Wednesday, July 30, 2025

ଦୃତଚାଳନା ହେଲା କାଳ ଭାରସାମ୍ୟ ହରାଇ ଗଛରେ ପିଟିଲା ବାଇକ



କଣ୍ଟାମାଳ: -୩୦/୭/୨୫ PMJ NEWS ODISHA  ଯାହା ପ୍ରବାଦରେ ଅଛି ଦୃତଗତି ମହାବିପତ୍ତି । ବୁଧବାର ସଂଧ୍ୟାରେ ତାହା ଦେଖିବାକୁ ମିଳିଳା। ଦୃତଗତିରେ ଆସୁଥିବା ବାଇକ ଭାରସାମ୍ୟ ହରାଇ ରାସ୍ତାକଡ଼ର ଗଛରେ ପିଟି ହୋଇ ଘଟଣାସ୍ଥଳରେ ଜଣକ ମୃତ୍ୟୁ ଓ ଅନ୍ୟ ଜଣକ ଗୁରୁତର |ସୂଚନାପ୍ରକାରେ ନାରାୟଣପ୍ରସାଦ ପଞ୍ଚାୟତର ଭଟ୍ଟାଗୋରାର ଦୁଇଜଣ ସାଙ୍ଗ ବାଇକରେ କୌଣସି କାମରେ କଣ୍ଟାମାଳ ଯାଇ ଘରକୁ ଫେରୁଥିବା ସମୟରେ ବରଗାଁ ପଞ୍ଚାୟତର କଣ୍ଟାମାଳ-ନାରାୟଣପ୍ରସାଦ ପିଡ଼ବ୍‌ଲୁଡି ରାସ୍ତାର ଘୁଚାଙ୍ଗି ଛକରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁଇ ଜଣ ଛିଟିକି ପଡ଼ିଥିଲେ।ଦୁର୍ଘଟଣାର ଶବ୍ଦ ଶୁଣି ଆଖପାଖର ଲୋକେ ରୁଣ୍ଡ ହୋଇ ସମାଜସେବୀ ପିକାକଧରରଣାଙ୍କୁ ଖବର ଦେଇଥିଲେ। ଶ୍ରୀରଣା ଦୁର୍ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ୧୧୨କୁ ଫୋନ କରିଥିଲେ।ଆମ୍ବୁଲାନ୍ସ ପାଖରେ ନ ଥିବାରୁ କଣ୍ଟାମାଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଖବରପାଇ ସଂଗେସଂଗେ ଦୁଇ ଗୁରୁତରଙ୍କୁ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା।ସେଠାରେ ଜଣକୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ଜଣକୁ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ମୃତକ ଜଣକ ହେଲେ ଟଙ୍କ ଭୋଇ ବୟସ ପାଖାପାଖି ୩୧ବର୍ଷ ଓ ଗୁରୁତର ଜଣକ ହେଲେ ବସନ୍ତ ମଲିକ ବୟସ ତାଙ୍କର ମଧ୍ୟ ୩୦ ପାଖାପାଖି । ଖବର ପାଇ କଣ୍ଟାମାଳ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରି ମୃତକକୁ ଶବ ବ୍ୟବଚ୍ଛେଦ ପାଇଁ ମନମୁଣ୍ଡାସ୍ଥିତ ଶବାଗାରକୁ ପଠାଇବାର ବ୍ୟବସ୍ଥା କରୁଥିବା ସୂଚନା ମିଳିଛି।
PMJ NEWS ODISHA 

FM କଲେଜ ଘଟଣା ପରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

*sheboxରେ ଅପଲୋଡ ବାଧ୍ୟତାମୂଳକ...*

*-FM କଲେଜ ଘଟଣା ପରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ*
*-ନିର୍ଯାତନା ଅଭିଯୋଗ ଓ ସମାଧାନର ସଂପୂର୍ଣ୍ଣ ତଥ୍ୟ shebox ପୋର୍ଟାଲରେ ହେବ ଅପଲୋଡ୍*
*-ଏନେଇ ସମସ୍ତ ଶିକ୍ଷାନୁଷ୍ଠାନକୁ ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ*
*-ଶିକ୍ଷାନୁଷ୍ଠାନ ବା କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ଅପଲୋଡ୍ କରିବେ*
*-ସମାଧାନ କରାଯାଇଥିବା ଅଭିଯୋଗ ସଂଖ୍ୟା ବି ଅପଲୋଡ୍ କରିବେ ଶିକ୍ଷାନୁଷ୍ଠାନ*
*-ବିଭାଗ/କାର୍ଯ୍ୟାଳୟ ସ୍ତରରେ ଆଭ୍ୟନ୍ତରୀଣ କମିଟିର ବିବରଣୀ ବି ହେବ ଅପଲୋଡ୍*
*-ଅଗଷ୍ଟ ୧ ସୁଦ୍ଧା she-box ପୋର୍ଟାଲରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ*
PMJ NEWS ODISHA

ଭିଜିଲାନ୍ସ ଭୟ; ବ୍ୟାଗ୍‌ ଫିଙ୍ଗି ଧରାପଡ଼ିଲେ ଯନ୍ତ୍ରୀ.



