Sunday, June 8, 2025

ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ପରିଦର୍ଶନ କଲେ

ବୌଦ୍ଧ ଜିଲ୍ଲା ର ବୌଦ୍ଧ ଧାନମଣ୍ଡୀ, ବଗିଆପଡା ଧାନମଣ୍ଡୀ, ଖୁଣ୍ଟାବଂଧ ଧାନମଣ୍ଡୀ ଓ ତୋଲିବଂଧ ପ୍ରଭୃତି ଧାନମଣ୍ଡୀ କୁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଓଡିଶା ରେ ଧାନ କିଣା କାରବାର ସୂଛତା ଓ ଶୃଙ୍ଖଳିତ ଭାବେ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ଅଧିନିୟମ ମାର୍ଗଦର୍ଶକା ଅନୁଯାୟୀ ଠିକ୍ ଠାକ୍ ଭାବେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯାଉଛି କି ନାହିଁ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତଦାରଖ କରିଥିଲେ। ଓଡିଶା ର ଚାଷୀ ମାନଙ୍କର ଆୟ କୁ ଦୁଇ ଗୁଣା କରିବା ସହିତ ଚାଷୀ ମାନଙ୍କୁ ସମୃଦ୍ଧ କରିବା ସହିତ ବିଜେପି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସରକାର ବ୍ୟାପକ କୃଷକ କଲ୍ୟାଣକାରୀ ଯୋଜନା କରୁଛନ୍ତି। ବିଜେପି ସରକାର ଚାଷୀମାନଙ୍କ ପାଇଁ ସମର୍ପିତ ସରକାର ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଥିଲେ। ଏହି ପରିଦର୍ଶନ ରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ମହାପାତ୍ର ଓ ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ମନୋରଞ୍ଜନ ଦାସ, ଜିଲ୍ଳା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ରବିନ୍ଦ୍ର କୁମାର ଦେଓ, ଅମରେଶ ପ୍ରଧାନ, ଆର୍ତ ଧଲ, ଶମ୍ଭୁ ପ୍ରସାଦ ମିଶ୍ର, ଚତୁର୍ଭୁଜ ମାଝୀ, ସୁନୀଲ କୁମାର ପ୍ରଧାନ, ବୈକୁଣ୍ଠ ପ୍ରଧାନ, ସୁଶୀଲ ହେତା, ବିକ୍ରମ ପ୍ରଧାନ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ।

No comments:

Post a Comment

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...