Friday, March 22, 2024

ଟ୍ରକକୁ ପଛରୁ ପିଟିଲା ଟ୍ରକ୍ ଜିଅନ୍ତା ଜଳିଗଲେ ଡ୍ରାଇଭର

ଟ୍ରକକୁ ପଛରୁ ପିଟିଲା ଟ୍ରକ୍। ଧକ୍କା ହେବାପରେ ଜଳିଗଲା ପଛରେ ଥ‌ିବା ଟ୍ରକ୍। ଜିଅନ୍ତା ଜଳିଗଲେ ଡ୍ରାଇଭର । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଗରେ ଥିବା ଟ୍ରକଟି ହଠାତ ବ୍ରେକ କରିଥିବା ବେଳେ ପଛରେ ଥ‌ିବା ଟ୍ରକଟି ଭରସାମ୍ୟ ହରାଇ  ଟ୍ରକକୁ ଧକ୍କା ଦେଇଥିଲା । ଧକ୍କା ପରେ ଟ୍ରକରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ଅନେକ ଚେଷ୍ଟା କରା ଯାଇଥିବା ବେଳେ ଷ୍ଟିଅରିଙ୍ଗ ଓ ସିଟରେ ଚାପି ହୋଇଥିବାରୁ ବାହାର କରାଯାଇ ପାରି ନଥିଲା।

No comments:

Post a Comment

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...