*-ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା*
*-ଭୁବନେଶ୍ବର R&B ଡିଭିଜନ୍‌-୩ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା*
*-କାଲି ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘର ରେଡ୍‌ ହୋଇଥିଲା*
*-ମିଳିତ ମାଲିକାନା ସାମ୍ନାକୁ ଆସିବାରୁ ଅଶୋକଙ୍କ ଘରେ ପହଞ୍ଚିଥିଲା ଭିଜିଲାନ୍ସ*
*-ଭିଜିଲାନ୍ସକୁ ଦେଖି ଅଶୋକ ଘର ବାହାରୁ ତାଲା ମାରି ଭିତରେ ରହିଯାଇଥିଲେ*
*-ମୋବାଇଲ୍‌ ସ୍ବିଚ ଅଫ୍‌ କରିଥିବାରୁ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା*
*-ଆଉ ଯେତେବେଳେ ଭିଜିଲାନ୍ସ ଘର ସିଲ୍‌ କରିବାକୁ ବାହାରିଲା ଅକଲ ଗୁଡୁମ୍*
*-ଉପାୟ ନ ପାଇ ଭିଜିଲାନ୍ସ ପାଖରେ ହାଜର ହୋଇଥିଲେ ଯନ୍ତ୍ରୀ ଅଶୋକ ପଣ୍ଡା*
*-ମାତ୍ର ଭିଜିଲାନ୍ସ ଡରରେ ଏକ ବ୍ୟାଗ ବାହାରକୁ ଫିଙ୍ଗି ଦେଇଥିଲେ*
*-ଯାହା ଝରକାରେ ଲାଗି ରହିବାରୁ ତାହା ଭିଜିଲାନ୍ସର ଦୃଷ୍ଟିକୁ ଆସିଥିଲା*
*-ବ୍ୟାଗ୍‌ରୁ ୧ ଲକ୍ଷ ଟଙ୍କା, ସୁନା, ରୁପା, ଅରିଜନାଲ ROR, ଆଇଫୋନ୍‌ ମିଳିଛି*
*-ଆଜି ଭିଜିଲାନ୍ସ ଟିମ ପକ୍ଷରୁ ଯନ୍ତ୍ର ଅଶୋକ ପଣ୍ଡାଙ୍କର ଏକାଧିକ ସ୍ଥାନରେ ରେଡ୍‌*

ଅଭିଭାବକଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ

*ଅଭିଭାବକଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ...*

*-ବାଲେଶ୍ବର: ବୈଠକ ବେଳେ ମହିଳା ଅଭିଭାବକଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ*
*-ସଦର ବ୍ଲକ ହରେକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍ତେଜନା*
*-ଶିକ୍ଷକ-ଅଭିଭାବକ ବୈଠକ ବେଳେ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀ*
*-ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ; ଘଟଣାସ୍ଥଳରେ ବସ୍ତା ପୋଲିସ*

ଭୟଙ୍କର ଭୂକମ୍ପ; ସୁନାମୀ ଆତଙ୍କ


*-ରୁଷରେ ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମୀ ଆତଙ୍କ*
*-କାମ୍‌ଚାଟକା ଉପକୂଳରେ ମାଡ଼ି ଆସିଲା ସୁନାମୀ*
*-ଉପକୂଳକୁ ମାଡ଼ି ଆସିଲା ୧୫ ଫୁଟ୍‌ ଉଚ୍ଚର ଜୁଆର*
*-ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ସୂଚନା*
*-ଭୂମିକମ୍ପରେ ଭାଙ୍ଗିଲା ବିଲ୍‌ଡିଂ, ରାସ୍ତାରେ ଫାଟ ସୃଷ୍ଟି*
*-ଜାପାନର ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ସୁନାମୀ*
*-ଆମେରିକାର କାଲିଫର୍ଣ୍ଣିଆ ଏବଂ ହାୱାଇରେ ଆତଙ୍କ*

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ AWESOME ଆପ୍‌



*- ଅଙ୍ଗନବାଡ଼ିକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଆଣିଲେ AWESOME ଆପ୍‌* 
*- ଏହି ଆପ୍‌ ଜରିଆରେ ସମସ୍ତ କାର୍ଯ୍ୟ କରିବେ ଅଙ୍ଗନବାଡ଼ି କର୍ମୀ*
*- ଭିତ୍ତିଭୂମି, ଆବଶ୍ୟକୀୟ ସହାୟତା, କର୍ମୀଙ୍କ ନିୟମିତ କାମରେ ସହଯୋଗ କରିବ ଆପ୍*
*- ଆପ୍‌ ଦ୍ବାରା ସାଧାରଣ ଲୋକ ଏବଂ ଅଭିଭାବକ ଦେବେ ସେମାନଙ୍କ ଫିଡ୍‌ବ୍ୟାକ୍‌*
*- ଆପ୍‌ ବିକଶିତ କରିବା ପାଇଁ NIPCCD ସହିତ MOU କରିଛି ମହିଳା ଓ ଶିଶୁ ବିକାଶ ବିଭାଗ*

ଅଗଷ୍ଟ ୨ରେ ମିଳିବ ପିଏମ-କିଷାନ ଟଙ୍କା



*ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଖୁସି ଖବର । ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରିବାର ତାରିଖ ଘୋଷଣା କରିଛି। କୃଷି ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ) ଯୋଜନା ଅଧୀନରେ, ୨୦ତମ କିସ୍ତିର ଟଙ୍କା ଆସନ୍ତା ମାସ ୨ ତାରିଖରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଦିଆଯିବ। କୃଷି ମନ୍ତ୍ରଣାଳୟ ମଙ୍ଗଳବାର ରାତିରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛି।*

Tuesday, July 29, 2025

ନବରଙ୍ଗପୁରରେ ଗର୍ଭବତୀଙ୍କୁ ଖଟରେ ବୁହାହେବା ଘଟଣାରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

*ନବରଙ୍ଗପୁରରେ ଗର୍ଭବତୀଙ୍କୁ ଖଟରେ ବୁହାହେବା ଘଟଣାରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନବରଙ୍ଗପୁରରେ ଗତକାଲି ଜଣେ ଗର୍ଭବତୀଙ୍କୁ ଖଟରେ ବୋହି ନେଉଥିବା ଦୃଶ୍ୟକୁ ମୁଁ ଗଣମାଧ୍ୟମରେ ଦେଖିଲି। କାହିଁକି ଏଭଳି ହେଲା, ତୁରନ୍ତ ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତୁରନ୍ତ ରାସ୍ତାର ବ୍ୟବସ୍ଥା କରିବାକୁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।*

ପ୍ରଳୟ ମିଜାଇଲ୍‌ର ପରୀକ୍ଷଣ.


*- କ୍ବାସି ବାଲିଷ୍ଟିକ୍‌ ମିଜାଇଲ୍‌ ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ*
*- ସକାଳ ୯ଟା ୩୦ରେ ଅବଦୁଲ କଲାମ ଦ୍ବୀପରେ ହେଲା ପରୀକ୍ଷଣ*
*- DRDO ଦ୍ୱାରା ବିକଶିତ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦି* *- କ୍ଷମତା ୧୫୦ରୁ ୫୦୦ କିମି*
*- ଗତକାଲି ‘ପ୍ରଳୟ’ର ଆଉ ଏକ ପରୀକ୍ଷଣ କରାଯାଇଥିଲା*

ହାସିମ୍‌ ମୁସା ନିପାତ


*- କୁଖ୍ୟାତ ଆତଙ୍କବାଦୀ ହାସିମ୍‌ ମୁସା ନିପାତ*
*- ପହଲଗାମ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା*
*- ‘ଅପରେସନ ମହାଦେବ’ରେ ନିପାତ ହୋଇଥିବା ସୂଚନା*
*- ହାସିମ ମୁସାକୁ ଧରାଇଦେବାକୁ ୨୦ ଲକ୍ଷର ପୁରସ୍କାର ଥିଲା*
*- କେବଳ ପହଲଗାମ ନୁହେଁ, ଅନ୍ୟ ଆକ୍ରମଣରେ ସମ୍ପୃକ୍ତ ଥିଲା*
*- କିପରି ପାକିସ୍ତାନ ଖସି ନ ଯାଏ ଜାଲ ବିଛା ଯାଇଥିଲା*

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...