Friday, March 29, 2024
ଭିଜିଲାନ୍ସ ହାତରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ
ନୂଆପଡା ଜିଲ୍ଲା ରାଜସ୍ୱ ବିଭାଗସ୍ବତନ୍ତ୍ର ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଛନ୍ତି । ଅଧିକାରୀ ଜଣକ ହେଲେ ନରେନ୍ଦ୍ର କୁମାର ଚ଼ନ୍ଦ୍ରକାର ବୋଲି ଜଣା ପଡିଛି । ସୂଚନା ମୁତାବକ ନୂଆପଡା ରାଜସ୍ୱ ବିଭାଗ ରେ ମୁଖ୍ୟ କିରାଣି ରୁ ଅବସର ପରେ ସେହି ବିଭାଗରେ ସ୍ବତନ୍ତ୍ର ଅଧୁକାରୀ ଭାବରେ କାର୍ଯ୍ୟରତ ଥିଲେ । ସେ ଜମିଜମା ମାମଲାରେ ଜଣେ ବ୍ୟକ୍ତିଙ୍କୁ ୩୦ ହଜାର ଦାବି କରିଥିଲେ । ତେବେ ଏନେଇ ବ୍ୟକ୍ତି ଜଣକ ନୂଆପଡ଼ା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାଦକ ବ୍ୟକ୍ତି ଜଣକ ଚନ୍ଦ୍ରକାରଙ୍କୁ ଟଙ୍କା ଦେବା ପାଇଁ ରହିଥିଲେ । ଚନ୍ଦ୍ରକାର ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ସେ ବ୍ୟକ୍ତିଙ୍କୁ ଜିଲ୍ଲାପାଳ କାର୍ଯ୍ୟାଳୟ କାଫେ ପାଖକୁ ଡକାଇଥିଲେ । ସେହି ସମୟରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କର୍ମଚାରୀ ମାନେ ମାଡି ବସିଥିଲେ । ସରକାରୀ କାର୍ଯ୍ୟାଳୟ ଓ ଖରିଆର ରୋଡ ସ୍ଥିତ ତାଙ୍କ ବାସ ଭବନକୁ ଚଢ଼ାଉ ଜାରି ରହିଛି । ଚଢ଼ାଉ ସମୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିନବନ୍ଧୁ ବେହେରା,ଭବାନିପାଟଣା ଭିଜିଲେନ୍ସ ବିଭାଗ ଇନିଷ୍ପେକ୍ଟର ପ୍ରମିଳା ସୁନା,ଆଲୋକ ମହାପାତ୍ର, ସନ୍ତୋଷ କୁମାର ମହାନ୍ତି, ଶିବପ୍ରସାଦ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।
Subscribe to:
Post Comments (Atom)
5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...
-
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍...
-
*-କୋରାପୁଟ: ଟ୍ରକ୍ ସହ ଧକ୍କା ପରେ ଜଳିଗଲା ବାଇକ୍; ବାପପୁଅ ମୃତ* *-ସଦର ଥାନା ପଡ଼ାଗଡ଼ ସେବାଶ୍ରମ ନିକଟ ଏନ୍ଏଚ୍ ୩୨୬ରେ ଦୁର୍ଘଟଣା* *-କାଉଡ଼ିଆଙ୍କ...
No comments:
Post a Comment