କଣ୍ଟାମାଳ: -୩୦/୭/୨୫ PMJ NEWS ODISHA ଯାହା ପ୍ରବାଦରେ ଅଛି ଦୃତଗତି ମହାବିପତ୍ତି । ବୁଧବାର ସଂଧ୍ୟାରେ ତାହା ଦେଖିବାକୁ ମିଳିଳା। ଦୃତଗତିରେ ଆସୁଥିବା ବାଇକ ଭାରସାମ୍ୟ ହରାଇ ରାସ୍ତାକଡ଼ର ଗଛରେ ପିଟି ହୋଇ ଘଟଣାସ୍ଥଳରେ ଜଣକ ମୃତ୍ୟୁ ଓ ଅନ୍ୟ ଜଣକ ଗୁରୁତର |ସୂଚନାପ୍ରକାରେ ନାରାୟଣପ୍ରସାଦ ପଞ୍ଚାୟତର ଭଟ୍ଟାଗୋରାର ଦୁଇଜଣ ସାଙ୍ଗ ବାଇକରେ କୌଣସି କାମରେ କଣ୍ଟାମାଳ ଯାଇ ଘରକୁ ଫେରୁଥିବା ସମୟରେ ବରଗାଁ ପଞ୍ଚାୟତର କଣ୍ଟାମାଳ-ନାରାୟଣପ୍ରସାଦ ପିଡ଼ବ୍ଲୁଡି ରାସ୍ତାର ଘୁଚାଙ୍ଗି ଛକରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁଇ ଜଣ ଛିଟିକି ପଡ଼ିଥିଲେ।ଦୁର୍ଘଟଣାର ଶବ୍ଦ ଶୁଣି ଆଖପାଖର ଲୋକେ ରୁଣ୍ଡ ହୋଇ ସମାଜସେବୀ ପିକାକଧରରଣାଙ୍କୁ ଖବର ଦେଇଥିଲେ।
ଶ୍ରୀରଣା ଦୁର୍ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ୧୧୨କୁ ଫୋନ କରିଥିଲେ।ଆମ୍ବୁଲାନ୍ସ ପାଖରେ ନ ଥିବାରୁ କଣ୍ଟାମାଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଖବରପାଇ ସଂଗେସଂଗେ ଦୁଇ ଗୁରୁତରଙ୍କୁ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା।ସେଠାରେ ଜଣକୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ଜଣକୁ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ମୃତକ ଜଣକ ହେଲେ ଟଙ୍କ ଭୋଇ ବୟସ ପାଖାପାଖି ୩୧ବର୍ଷ ଓ ଗୁରୁତର ଜଣକ ହେଲେ ବସନ୍ତ ମଲିକ ବୟସ ତାଙ୍କର ମଧ୍ୟ ୩୦ ପାଖାପାଖି । ଖବର ପାଇ କଣ୍ଟାମାଳ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରି ମୃତକକୁ ଶବ ବ୍ୟବଚ୍ଛେଦ ପାଇଁ ମନମୁଣ୍ଡାସ୍ଥିତ ଶବାଗାରକୁ ପଠାଇବାର ବ୍ୟବସ୍ଥା କରୁଥିବା ସୂଚନା ମିଳିଛି।
PMJ NEWS ODISHA
No comments:
Post a Comment