Saturday, September 6, 2025

ଜାଣନ୍ତୁ ଚନ୍ଦ୍ର ଗ୍ରହଣ/ସୂତକ ସମୟରେ କ'ଣ କରିବେ ନାହିଁ


*- ଖାଇବା ଏବଂ ରୋଷେଇ କରିବା ନିଷେଧ*

*- ସୂତକ ଆରମ୍ଭ ହେବା ପରେ, ନୂତନ ଖାଦ୍ୟ ରନ୍ଧା ହୁଏ ନାହିଁ। ଏହା ସହିତ ପୂର୍ବରୁ ରନ୍ଧା ହୋଇଥିବା ଖାଦ୍ୟକୁ ଘୋଡାଇ ରଖିବା ଉଚିତ। ଏହି ସମୟରେ ମନ୍ଦିର ଏବଂ ଘରେ ଭଗବାନଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ ଶୁଭ କାର୍ଯ୍ୟ କରନ୍ତୁ ନାହିଁ । ଏହି ସମୟରେ ବିବାହ, ନାମକରଣ, ପୂଜା, ହୋମ ଭଳି ଶୁଭ କାର୍ଯ୍ୟ କରାଯାଏ ନାହିଁ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ। ଯାତ୍ରା ଏଡାନ୍ତୁ । ପରମ୍ପରା ଅନୁଯାୟୀ, ଗ୍ରହଣ ସମୟରେ ଯାତ୍ରାକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ଆବଶ୍ୟକ ହେଲେ ଭଗବାନଙ୍କ ନାମ ନେଇ ଯାତ୍ରା ଆରମ୍ଭ କରାଯାଇପାରିବ। ଧାର୍ମିକ କାର୍ଯ୍ୟକଳାପ ବନ୍ଦ। ମନ୍ଦିରର ଦ୍ୱାର ବନ୍ଦ। ପୂଜା ଏବଂ ମୂର୍ତ୍ତି ସ୍ପର୍ଶ କରିବା ନିଷେଧ। ପରମ୍ପରା ଅନୁଯାୟୀ, ଗର୍ଭବତୀ ମହିଳାମାନେ ଗ୍ରହଣ ସମୟରେ ବାହାରକୁ ଯିବା ଉଚିତ୍ ନୁହେଁ। କଇଁଚି, ଛୁରୀ/ଧାରୁଆ ଜିନିଷ ବ୍ୟବହାର କରିବା ନିଷେଧ*

Monday, August 25, 2025

ନବୀନଙ୍କୁ ଭେଟିଲେ ସୁର.



*- ନବୀନ ନିବାସରେ ନବୀନଙ୍କୁ ଭେଟିଲେ ସୁରେଶ ରାଉତରାୟ*
*- ହସ୍ପିଟାଲରୁ ଫେରିଥିବା ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ*
*- ସାକ୍ଷାତ ପରେ କଂଗ୍ରେସ ନେତା ସୁରେଶଙ୍କ ପ୍ରତିକ୍ରିୟା*
*- ‘ଦୁଇଭାଇ ପ୍ରେମ ଓ ନବୀନଙ୍କୁ ଭେଟିଲି, ଭାରି ଖୁସି ହେଲେ’*
*- କୌଣସି ରାଜନୈତିକ ଆଲୋଚନା ହୋଇନାହିଁ: ସୁରେଶ*

ବୌଦ୍ଧ ଜିଲ୍ଲା ଡମ୍ବରୁଗାର୍ଡ ବିଟରେ ଦୁଇଦିନ ହେଲା ୮ ଟିକିଆ ହାତୀପଳ.

ବୌଦ୍ଧ ୨୬/୮ ( ପୂର୍ଣ୍ଣ ଚନ୍ଦ୍ର ମେହେର ) ଦୁଇ ଦିନ ନ ହେଲା ଗ୍ରାମନିକଟରେ ଡେରା ପକାଇ ଛନ୍ତି ୮ ଟିକିଆ ହାତୀ ପଲ, ଏପଟେ ଭୟଭୀତ ଅବସ୍ଥା ରେ ଗ୍ରାମବାସୀ ! ସୂଚନା ମତେ ବୈ ବୌଦ୍ଧ ବନ ଖଣ୍ଡ ଡମରୁଗାର୍ଡ ବିଟ ନିକଟସ୍ତ ପାହାଡ଼ ରେ ୮ ଟିକିଆ ହାତୀ ପଲ ଗତ ରବିବାର ଦିନ ସୋନପୁର ଦିଗରୁ ମହାନଦୀ ପାଟ ଚାଲି ଆସିଥିବା ଜାଣିବାକୁ ପାଇଥିଲା ବନ ବିଭାଗ ! ଏପ ପଟେ ନିକଟ ବର୍ତ୍ତୀ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନତା କରାଉଥିବା ବେଳେ ହାତୀତ ସମ୍ପୂର୍ଣ ଗର୍ତ୍ତି ଧୂ ଉପରେ ନଜର ରଖୁଛି ! ଏହି ହାତୀ ପଲରେ ୧ ଦନ୍ତା, ୪ ଟି ମାଇଁ, ୩ ଟି ଛୁଆ ହାତୀ ଥିବା ବିଭାଗ ପକ୍ଷରୁ କୁହାଯାଇଛି !
ଅନ୍ୟପଟେ ହାତୀ ଗ୍ରାମ ନିକଟବର୍ତ୍ତୀ ଥିବାରୁ ୨ ଜଣ ଚାଷୀ ଙ୍କ ଧାନ ଚାଷ ନଷ୍ଟ କରିବା ସହ ବିଭାଗ କ୍ଷୟ କ୍ଷତି ଆ ଆକଳନ କରି ଥିବା ଜଣାପଡ଼ିଛି ! ଏପଟେ ହାତୀର ଗତି ଧୂ ଉପରେ ଫୋରେଷ୍ଟର ବାପୁନି ସାହୁ ଙ୍କ ସହ, ଗାର୍ଡ ଘନଶ୍ୟାମ ମହାକୁଡ଼, ନୃସିଂହ ମହାକୁଡ଼, ସୁମନ୍ତ ନାଏକ, ପରମା ତରିଆ, କୃଷ୍ଣ ପଟ୍ଟ ନାୟକ, ଦୁଃଶାସନ ପ୍ରଧାନ, ପ୍ରମୁଖ ସାମିଲ ଥିଲେ !
PMJ NEWS ODISHA 

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...