Monday, May 13, 2024

ଗ୍ରାମ ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର

ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ତାକରଡ଼ା, ମତାଝରୀ, ଡେଙ୍ଗାବାଡ଼ି, କଲୋନୀ, ବାଦପଲ୍ଲୀ, ସୁଳିଆପଲ୍ଲୀ, କରଚୁଲି, ପଥରବଣୀ ଗ୍ରାମ ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର ବିଧାନସଭା ପ୍ରାର୍ଥୀ ତଥା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେବା ସହ ବିଜୁ ଜନତା ଦଳ କୁ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି। ତା - ୧୩/୦୫/୨୦୨୪

Saturday, May 4, 2024

ଫୁଲ ଛାଡି ଶଙ୍ଖ ଧରିଲେ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ବଡ଼ ବାଗବର ଗ୍ରାମର ବିଜେପି ନେତୃବୃନ୍ଦ ବିଜେଡି ରେ ସାମିଲ ହୋଇଥିବା ଜଣା ପଡିଛି l ଗ୍ରାମର ଯୁବ ବିଜେପି ନେତା କମଳ ଭୋଇ, କରୁଣାକର ପ୍ରଧାନ, ବଶିଷ୍ଠ ସାହୁ, କିଶ୍ବର ସାହୁ, ତପନ ପ୍ରଧାନ, ଯଶୋବନ୍ତ ଭୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଗତ କାଲି ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ପ୍ରଦୀପ ଅମାତ ଙ୍କ ବାସ ଭବନରେ ଶ୍ରୀ ଅମାତ ଙ୍କ ଉପସ୍ଥିତ ରେ ବିଜେପି ଛାଡି ବିଜେଡି ରେ ସାମିଲ ହୋଇଛନ୍ତି l ତାଙ୍କୁ ଦଳୀୟ ଚି଼ହ୍ନ ଥିବା ଉତ୍ତରୀୟ ଦେଇ ବିଜେଡି ପାର୍ଟି ରେ ସାମିଲ କରାଯାଇଥିବା ସୂଚନା ମିଳିଛି l

