Wednesday, March 27, 2024

ରଙ୍ଗ ପର୍ବରେ ରଙ୍ଗୀନ ହେଲା ସିନାପାଲି

ମଙ୍ଗଳବାର ଥିଲା ରଙ୍ଗର ପର୍ବ ହୋଲି ା ଏହି ଅବସରରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସିନାପାଲି ଅଂଚଳରେ ପରସ୍ପରକୁ ରଙ୍ଗ ବୋଳି ସମସ୍ତେ ରଙ୍ଗୀନ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା ା
 ସକାଳୁ ବିଭିନ୍ନ ଛକରେ ରଙ୍ଗର ଆସର ଜମିଥିବା ବେଳେ ପରେ ପାରମ୍ପରିକ ବାଜାରେ ଏକ ଶୋଭାଯାତ୍ରା ମାଧ୍ଯମରେ ସହର ପରିକ୍ରମା କରାଯାଇଥିଲା ା ଏ ବର୍ଷ ପ୍ରାୟତଃ ହର୍ବାଲ ରଙ୍ଗର ବ୍ଯବହାର ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ମାଆ ଭଉଣୀମାନେ ମଧ୍ଯ ରଙ୍ଗ ଖେଳରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା ା କିଛି ସ୍ଥାନରେ ରଙ୍ଗ ବଦଳରେ ଲୋକେ ଫୁଲ ଖେଳିବା ବେଶ ଆକର୍ଷଣୀୟ ଥିଲା ା ଗଙ୍ଗାଧର ସାରସ୍ବତ ସମିତିର ସଦସ୍ଯମାନେ ସହରର ବୟୋଜୈଷ୍ଠଙ୍କ ଘରକୁ ଯାଇ ରଙ୍ଗ ବୋଲିବା ସହ ସେମାନଙ୍କ ଆଶୀର୍ବାଦ କାମନା କରିଥିଲେ ା ସେହିପରି ସିନାପାଲି ଥାନାଧିକାରୀଙ୍କ ଉଦ୍ଯମରେ ଥାନା ପରିସରରେ ହୋଲିକୁ ନେଇ ସ୍ବତଂତ୍ର କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିବା ବେଳେ ଏଥିରେ ଅଂଚଳର ବୁଦ୍ଧିଜୀବୀ ମାନେ ଯୋଗଦେଇ ଏହା ପୁଲିସ ଓ ସାଧାରଣ ଜନତା ମଧ୍ଯରେ ସୁସଂର୍ପକ ସ୍ଥାପନର ଏକ ସୁନ୍ଦର ଅବସର ବୋଲି ମତ ଦେଇଥିଲେ ଲ ଭାଇଚାରାର ଏହି ପର୍ବକୁ ଶାନ୍ତିଶୃଙ୍ଖଳାର ସହ ସିନାପାଲି ଓ ଆଖପାଖ ଅଂଚଳରେ ଧୁମଧାମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି

No comments:

Post a Comment

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...