଡ଼ିଆଙ୍କ...
No comments:
Post a Comment