Tuesday, April 30, 2024

ସୁରକ୍ଷା ବାହିନୀ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ମାଓବାଦୀ ଯୋଜନା କୁ ପଣ୍ଡ କଲା ବୌଦ୍ଧ ପୋଲିସ । ନିର୍ବାଚନ ରେ ଘଟାଇଥାନ୍ତେ ବଡ ଘଟଣା । ମାଓବାଦୀ ଙ୍କ TCOC ମାସ ରେ ଏକାଠି ହୋଇଥିଲେ ପ୍ରାୟ ୫୦ ରୁ ୬୦ ମାଓବାଦୀ । ଚାଲିଥିଲା ବଡ ଯୋଜନା । ପଣ୍ଡ କଲା ବୌଦ୍ଧ ପୋଲିସ । ବୌଦ୍ଧ କଣ୍ଟାମାଲ ଥାନା ପଢେଲ ଡ୍ୟାମ ନିକଟ ଜଙ୍ଗଲ ରେ ମାଓବାଦୀ ସୁରକ୍ଷା କର୍ମୀ ଗୁଳିବିନିମୟ । ସୁରକ୍ଷା ବାହିନୀ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଲଗାତାର ଭାବେ ମାଓ ଦମନ ଅପରେସନ ଜାରି ରହିଛି। ତେବେ ଗତ କିଛିଦିନ ହେଲା ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆଜି ସକାଳ ୭ ଟାରେ DVF, BSF ଓ SOG ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ କଣ୍ଟାମାଳ ଥାନା ପଢେଲ ଡ୍ୟାମ ନିକଟ ଜଙ୍ଗଲ ରେ ମାଓବାଦୀ ମାନେ ହଠାତ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଏନେଇ ପୋଲିସ ପକ୍ଷରୁ ଆତ୍ମସମର୍ପଣ ପାଇଁ ଆହ୍ୱାନ ଦିଯାଇଥିଲେ ବି ମାଓବାଦୀ ମାନେ ଲଗାତାର ଗୁଳି ଚଳାଇଥିଲେ । ଏହାର ପ୍ରତିବାଦରେ ସୁରକ୍ଷା ବହିନୀ ମଧ୍ୟ ଗୁଳି ଚଳାଇଥିଲେ । ସୁରକ୍ଷାବାହିନୀ ଓ ମାଓବାଦୀ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଗୁଳିବିନିମୟ ହୋଇଥିବା ବେଳେ ସୁରକ୍ଷା ବାହିନୀ ଗୁଳିରେ ୨ ଜଣ ମାଓବାଦୀ ମୃତ୍ୟୁ ହୋଇଛନ୍ତି । ମୃତକ ମାଓବାଦୀ ଦ୍ବୟ ଅଷ୍ଟମ କମ୍ପାନୀର ସଦସ୍ୟ ହୋଇଥିବା ବେଳେ ସୁନୀଲ ନାମକ ମାଓବାଦୀ ଜଣଙ୍କ ଛତିଶଗଡ ସୁକୁମା ଓ ସନ୍ତୁ ନାମକ ମାଓବାଦୀ ହେଲା ଛତିଶଗଡ଼ ବିଜପୁର ଅଞ୍ଚଳର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏକାଧିକ ମାଓବାଦୀ ପୋଲିସ ଗୁଳିରେ ଆହତ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା । ଏଥିସହିତ ଏକ ମାଓକ୍ୟାମ୍ପ ଠାବ ସହ ଧ୍ୱଂସ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ଗୋଟିଏ ରାଇଫଲ, BGL Round- ୧୭ ଟି, ହାତ ତିଆରି ବୋମା ୫ଟି , ଫ୍ଲାସ ଲାଇଟ ଆଂପ୍ଲି ଫାୟାର ୨ଟି , IEDs ୬ ଟି ଇଲେକ୍ଟ୍ରିକ ତାର, ଆଦି ବିସ୍ଫୋରକ ସାମଗ୍ରୀ ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ତେବେ ବର୍ତ୍ତମାନ ବି ସର୍ଚ୍ଚ ଅପରେସନ ଚାଲିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ହେଲେ ଏ ପର୍ଯେନ୍ତ ଜଙ୍ଗଲ ରେ ସର୍ଚ୍ଚ ଅପେସନକ ଜାରି ରହିଥିବା ବେଳେ ଏବେ ବି ଆଉ କମ୍ବିନ ଜାରି ରହିଥିବା ସୂଚନା ।

ବାଇଟ-୧-ରାଜ୍ ପ୍ରସାଦ, ଏସପି, ବୌଦ୍ଧ

Monday, April 22, 2024

ନୂଆପଡା ଜିଲ୍ଳାରେ ଚାଲିଛି ଜୋରଦାର ପ୍ରଚାର,

ନୂଆପଡା - ଆସନ୍ତା 13 ମେ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ନୂଆପଡା ଜିଲ୍ଲାରେ ବିଭିନ୍ନ ରାଜନୀତି ଦଳ ମାନଙ୍କ ଦ୍ୱାରା ଜୋରଦାର ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି l ଏହି ପରିପେକ୍ଷୀ ରେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଙ୍କ ପାଇଁ ବିଭିନ୍ନ ଗ୍ରାମ, ପଡା, ସାହି କୁ ଯାଇ ତାଙ୍କର ଧର୍ମପତ୍ନୀ ଶୁଚି ପଣ୍ଡା ପ୍ରଚାର କରୁଛନ୍ତି l ଆଜି ନୂଆପଡା ନିର୍ବାଚନ ମଣ୍ଡଳୀ ର ବାଗମୁଣ୍ଡା, ଶିଆଳଲଟି, ଭାଲୁକୋନା ଗ୍ରାମରେ ପହଂଚି ଲୋକଙ୍କ ସହିତ ମିସି ଆଗାମୀ ନିର୍ବାଚନ ରେ ମୋଦିଜୀ ଙ୍କ ହାତ ମୁଠା କୁ ଟାଣ କରିବାକୁ ଡବଲ ଇଂଜିନ ର ସରକାର କରିବାକୁ ଲୋକଙ୍କୁ ନିବେଦନ କରିଥିଲେ ଏବଂ ଲୋକଙ୍କ ସହିତ ମିଶିଥିଲେ ତାଙ୍କୁ ମଧ୍ୟ ବିଭିନ୍ନ ଗ୍ରାମରେ ଲୋକେ ଜୋରଦାର ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ସେ ଆଶାବାଦୀ ଯେ ଆଗାମୀ ନିର୍ବାଚନ ବିଜେପି ବିଧାୟକ ପ୍ରାର୍ଥୀ ତାଙ୍କ ସ୍ୱାମୀ ଅଭିନନ୍ଦନ ପଣ୍ଡା ସୁନିଶ୍ଚିତ ବିଜୟୀ ହେବେ ଆଶା ବାନ୍ଧିଛନ୍ତି l


ନୁଆପଡ଼ାରୁ ବିରବଲ ପ୍ରଧାନଙ୍କ ରିପୋର୍ଟ PMJ ନିଉଜ ଓଡିଶା

ସ୍ଵାଧୀନ ପ୍ରାର୍ଥୀ ଘାସରାମଙ୍କ ନାମାଙ୍କନ ପତ୍ର ଦାଖଲ

ନୂଆପଡ଼ା ବିଧାନସଭାର ନାମାଙ୍କନ ପତ୍ର ଦାଖଲ ପାଇଁ ସରକାରୀ ବିଜ୍ଞପ୍ତି ଜାରି ହେବାର ତୃତୀୟ ଦିନରେ ଆଜି ସ୍ବାଧୀନପ୍ରାର୍ଥୀ ଭାବେ ଘାସିରାମ ମାଝୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସୂଚନା ଅନୁସାରେ, ୨୦୧୯ ନିର୍ବାଚନରେ ଘାସିରାମ ମାଝୀ ଜାତୀୟ କଂଗ୍ରେସ ରୁ ପ୍ରାର୍ଥୀ ହୋଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ଚଳିତ ଥର ଜିଲାରେ କୌଣସି ଦଳ ଆଦିବାସୀ ସମ୍ପ୍ରଦାୟର କୌଣସି ବ୍ୟକ୍ତି ଙ୍କୁ ପ୍ରାର୍ଥୀ ନକରିବାରୁ ଜିଲା ଆଦିବାସୀ ଚେହେରା ଭାବେ ଘାସିରାମ ମାଝୀ ଙ୍କୁ ସ୍ବାଧୀନ ଭାବେ ନିର୍ବାଚନରେ ଉଭା ହୋଇଛନ୍ତି । ଆଜି ଖରିଆରରୋଡ ଶଙ୍କର ମନ୍ଦିରରୁ ପୂଜାର୍ଚ୍ଚନା କରି ଶୋଭାଯାତ୍ରାରେ ଖରିଆରରୋଡରୁ ନୂଆପଡ଼ା ଅଭିମୁଖେ ବାହାରିଥିଲେ । ଶୋଭାଯାତ୍ରାରେ ଆଦିବାସୀ ନେତା ଖାମ ସିଂ ମାଝୀ, ହୋମ ମାଝୀ, ଭାନୁପ୍ରତାପ ସିଂ ମାଝୀ, ସରୋଜିନୀ ମାଝୀ, ଭକ୍ତବନ୍ଧୁ ଧରୁଆ, ସୋମନାଥ ଖମାରୀ ପ୍ରମୁଖ ଜିଲାପାଳଙ୍କ କାର୍ଯ୍ୟାଳୟରେ
ପହଞ୍ଚିଥିଲେ । ପରେ ଶ୍ରୀ ମାଝୀ ନୂଆପଡ଼ା ଉପଜିଲାପାଳ ଜୋଗେନ୍ଦ୍ର ମାଝୀଙ୍କୁ ଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ନୂଆପଡା ରୁ ବିରବଲ ପ୍ରଧାନ ଙ୍କ ରିପୋର୍ଟ PMJ ନିଉଜ ଓଡିଶା

Friday, April 19, 2024

ବରିହାପାଲି ଠାରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ

ବରଗଡ ଜିଲ୍ଲା ପଦମପୁର ବ୍ଲକ ଅନ୍ତର୍ଗତ ବରିହାପାଲି ଗ୍ରାମ ରେ ଶ୍ରୀ ରାମ ନବମୀ ଉତ୍ସବ ପାଳିତ ହୋଇଛିl ଏହି କାର୍ଯ୍ୟକ୍ରମ ରେ ଆଜି ପ୍ରଥମେ କଳସ ଶୋଭାଯାତ୍ରା ହୋଇଛି lଏବଂ ତାପରେ ଶ୍ରୀ ରାମ ଏବଂ ଲକ୍ଷ୍ମଣ ଏବଂ ସୀତା ମାତା ଙ୍କ ପ୍ରତିମୂର୍ତ୍ତି ରେ ପ୍ରାଣ ପ୍ରତିଷ୍ଠା କରି ପୂଜା କାର୍ଯ୍ୟ ଆରମ୍ବ ହୋଇଛି, ଏବଂ ଏହି କାର୍ଯ୍ୟକ୍ରମ ରେ ଗ୍ରାମ ସମସ୍ତେ ଭଗବାନ ରାମ ଙ୍କ ଭକ୍ତି ରେ ମଗ୍ନ ହୋଇଯାଇଛନ୍ତି l ଏହି ରାମ ନବମୀ ଉତ୍ସବ ରେ ରାମ ଚରିତ୍ର ପୁରାଣ ପଠନ ଓ ରାବଣ ଦରବାର ମଧ୍ୟ ରହିଛି l ଓ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଛି l ଏହି ରାମ ନବମୀ ଉତ୍ସବ କୁ ନେଇ ବାରିହାପଳି ଗ୍ରାମ ବାସୀ ବୋହୁତ ଆନନ୍ଦ ସହିତ ପାଳନ କରୁଛନ୍ତି

ଚାରି ବର୍ଷ ପରେ ଆରମ୍ଭ ହେଲା ନାରାୟଣନଗର ରାମଲୀଳା

ଚାରି ବର୍ଷ ପରେ ଆରମ୍ଭ ହେଲା ନାରାୟଣନଗର ରାମଲୀଳା, ଅନୁଷ୍ଠିତ ହେଲା ଶ୍ରୀରାମ ନବମୀ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ନାରାୟଣନଗର ଠାରେ ଶ୍ରୀ ଶ୍ରୀ ରାମଲୀଳା ସାଂସ୍କୃତିକ ପରିଷଦ ପକ୍ଷରୁ ଶ୍ରୀରାମ ନବମୀ ବୁଧବାର ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଶ୍ରୀରାମ, ଲକ୍ଷ୍ମଣ, ମାତା ସୀତାଙ୍କୁ ନେଇ ଏକ ଶୋଭାଯାତ୍ରାରେ ଗଙ୍ଗାଧର ଛକ, ହାରିବଂଶ ଛକ, ଜଗନ୍ନାଥ ମନ୍ଦିର ସlହି, ଚାଷୀସାହି, ଦୈନିକ ବଜାର, ତ୍ରିବେଣୀ ଛକ ଦେଇ ଗ୍ରାମ ପରିକ୍ରମା କରାଯାଇ ମନ୍ଦିରରେ ଠାକୁରଙ୍କ ସ୍ଥାପନ କରାଯାଇଥିଲା l ଏଥିରେ ଗ୍ରାମବାସୀ ଶୁଭ କଳସୀ ପ୍ରତେକ ଘର ସାମ୍ନାରେ ସ୍ଥାପନ କରି ଠାକୁରଙ୍କ ପାଦ ଧୋଇ ପୂଜା କରିଥିଲେ l ଏଥିରେ କର୍ତ୍ତା ଭାବେ ଗୋପାଳ ଚନ୍ଦ୍ର ମେହେର, ତାଙ୍କ ଧର୍ମପତ୍ନୀ ହେମଲତା ମେହେର ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ଅଜିତ କୁମାର ପାଣିଗ୍ରାହୀ ଓ ପ୍ରବୀଣ ପଣ୍ଡା ପୂଜାକାର୍ଯ୍ୟ ତୁଲାଇଥିଲେ l ରାମଲୀଳ କମିଟିର 200 ଜଣ ସଦସ୍ୟ ବ୍ରତ ଧାରଣ କରି ନିଷ୍ଠା ସହ ପୂଜା କରୁଥିବା ବେଳେ ନାରାୟଣନଗର ଗ୍ରାମବାସୀ ସମସ୍ତେ ଏଥିରେ ସାମିଲ ହୋଇଥିଲେ l ଦଶ ଦିନ ପାଇଁ ଗ୍ରାମରେ ଆମିଷ ସମ୍ପୂର୍ଣ ବନ୍ଧ କରାଯାଇଛି l ଦୀର୍ଘ 45 ବର୍ଷ ହେବ ରାମଲୀଳା ନାଟକ ମଞ୍ଚସ୍ଥ ହୋଇଥିବା ବେଳେ କରୋନା ପାଇଁ ଦୁଇବର୍ଷ ନାଟକ ବନ୍ଧ ଥିବା ବେଳେ ଅସୁବିଧା କାରଣ ବଶତଃ ପୁଣି ଦୁଇବର୍ଷ ନାଟକ ସମ୍ପୂର୍ଣ୍ଣ ବନ୍ଦ ଥିଲା l କେବଳ ନୀତିକାନ୍ତି ଶହ ପୂଜା କାର୍ଯ୍ୟ ଅନୁଷ୍ଠିତ ହେଉଥିଲା ll

Sunday, April 14, 2024

ଛାତ୍ର ଛାତ୍ରୀ ମାନଙ୍କୁ ଦେଉଛନ୍ତି ନିର୍ଯାତନା

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ରୁ ଦୁଇ କିଲୋମିଟର ଦୂରରେ ଥିବା ମହୁଲପାଲି ପଂଚାୟତ ଉଚ୍ଚ ବିଦ୍ୟାଳୟ ରେ ସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବର୍ତ୍ତମାନ ର କାର୍ଯ୍ୟରତ ଝାରବନ୍ଧ ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଥିବା (ABEO)ବିସିକେଶନ ଶତପଥୀ ଙ୍କ କାର୍ଯ୍ୟ ନାମା କହିଲେ ନଶରେ କାରଣ କିଛି ଦିନ ପୂର୍ବରୁ ଶ୍ରୀଯୁକ୍ତ ଶତପଥୀ ଆଜ୍ଞା ମହୁଲପାଲି ପଂଚାୟତ ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟରତ ଥିବାବେଳେ ଦେଶର ଭବିଷ୍ୟତ କୁହାଯାଏଥିବା କୋମଲ ମତି ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ର ଦୃଶ୍ୟ ଦେଖିବାକୁ ମିଳୁଛି,ମହାଶୟ ଯେତେବେଳେ ସ୍କୁଲରେ ଶିକ୍ଷକତା ର ସମୟରେ ଛୁଆ ମାନଙ୍କୁ କିପରି ସ୍କୁଲ ପରିଷ୍କାର ହେବ ବୋଲି ହାତରେ ବାଡ଼ି ଧରି ଛୁଆ ମାନଙ୍କୁ ପରିଷ୍କାର କାର୍ଯ୍ୟ ରେ ନିୟୋଜିତ କରନ୍ତି ଓ ସରକାର ଙ୍କ ଠାରୁ ଆସୁଥିବା ଟଙ୍କା କୁ ନିଜ ଉପଭୋଗ କରନ୍ତି ବୋଲି ବି ମଧ୍ୟ ଶୁଣିବାକୁ ମିଳୁଛୁ, କାରଣ ସରକାର କଣ ସ୍କୁଲକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ବିଭିନ୍ନ ମଧ୍ୟରେ ସ୍କୁଲକୁ ଟଙ୍କା ଦେଉଛନ୍ତି, ହେଲେ ଶତପଥି ଆଜ୍ଞା କାହା ସ୍ୱାର୍ଥ ରେ ଏପରି କାର୍ଯ୍ୟ କରୁଛନ୍ତି l ଯେ ତାହା ଭଗବାନ ଙ୍କୁ ଜଣା, ଏଥିରୁ ଜଣା ଯାଉଛି ଯେ ଏହା କଣ ସରକାର ଙ୍କ 5T ନିୟମ ଅଟେ କି, ତେବେ ଦେଖିବାକୁ ବାକି ରହିଲା ଯେ କେବେ ଉପରିସ୍ଥ ଅଧିକାରୀ ଏହାର ଉପଯୁକ୍ତ ତଦନ୍ତ କରିବେ ଓ ଦୋଷୀ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନେବେ l

