Sunday, March 31, 2024
ଗାଁ କୁ ଆସୁଛି ଦାଦନ ର ଶବ।ଅପେକ୍ଷାରେ ପିତା ମାତା
ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ ଟେମେରୀ ଗ୍ରାମର ଧନୁର୍ଜ ବଛା ବୟସ ୨୨ ର ମୃତ୍ୟୁ ଘଟିଛି।ଅଧିରାମ ପ୍ରୋସେସିଂ ମିଲ କମ୍ପାନୀ ତିରପୁର-ତାମିଲନାଡୁରେ କାମ କରୁଥିଲେ ଧନୁର୍ଜ ବଛା।ଗତ ୧୫/୦୩/୨୦୨୪ ରେ ବଏଲର ଫାଟି ଯିବାରୁ ଦୁର୍ଘଟଣା ଶିକାର ହୋଇଥିଲା ଧନୁର୍ଜ ବଛା।
Saturday, March 30, 2024
ହାତୀ ଆକ୍ରମଣ ରେ ଜଣକର ମୃତ୍ୟୁ ଘଟିଛି ଚାରି ଦିନ ପରେ ଗାଁ ନିକଟରୁ ଶଵ ଉର୍ଦ୍ଧାର
ବରଗଡ଼ ଜିଲ୍ଲା ଝାରବନ୍ଧ ଠାରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।ଜଙ୍ଗଲରେ ହାତୀ ଆକ୍ରମଣ କରିଥିବା ଚାରି ଦିନ ପରେ ଶବ କୁ ଛେଲି ଚରୁଆଲି ଗାଁ ନିକଟ ଜଙ୍ଗଲରୁ ଶଵ ପଡ଼ି ଥିବା ଦେଖିଲେ ଓ ଗାଁ ଲୋକଙ୍କୁ ଖବର ଦେଇଥିଲେ ଗାଁ ଲୋକେ ତୁରନ୍ତ ବନବିଭାଗ କୁ ଖବର ଦେଇଥିଲେ।ସଙ୍ଗେ ସଙ୍ଗେ ବନବିଭାଗ ପହଂଚି ଥିଲେ। ବନବିଭାଗ ର ଅବହେଳା ଯୋଗୁଁ ହାତୀ ଆକ୍ରମଣ କରିଥିବା ଚାରି ଦିନ ପରେ ଖବର ପାଇ ଥିବା ଜନ ସାଧାରଣର ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏହି ପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପାଇକମାଳ ରେଞ୍ଜ ର ଝାରବନ୍ଧ ସେକ୍ସନ ଅନ୍ତର୍ଗତ ଗୋଠୁଗୁଡା ଗ୍ରାମ ପଞ୍ଚାୟତ ର ଡୁଙ୍ଗୁରିଚଢା ଗ୍ରାମର ଚୁହୁରି ଟାଣ ର ପାଖ ଜଙ୍ଗଲରେ ଶବପଡି ଥିବା ସୂଚନା ମିଳିଥିଲା।ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ସନ୍ତଲାଲ ବଞ୍ଜାରା ସେ ଛତିଶଗଡ଼ ରାଜ୍ୟ ର, ଚୂହୁରି ଟାଣ ରେ ଦୁଇ ବର୍ଷରୁ ନିଜ ଝିଅ ଘରେ ରହିଆସୁଥିବା ସୂଚନା ମିଳିଛି।କ୍ଷେତକୁ ଚାଷ ଯୋଗିବା ପାଇଁ ଯାଇଥିବା ବେଲେ ହାତୀ ଆକ୍ରମଣର ଶିକାର ହୋଇଥିବାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଝାରବନ୍ଧ ଅଞ୍ଚଳରେ ଆଗରୁ ମଧ୍ୟ ଗୋଟିଏ ଭାଲୁ ପଚିସଢି ଗଲାପରେ ବନବିଭାଗ ଖବର ପାଇଥିଲା ଏବଂ ନିତ୍ୟାନନ୍ଦପୁର ଗ୍ରାମ ର ଜଣକୁ ଭାଲୁ ଆକ୍ରମଣ କରିଥିଲା ସେ ଗୁରୁତର ଆହତ ହୋଇଥିଲେ ଓ ଜମି ବାଡ଼ି ବନ୍ଧକ ରଖି ଚିକିତ୍ସା ହୋଇଥିଲା। ହେଲେ ଆଜି ପଯ୍ୟନ୍ତ କୌଣସି ସରକାରି ଅର୍ଥ ରାଶି ପାଇନାହାନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବନବିଭାଗ ର ଅପାରଙ୍ଗତା ଯୋଗୁ ବାରମ୍ବାର ଏହି ପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ଘଟଣାସ୍ଥଳରେ ଝାରଵନ୍ଧ ପୋଲିସ ପହଞ୍ଚି ଶବକୁ ଜବତ କରି ଶଵ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ କୁ ପଠାଇ ଥିବା ସୂଚନା ମିଳିଛି। ମୃତକ ପରିବାର କୁ ସରକାର ତୁରନ୍ତ ଅର୍ଥ ରାଶି ପ୍ରଦାନ କରିବା ପାଇଁ ସାଧାରଣର ଲୋକଙ୍କ ଦାବ
Subscribe to:
Comments (Atom)
ଭାରତ ମହିଳା ବିଶ୍ବକପ ଚାଂପିଅନ୍.
*-ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍* *-ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା ଭାରତ* *-ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ...
-
ବୌଦ୍ଧ-21/01-ନାମଯଜ୍ଞ ମଣ୍ଡପ ପୁରୀ ମନ୍ଦିର ଭଳି ନିର୍ମିତ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚ...
-
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍...