Monday, March 24, 2025

ପ୍ରଚଣ୍ଡ ରୌଦ୍ର ତାପ ସହ ଜଳକଷ୍ଟ ଭୋଗୁଛନ୍ତି ନୁର୍ପା ବାସୀ ମେଗା ପାନୀୟ ଜଳରୁ ବଞ୍ଚିତ ପୁରା ଗାଁ I

ବୌଦ୍ଧ : ପ୍ରଚଣ୍ଡ ରୌଦ୍ର ତାପ ସହ ଜଳକଷ୍ଟ ଭୋଗୁଛନ୍ତି ନୁର୍ପା ବାସୀ ,, ମେଗା ପାନୀୟ ଜଳରୁ ବଞ୍ଚିତ, ପୁରା ଗାଁ I ଗ୍ରାମରେ ୨ହାଜର ଲୋକଙ୍କ ପାଇଁ ଗୋଟିଏ ନଳକୂପ, ଅଭିଯୋଗ କରି ଥକି ଗଲେଣି ଗ୍ରାମବାସୀ I ପାଣି ପାଇଁ ଲାଗୁଚି ଲମ୍ବା ଲାଇନ I ଆସନ୍ତୁ କଣ୍ଟାମାଲ ରୁ ଦେଖିବା ଏହି ରିପୋର୍ଟ I
ଏ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ପଂଚାୟତ ର ନୁର୍ପା ଗ୍ରାମ I ଗ୍ରାମରେ ପ୍ରାୟ 2000 ଲୋକ ରୁହନ୍ତି I ଏପଟେ ଏତେ ଲୋକଙ୍କ ପାଇଁ ମାତ୍ର ଦୁଇନଳକୂପ I ଏପଟେ ବୌଦ୍ଧ ଜିଲ୍ଲାରେ ପାରଦ ୪୩ ଡିଗ୍ରୀ ଉପରେ ଥିବା ବେଳେ ମାର୍ଚ୍ଚ ମାସରୁ କଣ୍ଟାମାଲ ବ୍ଲକରେ ଦେଖିବାକୁ ମିଳିଲାନି ଜଳକଷ୍ଟ | ଲୋକେ ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ପାଣି ସମସ୍ୟା ନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଯନ୍ତ୍ରୀ ଏପରିକି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରି ନାହିଁ | ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ ହୋଈଥିବା ପ୍ରକଳ୍ପ ଲୋକଙ୍କ କାମ ରେ ଆସୁ ନାହିଁ | ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ତେବେ ଗାଁରେ ପିଇବା ପାଣିର ଅଭାବ ମୁଖ୍ୟ ସମସ୍ୟା ହେଉଛି | ଗାଁ ରେ ଦୁଇଟି ନଳକୂପ ଥିବା ବେଳେ ସେହି ନଳକୂପରେ ସକାଳୁ ମହିଳାଙ୍କ ଲମ୍ବା ଲାଇନ ଲାଗିଥାଏ | ସେହି ନଳକୂପରେ ପାଣି ନେବା ସହ ଗାଧୁଆ ପାଇଁ ଖରାରେ ଲମ୍ବା ଲାଇନ ଲାଗିବା ସହ ବହୁ ବିଳମ୍ୱ ହୋଈଥାଏ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ପାଣି ପର୍ଯ୍ୟାପ୍ତ ହେଉ ନ ଥିବା ବେଳେ ମହିଳାଙ୍କ ସହ ପୁରୁଷ ମାନେ ମଧ୍ୟ ପାଖାପାଖି ୧ କିଲୋମିଟର ଦୂରରେ ଥିବା ନଳକୂପକୁ ପାଣି ନେଇ ଯିବାକୁ ବାଧ୍ୟ ହୁଅନ୍ତି | ପ୍ରଚଣ୍ଡ ଖରା ସହ ମହିଳା ଓ ପୁରୁଷ ମାନେ ପାଣି ନେବାରେ ବହୁ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।
ଅନେକ ସ୍ଥାନରେ ଟ୍ୟାପ ଲାଗି ନାହିଁ I କିନ୍ତୁ ପାଇପରେ ପାଣି ଆସୁନି | ଏପଟେ ଠିକାଦାର ନିମ୍ନମାନ ର କାମ ଯୋଗୁଁ ଗାଁ କୁ ପାଣି ନ ଆସିବା ପୁର୍ବରୁ ଷ୍ଟାଣ୍ଡପୋଷ୍ଟ ସବୁ ଭାଙ୍ଗିବାକୁ ବସିଲାଣି I ବିଶୁଦ୍ଧ ପାନୀୟ ଜଳ ସତେ ଯେମିତି ନୁର୍ପା ବାସିଙ୍କ ପାଇଁ ସାତ ସପନ | ବୌଦ୍ଧ ଜିଲ୍ଲା ରାଜ୍ୟର ଉତ୍ତପ୍ତ ସହର ହୋଈଥିବା ବେଳେ ପାଣି ସମସ୍ୟା ଲୋକଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି I ଆଗାମୀ ୩ ଦିନ ମଧ୍ୟରେ ପାଣି ସମସ୍ୟାର ସମାଧାନ ନ ହେଲେ ଗ୍ରାମର ମହିଳା ମାନେ ଗରା ବାଲଟି ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କଡା ଚେତାବନୀ ଦେଇଛନ୍ତି Iଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Friday, March 7, 2025

ନାରାୟଣନଗର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିରରୁ ଚୋରି ଉଦ୍ୟମ

ନାରାୟଣନଗର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିରରୁ ଚୋରି ଉଦ୍ୟମ, ପୋଲିସର ସିସିଟିଭି ଫୁଟେଜ ଯାଞ୍ଚ ବୌଦ୍ଧ ବ୍ଲକ ଲୋକକଳା ଗ୍ରାମ ନାରାୟଣନଗର ଠାରେ ଜାନୁଆରୀ 24 ତାରିଖ ଠାରୁ ଫେବୃଆରୀ 2 ତାରିଖ 11 ଦିନ ଧରି ନୂତନ ଭାବେ ନିର୍ମିତ ହୋଇଥିବା ଯୁଗ୍ମ ମନ୍ଦିର ପ୍ରତିଷ୍ଠା ହୋଇଥିଲା l ପ୍ରତିଷ୍ଠା ହେବାର ଏକ ମାସ ବିତି ଯାଇ ଥିବା ବେଳେ ଏହି ଯୁଗ୍ମ ଶ୍ରୀଜଗନ୍ନାଥ ଓ ଶ୍ରୀରାମ ମହାପ୍ରଭୁଙ୍କ ମନ୍ଦିରରୁ ରାତି 12:22 ରେ ଗୋଟିଏ ଚୋର ମନ୍ଦିର ଭିତରେ ପଶି ଚୋରି ଉଦ୍ୟମ କରିଥିଲା l ସେଇ ଚୋରଟି ମୁଖରେ ହନୁମାନ ମୁଖା ପିନ୍ଧି ଥିବା ବେଳେ ଲାଲ ରଙ୍ଗର ଗାମୁଛା ଘୋଡାଇ ହୋଇଥିଲା l ଏହା ସହ ଢିଲା ପେଣ୍ଟ ସାର୍ଟ ପିନ୍ଧିଥିବା ସିସିଟିଭିରେ କୟତ ହୋଇଛି l ଚୋରଟି ମୁଖ୍ୟ ଗେଟଟିକୁ ମନ୍ଦିର ଭିତରକୁ ଲୁହା ରଡ଼ରେ ତାଡି ଥିବା ବେଳେ ଅନ୍ୟ ଗେଡ଼ ଗୁଡିକ ମଧ୍ୟ ଲୁହା ରଡ଼ରେ ତାଡି ଦେଇଥିବା ଜଣା ପଡିଛି l ଚୋର ଦୀର୍ଘ 15 ମିନିଟ ସମୟ ମନ୍ଦିର ଭିତରରେ ପଶି ଏତେ ପରିଶ୍ରମ କରିଥିଲେ ମଧ୍ୟ୍ୟ କୌଣସି ସାମଗ୍ରୀ ଚୋରି କରିନାହିଁ l ଚୋର ଯାଇଥିବା ବେଳେ କୌଣସି ସାମଗ୍ରୀ ଚୋରି ହୋଇନଥିବl ଜଣା ପଡିଛି l ତାକୁ ବାହାର ପଟୁ ଦୁଇ ଗୋଟି ଚୋର ସହଯୋଗ କରୁଥିବା ସିସିଟିଭିର ଭିଡିଓରେ କୟଦ ହୋଇଛି l ସେହିପରି ଅନ୍ୟ ଚୋର ଗୁଡିକ ମୁଖା ପିନ୍ଧିଥିବା ଜଣାପଡିଛି l ସକାଳ 5 ଟାରେ ମନ୍ଦିର ପୂଜକ ପୂଜା କରିବା ପାଇଁ ଆସିଥିବା ବେଳେ ଗ୍ରିଲ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ l ଏହା ପରେ ମନ୍ଦିର କମିଟିକୁ ଖବର ଦେଇଥିଲେ l କମିଟି ପକ୍ଷରୁ ଜହ୍ନlପଙ୍କ ଫାଣ୍ଡି ପୋଲିସ ଖବର ଦିଆଯାଇଥିଲା l ଜହ୍ନlପଙ୍କ ଫାଣ୍ଡି ଅଧିକାରୀ ପ୍ରଶାନ୍ତ ମଲ୍ଲିକ ମନ୍ଦିର ନିକଟକୁ ସିସିଟିଭି ପୁଟେଜ ଯାଞ୍ଜ କରୁଥିବା ଜଣା ପଡିଛି l

Tuesday, March 4, 2025

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅଭିଯୋଗ ପ୍ରକୋଷ୍ଠରେ ଆଜିଠୁ ଆରମ୍ଭ

ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ନବମ ପାଳି।  ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍‌କାଳ ପଦକ୍ଷେପ ନେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅଭିଯୋଗ ପ୍ରକୋଷ୍ଠରେ ଆଜିଠୁ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ଅଭିଯାନ। ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି।ଏହି ବ୍ୟବସ୍ଥାରେ ଚିକିତ୍ସା ଖର୍ଚ୍ଚ ପାଇଁ ପୁରୀ ଜିଲ୍ଲାର ନିମାପଡ଼ାରୁ ଆସିଥିବା ପକ୍ଷାଘାତ ଆକ୍ରାନ୍ତ ହେମନ୍ତ ସାହୁଙ୍କୁ ₹୧ ଲକ୍ଷ, ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରୁ ଆସିଥିବା ପକ୍ଷାଘାତ ଆକ୍ରାନ୍ତ ବିଚିତ୍ର ପାଇକରାୟଙ୍କୁ ₹୧ ଲକ୍ଷ, ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଆସିଥିବା ବୋନ୍ ମ୍ୟାରୋ କ୍ୟାନସର ପୀଡ଼ିତା ହାଜିରା ବିବିଙ୍କୁ ₹୩ ଲକ୍ଷ ଏବଂ କନ୍ଧମାଳ ଜିଲ୍ଲା ଟିକାବାଲିରୁ ଆସିଥିବା କ୍ୟାନସର ପୀଡ଼ିତା ଇନ୍ଦୁ ବେହେରାଙ୍କୁ ₹୧ ଲକ୍ଷ ସହିତ ଗଜପତି ଜିଲ୍ଲାରୁ ପୁଅର ଚିକିତ୍ସାରେ ସର୍ବସ୍ୱାନ୍ତ ହୋଇଆସିଥିବା ଶ୍ରୀମତୀ ରଶ୍ମିତା ନାୟକଙ୍କୁ ₹୧ ଲକ୍ଷର ସହାୟତା ରାଶି ମୁଖ୍ୟମନ୍ତ୍ରୀ ତୁରନ୍ତ ମଞ୍ଜୁର କରିଛନ୍ତି।