Tuesday, April 9, 2024

ବିଜେପୁର ନିର୍ବାଚନ ମଇଦାନ ରେ ଓହ୍ଲାଇ ପାରନ୍ତି ଡାକ୍ତର ସୁଶୀଲ ଶର୍ମା

ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଆଶାୟୀ ଥିବା ଡା. ସୁଶିଳ ଶର୍ମା ପୁଣି ଚର୍ଚ୍ଚାରେ | ସମାଜସେବା ତଥା ଗରୀବ ଶ୍ରେଣୀର ରୋଗୀ ମାନଙ୍କୁ ମାଗଣାରେ ଚିକିତ୍ସା କରିବା, ଭାରତୀୟ ଜନତା ପାର୍ଟି ପାଇଁ ଅନେକ ଜାଗା ରେ ସାଂଗଠନିକ ବୈଠକ ମଧ୍ୟ କରି ପୁର୍ବ ରୁ ଏବେ ବେଶ ଲୋକ ପ୍ରିୟତା ଅର୍ଜନ କରିଛନ୍ତି ଶ୍ରୀଯୁକ୍ତ ଶର୍ମା | ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଶାୟୀ ପ୍ରାର୍ଥୀ ଭାବରେ ମଧ୍ୟ ବେଶ୍ ଚର୍ଚ୍ଚାରେ ଥିଲେ | ସମସ୍ତଙ୍କ ସୁଖ ଦୁଖରେ ଛିଡା ହେଉଥିବା ଏଭଳି ନେତାଙ୍କୁ ଭାରତୀୟ ଜନତା ପାର୍ଟି ଅଣଦେଖା କରିଥିବାରୁ ତାଙ୍କର ସମର୍ଥକ ମାନଙ୍କ ମନରେ ଘୋର୍ କୁହ ଅସନ୍ତୋଷ ଦେଖିବାକୁ ମିଳିଛି | ଏବେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଟିକେଟ୍ ନ ଦେବାରୁ ତାଙ୍କର ସମର୍ଥକ ମାନେ ତଥା ଜନ ସାଧାରଣ ଶ୍ରୀଯୁକ୍ତ ଶର୍ମାଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡା ହେଲେ ମଧ୍ୟ ସମର୍ଥନ କରିବୁ ବୋଲି କହିଛନ୍ତି | ଆଗକୁ ଦେଖିବାକୁ ବାକି ରହିଲା ସ୍ବାଧୀନ ପ୍ରାର୍ଥୀ ଭାବରେ ସୁଶୀଳ ଶର୍ମା ଛିଡା ହେଉଛନ୍ତି ନା ନାହିଁ

Saturday, April 6, 2024

କ୍ଷତି ପୂରଣ ନ ଦେବା ପର୍ଯ୍ୟନ୍ତ ରାସ୍ତା କାମ ବନ୍ଦ କଲେ ଚାଷୀ

ସରକାର ଲୋକ ଙ୍କ ହିତରେ କାର୍ଯ୍ୟ କରୁଛୁ ବୋଲି କହୁଥିବା ବେଳେ କ୍ଷତି ପୂରଣ ଦେଇ ନାହାନ୍ତି ସରକାର ।ଆମେ କହୁଛୁ ନୂଆପଡ଼ା ର କଥା ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଧରମପୁର ଠାରୁ ହାତୀସରା ପର୍ଯ୍ୟନ୍ତ ଗ୍ରାମ ଉନ୍ନୟନ ସଂସ୍ଥା ଦ୍ଵାରା ରାସ୍ତା କାର୍ଯ୍ୟ ଚାଲୁ ରହିଛି।ରାସ୍ତା ନିର୍ମାଣ ସହ ସୁନ୍ଦର ନଦୀ ଉପରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଠିକାଦାର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଗୋଟିଏ ବର୍ଷ ହୋଇ ଗଲାଣି କିନ୍ତୁ ସରକାର ଚାଷୀ ଙ୍କ କ୍ଷତି ପୂରଣ ଦେଇ ନାହାନ୍ତି ।ଏଥିରେ ରାସ୍ତା ନିର୍ମାଣ ରେ ହାତୀସରା ଓ ଧରମପୁର ର ଚାଷୀ ମାନଙ୍କ ଜମିରେ ରାସ୍ତା ଯାଇଛି । ଏ ବାବଦ କୁ ସରକାର ତାଙ୍କର ରାସ୍ତା ରେ ଯାଇଥିବା ଜମି ର ପ୍ରାପ୍ୟ ଦେଇ ନାହାନ୍ତି ।ଏହାକୁ ନେଇ ଚାଷୀ ମାନେ ଅନେକ ଥର ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରିଛନ୍ତି ।ଆଜି ସମସ୍ତ ଚାଷୀ ଏକଜୁଟ ହୋଇ ରାସ୍ତା କାମ ଚାଲିଥିବାବେଳେ ତାହାକୁ ବନ୍ଦ କରିଛନ୍ତି ।ଯେ ପର୍ଯ୍ୟନ୍ତ ଚାଷୀ ମାନଙ୍କ ଜମି ର ପ୍ରାପ୍ୟ ସରକାର ଦେବେ ନାହିଁ ସେ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ବନ୍ଦ ରହିବ ବୋଲି ଚାଷୀ ମାନେ କହିଛନ୍ତି। ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ ଙ୍କ ନେତୃତ୍ୱ ରେ କାର୍ଯ୍ୟ ବନ୍ଦ କରିଥିବା ବେଳେ ନିର୍ମାଣ ସ୍ଥଳ ରେ ବିଭିନ୍ନ ନାରାବାଜି ଦେଇ ତାଙ୍କର କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏ ବିଷୟ ରେ କଣ କହୁଛନ୍ତି ତାଙ୍କର ପ୍ରତିକ୍ରିୟା ଶୁଣିବା ।

