Tuesday, April 8, 2025

ଦ୍ୱିତୀୟ ରଜନୀ ଶିବଧନୁ ଭଗ୍ନ୍ ମଞ୍ଚସ୍ଥ, ଶ୍ରୀରାମଙ୍କ ବିବାହ ଶୋଭାଯାତ୍ରା

ଲୋକକଲା ଗ୍ରାମ ନାରାୟଣନଗର ରାମଲୀଳା : ଦ୍ୱିତୀୟ ରଜନୀ ଶିବଧନୁ ଭଗ୍ନ୍ ମଞ୍ଚସ୍ଥ, ଶ୍ରୀରାମଙ୍କ ବିବାହ ଶୋଭାଯାତ୍ରା ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଗ୍ରାମରେ ଶ୍ରୀଶ୍ରୀ ରାମଲୀଳା ସାଂକୃତିକ ପରିଷଦ ପକ୍ଷରୁ ରାମଲୀଳା ନାଟ୍ୟ ମଣ୍ଡପରେ ଦ୍ୱିତୀୟ ରଜନୀ ନାଟକ ଶିବ ଧନୁ ଭଗ୍ନ ମଞ୍ଚସ୍ଥ ହୋଇଯାଇଛି l ଏହି ରାଜନୀରେ ଅନୁଷ୍ଟିତ ନାଟକରେ ରାମଚନ୍ଦ୍ର ତlଡକା ବଂଶକୁ ବଧ କରି ବିଶ୍ଵାମିତ୍ର ମୁନିଙ୍କ ଆଶ୍ରମରେ ପହଂଚି ଥିଲେ l ଏହା ପରେ ସୁବାକୁ ଓ ମରିଚ ଅସୁରକୁ ବଧ କରି ରାକ୍ଷସ ମାନଙ୍କ କବଳରୁ ମୁନି ଋଷି ମାନଙ୍କୁ ଉଦ୍ଧାର କରି ଶାନ୍ତି ପ୍ରତିଷ୍ଠା କରିଥିଲେ l ବିଶ୍ଵାମିତ୍ର ମୁନିଙ୍କ ସାଙ୍ଗେ ରାମ, ଲକ୍ଷ୍ମଣ ଯାଇ ପାଷାଣ ହୋଇଥିବା ନାରୀଙ୍କୁ ଉଦ୍ଧାର କରି ଗଙ୍ଗା ନଦୀ ପାର ହୋଇ ମିଥିଳାରେ ପହଂଚି ଥିଲେ l ସେଠାରେ ଲକ୍ଷେ ରାଜାଙ୍କ ଉପସ୍ଥିତିରେ ଶିବ ଧନୁ ଭଗ୍ନ କରି ରାଜସଭାରେ ପ୍ରଶଂସିତ ହୋଇ ସୀତା ଦେବୀଙ୍କୁ ବିବାହ କରିଥବା ନାଟକ ଦୃଶ୍ୟ ଅତି ମନ ମୁଗ୍ଧ ହୋଇଥିଲା l ଏହି ନାଟକର ବିଭିନ୍ନ ଭୂମିକାରେ ଦଶରଥ -ପିତାମ୍ବର ମେହେର, ସୁମନ୍ତ୍ର -ଟଙ୍କଧର ମେହେର, ବସିଷ୍ଠ -ଥପା, କୌଶଲ୍ୟା -ଘାଷି, କୈକେୟୀ -ସିଦ୍ଧେଶ୍ୱର, ସୁମିତ୍ରା -ସୁରୁବାବୁ, ମନ୍ଥରା -ପବିତ୍ର , ଜନକ -ନେପାଳ, ସତ୍ୟାନନ୍ଦ -ସନ୍ତୋଷ, ମନ୍ତ୍ରୀ -ଅଜିତ, ରାମ -ଚୂଡ଼ାମଣି, ଭରତ -ସଂଜୀବ, ଲକ୍ଷ୍ମଣ -ରଞ୍ଜନ, ଶତ୍ରୁଘନ -ସୁଜିତ, ବିଶ୍ଵାମିତ୍ର -ରବୀନ୍ଦ୍ର, ଛପରି -ବୁଦ୍ଧଦେବ, ଛପରl - ସୁମନ୍ତ, ନଟିଆ -ଲଳିତ, ଭଗିଆ -ବିନୋଦ, ସୁବlହୂ -ମନ୍ତ୍ରୀ, ମାରିଚ-ବିରେନ, ତlଡକା -ନାରାୟଣ, ମଗଧ -ହରି, ଅଙ୍ଗପତି -ବିବେକା, ବଙ୍ଗପତି -ବୈଶାଖୁ , ଶୈସ୍କଲ -କୁଶ, ସୌରାଷ୍ଟ୍ର ପତି -ସୁମନ୍ତ, ନାରାୟଣ ଦେବ -ବିଭୀ ପ୍ରମୁଖ ଅଭିନୟ କରିଥିଲେ l ଓଡିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମଙ୍ଗଳବାର ସକାଳ 9 ଟାରେ ପ୍ରଭୁଙ୍କ ତିଳତର୍ପଣ କରାଯାଇ ନଗର ପରିକ୍ରମl କରାଯାଇଥିଲା l ଏଥିରେ ଶହ ଶହ ମହିଳା ପୁରୁଷ ସାମିଲ ହୋଇଥିଲେ l ଗ୍ରାମ୍ୟ ମହିଳାଙ୍କ ଦ୍ଵାରା 101 ପ୍ରକାର ମିଷ୍ଟlନ୍ନ ପ୍ରସ୍ତୁତ କରାଯାଇ ଗ୍ରାମ ପରିକ୍ରମା କରି ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମ ଜଗନ୍ନାଥ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟାରେ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘନଙ୍କୁ ନେଇ ଏକ ବିରାଟ ବିବାହ ଶୋଭାଯାତ୍ରାରେ ବାହାର କରାଯାଇ ଗଙ୍ଗାଧର ଛକ, ହାରିବଂଶ ଛକ, ତ୍ରିନାଥ ସାହି, ଜଗନ୍ନାଥ ମନ୍ଦିର ସାହି, ଦୈନିକ ବଜାର, ସ୍କୁଲ ପଡା ଦେଇ ମଣ୍ଡପରେ ପହଂଚିବା ପରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଭାରତ ମହିଳା ବିଶ୍ବକପ ଚାଂପିଅନ୍.

*-ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍* *-ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା ଭାରତ* *-ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ...