Saturday, May 17, 2025

ବୋଲେର ଧତ୍କା ରେ ସାଇକେଲ ଆରୋହୀ ଙ୍କ ମୃତ

ବୋଲେରୋ ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ ମିଳିଥିବା ସୂଚନା ଅନୁସାରେ ବୌଦ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ  ବନ୍ଧ ପାଲି ଗ୍ରାମର ସତ୍ୟନାରାୟଣ ଶାଣ୍ଢ କୌଣସି କାମରେ ଖଲିଆ ପାଲି ଆଡ଼ୁ ଆସୁଥିଲେ କିନ୍ତୁ 41ନମ୍ବର ରାଜ୍ୟ ରାଜପଥ ର,ଗିରିଗୋବର୍ଧନ ମନ୍ଦୀର ସମ୍ମୁଖରେ ଏକ ବୋଲେରୋ ଧକ୍କା ଦେବା ଫଳରେ ସାଇକେଲ ଆରୋହୀ ଙ୍କ  ମୃତ ହୋଇଛିମୃତ ଜଣକ ହେଲେ ବନ୍ଧ ପାଲି ଗ୍ରାମର ସତ୍ୟନାରାୟଣ ଶାଣ୍ଡ ବୋଲି ଜଣାପଡିଛି ।ଖବର ପାଇ କଣ୍ଟାମାଲ ଅତିରିକ୍ତତସିଲଦାର ଧନଞ୍ଜୟ ସାହୁ ଓକଣ୍ଟାମାଳ ଆଇଆଇସି ଭାବାନନ୍ଦ ପ୍ରଧାନ ମୃତ ଶରୀରକୁ ଉଦ୍ଧାର କରିଥିଲେ ଏବଂ ସଙ୍ଗେସଙ୍ଗେ କଣ୍ଟାମାଳଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ଗ୍ରାମ ବାସୀ ଙ୍କୁ ଖବର ଦେଇ ଥିଲେ, ହେଲେ ତାଙ୍କ  ପରିବାର ଓ ଗ୍ରାମ ବାସୀ ଲୋକ ଆସି ମେଡିକାଲ ସମ୍ମୁଖରେ ଟାୟାର ଜାଲିଦିନ 2 ଘଣ୍ଟାସମୟରୁରାତି 9ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ଥିଲେ, ଯାହାଫଳରେରାସ୍ତା ର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟା ରେ ଜାନ ବାହନ ଅଟକି ରହିଥିଲା, ଯାହା ଫଳରେ ଲୋକଙ୍କ ଜିବାଆସିବାରେ ବାଧା ସୃଷ୍ଟି ହୋଇଥିଲା,   କଣ୍ଟାମାଳ ଓ ଘଣ୍ଟା ପଡା ପୋଲିସ ପକ୍ଷରୁ ଲୋକଙ୍କୁ ବୁଝାଇ ଏହାର ତଦନ୍ତ କରିବୁ ଏବଂ ଦୃ ଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଣ୍ଟାମାଳ ଆଇଆଇସି ଭାବlନନ୍ଦପ୍ରଧାନ ସୂଚନା ଦେଇଛନ୍ତି, ଯାହା ଫଳରେ ରାସ୍ତା ଅବରୋଧ ହଟାଇବା ରେ ଯାନବାହାନାଯାତାୟାତ କରିବାରେ ସଫଳ ହୋଇଥିଲା 

Tuesday, April 8, 2025

ଦ୍ୱିତୀୟ ରଜନୀ ଶିବଧନୁ ଭଗ୍ନ୍ ମଞ୍ଚସ୍ଥ, ଶ୍ରୀରାମଙ୍କ ବିବାହ ଶୋଭାଯାତ୍ରା

ଲୋକକଲା ଗ୍ରାମ ନାରାୟଣନଗର ରାମଲୀଳା : ଦ୍ୱିତୀୟ ରଜନୀ ଶିବଧନୁ ଭଗ୍ନ୍ ମଞ୍ଚସ୍ଥ, ଶ୍ରୀରାମଙ୍କ ବିବାହ ଶୋଭାଯାତ୍ରା ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଗ୍ରାମରେ ଶ୍ରୀଶ୍ରୀ ରାମଲୀଳା ସାଂକୃତିକ ପରିଷଦ ପକ୍ଷରୁ ରାମଲୀଳା ନାଟ୍ୟ ମଣ୍ଡପରେ ଦ୍ୱିତୀୟ ରଜନୀ ନାଟକ ଶିବ ଧନୁ ଭଗ୍ନ ମଞ୍ଚସ୍ଥ ହୋଇଯାଇଛି l ଏହି ରାଜନୀରେ ଅନୁଷ୍ଟିତ ନାଟକରେ ରାମଚନ୍ଦ୍ର ତlଡକା ବଂଶକୁ ବଧ କରି ବିଶ୍ଵାମିତ୍ର ମୁନିଙ୍କ ଆଶ୍ରମରେ ପହଂଚି ଥିଲେ l ଏହା ପରେ ସୁବାକୁ ଓ ମରିଚ ଅସୁରକୁ ବଧ କରି ରାକ୍ଷସ ମାନଙ୍କ କବଳରୁ ମୁନି ଋଷି ମାନଙ୍କୁ ଉଦ୍ଧାର କରି ଶାନ୍ତି ପ୍ରତିଷ୍ଠା କରିଥିଲେ l ବିଶ୍ଵାମିତ୍ର ମୁନିଙ୍କ ସାଙ୍ଗେ ରାମ, ଲକ୍ଷ୍ମଣ ଯାଇ ପାଷାଣ ହୋଇଥିବା ନାରୀଙ୍କୁ ଉଦ୍ଧାର କରି ଗଙ୍ଗା ନଦୀ ପାର ହୋଇ ମିଥିଳାରେ ପହଂଚି ଥିଲେ l ସେଠାରେ ଲକ୍ଷେ ରାଜାଙ୍କ ଉପସ୍ଥିତିରେ ଶିବ ଧନୁ ଭଗ୍ନ କରି ରାଜସଭାରେ ପ୍ରଶଂସିତ ହୋଇ ସୀତା ଦେବୀଙ୍କୁ ବିବାହ କରିଥବା ନାଟକ ଦୃଶ୍ୟ ଅତି ମନ ମୁଗ୍ଧ ହୋଇଥିଲା l ଏହି ନାଟକର ବିଭିନ୍ନ ଭୂମିକାରେ ଦଶରଥ -ପିତାମ୍ବର ମେହେର, ସୁମନ୍ତ୍ର -ଟଙ୍କଧର ମେହେର, ବସିଷ୍ଠ -ଥପା, କୌଶଲ୍ୟା -ଘାଷି, କୈକେୟୀ -ସିଦ୍ଧେଶ୍ୱର, ସୁମିତ୍ରା -ସୁରୁବାବୁ, ମନ୍ଥରା -ପବିତ୍ର , ଜନକ -ନେପାଳ, ସତ୍ୟାନନ୍ଦ -ସନ୍ତୋଷ, ମନ୍ତ୍ରୀ -ଅଜିତ, ରାମ -ଚୂଡ଼ାମଣି, ଭରତ -ସଂଜୀବ, ଲକ୍ଷ୍ମଣ -ରଞ୍ଜନ, ଶତ୍ରୁଘନ -ସୁଜିତ, ବିଶ୍ଵାମିତ୍ର -ରବୀନ୍ଦ୍ର, ଛପରି -ବୁଦ୍ଧଦେବ, ଛପରl - ସୁମନ୍ତ, ନଟିଆ -ଲଳିତ, ଭଗିଆ -ବିନୋଦ, ସୁବlହୂ -ମନ୍ତ୍ରୀ, ମାରିଚ-ବିରେନ, ତlଡକା -ନାରାୟଣ, ମଗଧ -ହରି, ଅଙ୍ଗପତି -ବିବେକା, ବଙ୍ଗପତି -ବୈଶାଖୁ , ଶୈସ୍କଲ -କୁଶ, ସୌରାଷ୍ଟ୍ର ପତି -ସୁମନ୍ତ, ନାରାୟଣ ଦେବ -ବିଭୀ ପ୍ରମୁଖ ଅଭିନୟ କରିଥିଲେ l ଓଡିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମଙ୍ଗଳବାର ସକାଳ 9 ଟାରେ ପ୍ରଭୁଙ୍କ ତିଳତର୍ପଣ କରାଯାଇ ନଗର ପରିକ୍ରମl କରାଯାଇଥିଲା l ଏଥିରେ ଶହ ଶହ ମହିଳା ପୁରୁଷ ସାମିଲ ହୋଇଥିଲେ l ଗ୍ରାମ୍ୟ ମହିଳାଙ୍କ ଦ୍ଵାରା 101 ପ୍ରକାର ମିଷ୍ଟlନ୍ନ ପ୍ରସ୍ତୁତ କରାଯାଇ ଗ୍ରାମ ପରିକ୍ରମା କରି ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମ ଜଗନ୍ନାଥ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟାରେ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘନଙ୍କୁ ନେଇ ଏକ ବିରାଟ ବିବାହ ଶୋଭାଯାତ୍ରାରେ ବାହାର କରାଯାଇ ଗଙ୍ଗାଧର ଛକ, ହାରିବଂଶ ଛକ, ତ୍ରିନାଥ ସାହି, ଜଗନ୍ନାଥ ମନ୍ଦିର ସାହି, ଦୈନିକ ବଜାର, ସ୍କୁଲ ପଡା ଦେଇ ମଣ୍ଡପରେ ପହଂଚିବା ପରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...