Saturday, March 30, 2024

ରାଇଜିଙ୍ଗ ସନ ପବ୍ଲିକ ସ୍କୁଲ ରେ 12 ତମ ବାର୍ଷିକ ଉତ୍ସବ ପାଳିତ

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ରାଇଜିଙ୍ଗ ସନ ପବ୍ଲିକ ସ୍କୁଲ ଠାରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି l ରାଇଜିଙ୍ଗସନ ପବ୍ଲିକ ସ୍କୁଲ ର ସଭାପତି ରାଜନୀ କାନ୍ତ ମେହେର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭା ରେ ମୁଖ୍ୟ ଅତିଥି ଅଭିନାଶ ଲାକ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିନାପାଲି, ବିଶିଷ୍ଟ ଅତିଥି ଉପାଞ୍ଜଳି ମାଝୀ ସିନାପାଲି ତହସିଲ ଦାର, ସମ୍ମାନିତ ଅତିଥି ଲଳିତ ସୁନାରି ସିନାପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ, ଗୌରାଙ୍ଗ ସାହୁ, ରାଜେନ୍ଦ୍ର ଯୋଶୀ, ରାଇଜିଙ୍ଗ ସନ ପବ୍ଲିକ ସ୍କୁଲ ର ସମ୍ପାଦକ ପ୍ରମୁଖ ମଞ୍ଚାସିନ ଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବେଶ ହଂସ ମଞ୍ଚ କୁ ଆମନ୍ତ୍ରଣ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ l 302 ଅଧ୍ୟୟନ ଛାତ୍ର ଛାତ୍ରୀ ଙ୍କୁ ନେଇ ବିଦ୍ୟାଳୟ ରେ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ କରାଯାଇଥିଲା କାର୍ଯ୍ୟକ୍ରମ ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଦୁଷ୍ମନ୍ତ ପାତ୍ର, ପ୍ରକାଶ ହୋତା, ଉଦୟ ଜଗତ ସୁକେଶିନୀ ବାଗ ଅଦିତି ପାତ୍ର, ସୁଧୀର ସୁନାନୀ ପ୍ରମୁଖ ସହଯୋଗ କରିଥିବା ବେଳେ ରାଜେନ୍ଦ୍ର ନାରାୟଣ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ l

No comments:

Post a Comment

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...