Wednesday, April 3, 2024

ଜାମ ବାହାଲି ଛକରେ ଜଳଛତ୍ର ଉଦ୍‌ଘାଟନ

ନୂଆପଡା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ଦର୍ଲିପଡା ଫତାୟତ ଜାମବାହାଲି ଗାଁ ଛକରେ ଆଜି ଜଣେ ଶିକ୍ଷକ ତଥା ସେଚ୍ଛାସେବୀ ଦ୍ବାରା ଏକ ଜଳଛତ୍ର ଶୁଭାରମ୍ଭ ହୋଇଯାଇଛି । ଏହି ଜଳଛତ୍ର କୁ ମଦରଟେରେସା ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ ଶେଷବେବ ପ୍ରଧାନୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭଦ୍‌ଘାଟନ କରିଥିଲେ । ସତ୍ୟବ୍ରତ ସାମଲ, ହେମନ୍ତ ସାହୁ,ୟାଦରାମ ଅହିର, ଯୋଗେନ୍ଦ୍ର ସୁନାନି,ସୁବ୍ରନ ବାଗ,ବେଦରାଜ ନାଏକ, ଦିଲିପ ମାଝି,ରଘୁନାଥ ତିରାଙ୍ଗୁଲ, ପଦ୍ମନ ମାଝି,ଗୋପାଳ ଚନ୍ଦ୍ର ସାହୁ, ରାହୁଳ ବଘେଲ, ଗୁରୁବାରୁ ରାଉତ, ଆଇନଯିବି ହରି କୁଲଦୀପ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଗ୍ରୀଷ୍ମ ପ୍ରବାହ ବଢ଼ି ଅସହ୍ୟ ଗୁଳୁ ଗୁଳି ଓ ଝାଞ୍ଜି ପବନ ଦ୍ବାରା ଲୋକେ ଅତିଷ୍ଠ ହୋଇ ଗଲେଣି । ମୁଣ୍ଡ ଫଟା ଖରାରେ ପଥିକ ମାନେ ହାଲିଆ ହୋଇ ଗଛମୂଳରେ ବିଶ୍ରାମ ନେଇ ବିଶୁଦ୍ଧ ଥଣ୍ଡା ପାନୀୟ ପାଇଁ ଚାତକ ପରି ଚାହିଁ ରହିଥାନ୍ତି । ଦିନରେ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ସେଲସିୟସ ଥ‌ିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ବସଷ୍ଟାଣ୍ଡ, ଛକ,ଜନ ଗହଳି,ସପ୍ତାହିକ ହାଟ କିମ୍ବା କୌଣସି ସ୍ଥାନରେ ଜଳଛତ୍ର ଖୋଳା ଯାଇ ନାହିଁ।ଆଜିକୁ ପ୍ରାୟ ୪ ବର୍ଷ ହେବ ଦର୍ଲିପଡ଼ା ପଂଚାୟତ ଜାମବାହାଲି ଗାଁର ତୁଲାରାମ ମାଝି ନିଜ ଗାଁ ଛକରେ ଜଳଛତ୍ର ଖୋଳି ପଥିକଙ୍କୁ ଥଣ୍ଡା ଜଳ ସହ ଘୋଳଦହି,ଲେମ୍ବୁ ପାଣି,ସାଧା ପାଣି ଦେଇ ଆସୁଛନ୍ତି । ସେ ପେସାରେ ଜଣେ ଶିକ୍ଷକ ଅଟନ୍ତି ଓ ଜନସେବା ତାଙ୍କର ନିଶା କହିଲେ ଅତ୍ୟକ୍ତି ହେବନାହିଁ ।'ମୁଁ ପ୍ରତି ବର୍ଷ ଏହି ସେବା କରି ଚାଲି ଥିବି । ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ରୁତୁ ୩ ମାସ ପଥିକ ମାନଙ୍କ ପାଇଁ ଜଳ ଛତ୍ର ଖୋଳା ରହିବ। ଚଳିତ ବର୍ଷ ଗୋଟିଏ ସ୍ଥାନରେ ଆରମ୍ଭ କରିଛୁ । ଆଉ ୩/୪ ଟି ସ୍ଥାନରେ ଖୋଳି ସେବା ଜାରି ରହିବ ବୋଲି ମାଝି କରିଛନ୍ତି' I ଏହି ମହାନ କାର୍ଯ୍ୟପାଇଁ ଏହି ଅଞ୍ଚଳର ଜନସାଧାରଣ ଭୁରି ଭୁରି ପ୍ରଶଂସା କରିଛନ୍ତି।

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...