Sunday, March 2, 2025

ବୌଦ୍ଧରେ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ l

ବୌଦ୍ଧରେ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ l

ହରଭଙ୍ଗା-ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୁଜାରୀଙ୍କ ସମୀକ୍ଷା ବୈଠକ ଜିଲାପାଳଙ୍କ ସଦଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଜସ୍ୱ ବିଭାଗର ପୁଖାନୁପୁଖଂ ସମୀକ୍ଷା କରିଥିଲେ ମନ୍ତ୍ରୀ ଶ୍ରୀ ଯୁକ୍ତ ପୁଜାରୀ । ମନ୍ତ୍ରୀ ଶ୍ରୀ ପୁଜାରୀ ଜିଲ୍ଲା ରେ ଥିବା ସମସ୍ତ ସରକାରୀ ଜମିର ତଥ୍ୟ ପ୍ରସ୍ତୁତ, ଭୂ ମିହୀନଙ୍କୁ ୪ ଡେସିମିଲ ଜାଗା ଯୋଗାଇବା,ଆଗାମୀ ୫ ବର୍ଷ ମଧ୍ୟରେ ମିଶନମୋଡ଼ ରେ ଜବର ଦଖଲ ମୁକ୍ତ ଅଭିଯାନ, ଜମି ବିବାଦ ନେଇ ଭାଇ ଭଉଣୀ ଙ୍କ ମଧ୍ୟରେ ଥିବା ତିକ୍ତତା ଦୂର କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏଥିସହ ଫରେଷ୍ଟ ରାଇଟ ଆକ୍ଟ ସର୍ଭେ କରିବା, ସ୍କୁଲ ମାନଙ୍କୁ ଅପ ଗ୍ରେଡେସନ କରାଯିବା, ଓ ଆର ଏଲ ଆକ୍ଟ, ମ୍ୟୁଟେସନ କେଶ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପକୃତ ହିତାଧିକାରୀ ଙ୍କୁ ଚିହ୍ନଟ, ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ଠାରୁ ଜବର ଦଖଲ ଜମି ଉଚ୍ଚେଦ ପକ୍ରିୟା ଆରମ୍ଭ କରାଯାଉ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ lଯେଉଁ ରାଜସ୍ୱ ନିରୀ କ୍ଷକ ଜବର ଦଖଲ ନେଇ ସହଯୋଗ କରିବେ ପ୍ରଥମେ ସେମାନଙ୍କ ନାମରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୁଜାରୀ ଚେତାବନୀ ଦେଇଥିଲେ ।

ଯେଉଁ ମାନଙ୍କର ୪ ଡେସିମିଲରୁ କମଜମି ଥିବ ସେମାନଙ୍କୁ ଭୁମୀହିନ କୁହାଯିବ ଓ ସେମାନଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରି ଭୂ ମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ବିଦ୍ୟାଳୟ ଗୁଡିକରେ ଖେଳ ପଡିଆ, ଷ୍ଟାଡିୟମ, ବିଦ୍ୟାଳୟ ପାଚେରୀ କରାଯିବ ବୋଲି କହିଥିଲେ । ଏହା ସହ ୫ ବର୍ଷ ମଧ୍ୟରେ କେତେ ବ୍ୟକ୍ତିଙ୍କୁ ପଟ୍ଟା ପ୍ରଦାନ କରାଯାଇଛି, ତାହାର ତଦନ୍ତ କରାଯିବାକୁ କହିଥିଲେ । ଜାଗା ମିଶନ ଜରିଆରେ କେତେ ବ୍ୟକ୍ତିଙ୍କୁ ଜମି ପ୍ରଦାନ କରାଯାଇଛି,ତାହାର ତଦନ୍ତ ତୁରନ୍ତ କରିବା ସହ ବେଆଇନ ଭାବେ ଜାଗା ହାତେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆତ୍ମ ସନ୍ତୋଷ ଠାରୁ ବଡ଼ ଆଶୀର୍ବାଦ କିଛି ନାହିଁ, ଏଣୁ ସମସ୍ତେ ନିଜ ନିଜ ଲକ୍ଷ ସ୍ଥଳ ରେ ପହଂଚିବାକୁ ଠିକ ଭାବେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ lବୈଠକରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା,ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର,ଜିଲାସ୍ତରୀୟ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ । ଅତିରିକ୍ତ ସଚିବ, ବୋର୍ଡ ଅଫ ରେ ଭିନ୍ୟୁ ସରୋଜ କୁମାର ସାହୁ ବୈଠକ ଆରମ୍ଭ ରେ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଉପ-ଜିଲାପାଳ ପ୍ରବୀଣ କୁମାର ବାଣୁଆ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଭାରତ ମହିଳା ବିଶ୍ବକପ ଚାଂପିଅନ୍.

*-ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍* *-ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା ଭାରତ* *-ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ...