Thursday, November 21, 2024
ନାରାୟଣ ନଗର ଗ୍ରାମର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁଁ ପ୍ରସ୍ତୁତି ବୈଠକ, ଯୋଗଦେଇ ଆଲୋଚନା କଲେ ବିଧାୟକ ଓ ଉପ ଜିଲ୍ଲାପାଳ
ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲୋକକଳା ଗ୍ରାମ ନାରାୟଣ ନଗର ଗ୍ରାମରେ ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଭବ୍ୟ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ମନ୍ଦିର ନିର୍ମାଣ କମିଟିର ସଭାପତି ରାଜେନ୍ଦ୍ର ମେହେରଙ୍କ ସଭାପତିତ୍ୟରେ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରସ୍ତୁତି ବୈଠକରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଧାୟକଙ୍କ ପାଣ୍ଠିରୁ 10 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କହିଥିଲେ l ସମ୍ମାନୀତ ଅତିଥି ଭାବରେ ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଯୋଗ ଦେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ | ଆସନ୍ତା ଜାନୁଆରୀ ମାସ 24 ତାରିଖ ଠାରୁ ଫେବ୍ରୁୟାରୀ ମାସ 3 ତାରିଖ ପର୍ଯ୍ୟନ୍ତ 11 ଦିନିଆ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ନିଷ୍ପତି ଗ୍ରହଣ କରିଛି | ତେଣୁ ସଭାପତି ରାମଜୀ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଓ ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅବସରରେ ଜନସମାଗମ ସମ୍ଭାବନାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା | ଟ୍ରାଫିକ ନିୟନ୍ତ୍ରଣ, ଗାଡ଼ି ପାର୍କିଂ, ସାଇକେଲ ଓ ବାଇକ ଷ୍ଟାଣ୍ଡ, ଆଇନ୍ ଶୃଙ୍ଖଳା ପରିସ୍ଥିତି ଆଦି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା l ପ୍ରତିଷ୍ଠା କାର୍ଯ୍ୟକ୍ରମରେ ନୂତନ ବିଗ୍ରହ ପ୍ରତିଷ୍ଠା, ଛପନ ପ୍ରହରୀ ନାମଯଜ୍ଞ, ହରିହlଟ ପ୍ରସାଦ ସେବନ, ନବାହ ପରାୟଣ, ପ୍ରବଚନ, କଂସ ଦରବାର, ସାଂସ୍କୃତିକ କାର୍ଯ୍ୟକ୍ରମ ହେବ l ସେହିପରି ସୁଉଚ୍ଚ ତୋରଣ ସହ ରଙ୍ଗୀନ ଆଲୋକ ସଜାସଜ୍ୟା କରାଯିବ l ନୂତନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ବିଗ୍ରହ ଏବଂ ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ମାତା ସୀତାଙ୍କ ନୂତନ ବିଗ୍ରହ ଅଣାଯାଇ ପ୍ରାଣ ପ୍ରତିଷ୍ଠା କରାଯିବ l ମନ୍ଦିର ନିର୍ମାଣ କମିଟିର ଉପଦେଷ୍ଟା ଭୋଳlଗିରି ସାହୁ ସ୍ୱାଗତ ଭାଷଣ ଦେବାସହ ସଭା ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଯୋଗ ଦେଇ ବିଧାୟକ ପାଣ୍ଠିରୁ 10 ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେବି ବୋଲି କହିଥିଲେ l ବୌଦ୍ଧ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଯୋଗ ଦେଇ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଏବଂ ଆଇନ ଶୃଙ୍ଖଳା ପାଇଁ ପୋଲିସ ସହାୟତା ଏବଂ ସମସ୍ତ ପରମିସେନ କରିବାକୁ କହିଥିଲେ l ମନ୍ଦିର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ମନ୍ଦିର କମିଟି ସହ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲ l
Tuesday, November 19, 2024
ଦ୍ୱିତୀୟ ଦିନରେ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ l ଏହି ଅବସରରେ ଚବିଶ ପ୍ରହର ନାମ ଯଜ୍ଞ, ନବ କୁଣ୍ଡିୟ ଘୃତଯଜ୍ଞ, ଜ୍ଞାନ ଯଜ୍ଞ ଓ ଗୋ ସୁରକ୍ଷା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ।
ବୌଦ୍ଧ-ବୌଦ୍ଧ ଜିଲ୍ଲା ସଦର ବ୍ଲକ ତାଳସରଡ଼ା ପଂଚାୟତ ଐତିହାସିକ ସିଦ୍ଧଗୁରୁ ମଠ ଡ଼ମ୍ବରୁଗଡ଼ (କଙ୍କଲା) ଠାରେ ପବିତ୍ର କାର୍ତ୍ତିକ ମାସ ପଞ୍ଚକ ସମୟରେ ନଭେମ୍ବର ୧୧ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଜ୍ଞ ମହାସମାରୋହରେ ପାଳିତ ହେଉଅଛି । ମଠର ମହନ୍ତ ସର୍ବେଶ୍ୱର ଦାସ ମହାରାଜଙ୍କ ମାର୍ଗଦର୍ଶନରେ ସକାଳେ ଚବିଶ ପ୍ରହର ନାମ ଯଜ୍ଞ ଡମ୍ବରୁଗଡ଼ ଓ କଂକଲା ଗ୍ରାମର ସଂକୀର୍ତ୍ତନ୍ୟ ଦଳ ନାମ ଅଦିବାସ କରିଥିଲେ l ଯଜ୍ଞକର୍ତ୍ତା, ଯଜ୍ଞ ପରିଚାଳନା କମିଟି, ସାଧୁ ସନ୍ଥଙ୍କ ସମେତ ମହନ୍ତ ସର୍ବେଶ୍ୱର ଦାସ ମଞ୍ଚ ଉଦଘାଟନ ପରେ ମହା ଯଜ୍ଞ କମିଟି ସଭାପତି ପ୍ରବକ୍ତା ଗୌରୀ ପ୍ରସାଦ ସାହୁ ସଭାପତିତ୍ୱରେ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ଦ୍ୱିତୀୟ ଦିବସର ଶୁଭାରମ୍ଭ କରାଯାଇଥିଲା l
ଯଜ୍ଞର ଉଦ୍ୟେକ୍ତା ତଥା ଶ୍ରୀ ରାଧାମାଧବ ସେବାଶ୍ରମର ମୁଖ୍ୟ ଆଚାର୍ଯ୍ୟ ଶ୍ରୀ ବ୍ରହ୍ମଚାରୀ ଆଦିତ୍ୟ ଦାସ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ ସହିତ ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଜ୍ଞରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ l ଯଜ୍ଞର ଅନ୍ୟତମ ମାର୍ଗଦର୍ଶକ ବାବା ଲଷ୍ମଣ ଦାସଙ୍କ ଉପସ୍ଥିତିରେ ଶ୍ରୀରାମ କଥାକାର ଦଧିବାମନ ତ୍ରିପାଠୀ ଯୋଗଦେଇ ରାମ କଥା ପ୍ରବଚନ ପ୍ରଦାନ କରିଥିଲେ l ଯଜ୍ଞ କମିଟିର ସଦସ୍ୟ ବାଞ୍ଚାନିଧି ହୋତା ମଞ୍ଚ ପରିଚାଳନା କରିଥିଲେ l
ଅପରାହ୍ନରେ ଗୋ ସୁରକ୍ଷା ଉପରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରlଚାର୍ଯ୍ୟଙ୍କ ପ୍ରତିନିଧି ଆଦିତ୍ୟ ବାହିନୀ ର ମୁଖ୍ୟ ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇ ଗୋ ସୁରକ୍ଷା ଜୀବନ ରକ୍ଷା ଓ ସଚ୍ଚା ଗୋଭକ୍ତ ବୈକୁଣ୍ଠ ଯାତ୍ରା କରିପାରିବେ ବୋଲି ଶାସ୍ତ୍ର ମତ ଅଛି ବୋଲି ଆଲୋକପାତ କରିଥିଲେ l ମୁଖ୍ୟବକ୍ତା ଭାବେ ସଂସ୍କୃତ ଅଧ୍ୟାପକ ପଣ୍ଡିତ ପ୍ରତାପ କୁମାର ରଥ ଯୋଗ ଦେଇ ଗୋମାତା ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ l ଅନ୍ୟତମ ଆଲୋଚକ ଭାବେ ପଞ୍ଚଗବ୍ୟ ସିଦ୍ଧ, ପ୍ରସ୍କୃତିକ ଚିକିତ୍ସକ ଡା ନିରାକାର ବେହେରା ଯୋଗ ଦେଇ ଗୋ ସୁରକ୍ଷା, ପଞ୍ଚଗବ୍ୟ,ଆୟୁର୍ବେଦ, ପ୍ରାକୃତିକ ଚିକିତ୍ସା ଓ ଜଗନ୍ନାଥ ସଂସ୍କୃତି ଉପରେ ଉପସ୍ଥାପନା କରିଥିଲେ l
ଅନ୍ୟତମ ମଠ ପରିଚାଳନା କମିଟି ସଭାପତି ପୟୋଧର ମହାକୁଡ଼,ଯଜ୍ଞ କମିଟି ସଭାପତି ପ୍ରବକ୍ତା ଗୌରୀ ପ୍ରସାଦ ସାହୁ,ମହା ଯଜ୍ଞ ର ଉଦ୍ୟକ୍ତା ବ୍ରହ୍ମଚାରି ଆଦିତ୍ୟ ଦାସ, ପତଞ୍ଜଳି ଯୋଗ ସମିତି ବୌଦ୍ଧ ଜିଲ୍ଲା ସଂଯୋଜକ ଦେବାଶିଷ ପୁରୋହିତ ମଞ୍ଚରେ ମଞ୍ଚାସିନ ଥିବାବେଳେ ସମ୍ପାଦକ କୃତ୍ତିବାସ ପଲିଆ ଅତିଥି ପରିଚୟ ଓ ଆଲୋଚନା ଚକ୍ରର ଉଦ୍ଧେଶ୍ୟ ଉପରେ ଆଲୋକପାତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ନୟାଗଡ଼ର ପ୍ରବକ୍ତା ବୈକୁଣ୍ଠନାଥ ପ୍ରଧାନ ସଂଯୋଜନା କରିଥିଲେ l
ଯଜ୍ଞ କମିଟି ଉପ -ସଭାପତି ରାଜୁ ମେହେର,ସହ ସମ୍ପାଦକ ଆକାଶ ଜେନା, କୋଷାଧକ୍ଷ ମୟସେନ ରଣା ଯୁଗ୍ମ କୋଷାଧକ୍ଷ ମନୋଜ ମହାକୁଡ଼, ଦେବବ୍ରତ୍ତ ମେହେର କାର୍ଯ୍ୟକାରୀ ସଦସ୍ୟ , ଶମ୍ଭୁ ଗିରି,ଉତ୍ତମ ବେହେରା,ଅଭିନଵ ପଟ୍ଟନାୟକ, ପିଣ୍ଟୁ ମହାକୁଡ଼,ଦୁଷ୍ମନ୍ତ ପୃଷ୍ଟି,ପ୍ରଶାନ୍ତ କୁମାର ସେଠି, ଶ୍ରୀପତି ମହାକୁଡ଼, ଶ୍ରୀକ୍ଷେତ୍ର ମହାକୁଡ଼, ବିଦେଶୀ ସାହୁ,ଶଶାଙ୍କ ଶେଖର ପ୍ରଧାନ,ଦେବାଶିଷ ପ୍ରଧାନ, ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା ଦିନ ମାନଙ୍କରେ ସାଧୁ ସନ୍ଥ ସମ୍ବେଳନ,ପାରମ୍ପରିକ କଳା ପ୍ରଦର୍ଶନ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ ଓ ଜପ ଯଜ୍ଞ ସହିତ ଯୋଗ, ପ୍ରଣା୍ୟାମ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜନ ହେବାକୁ ଆୟୋଜନ କମିଟି ତରଫରୁ ପ୍ରକାଶ କରିଥିଲେ l
ସନ୍ଧ୍ୟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଶ୍ରୀ ରାଧା ମାଧବ ସେବା ଶ୍ରମ ଓ ବୌଦ୍ଧ ଜିଲ୍ଲା କଳା, ସଂସ୍କୃତି, ଧାର୍ମିକ ମହାସଂଘର କଲାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ମଠ କମିଟି, ଯଜ୍ଞ କମିଟି, ରାଧା ମାଧବ ସେବା ଶ୍ରମ, ମାହେଶ୍ୱରୀ ସେନା, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ସାହାଜପାଲ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗାଇଡର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ l
Friday, November 1, 2024
ବିଦ୍ୟୁତ ସରବରାହ ବିଷୟରେ ।
ସୋନପୁର ଗ୍ରୀଡରୁ ମନମୁଣ୍ଡା PSS ପର୍ଯ୍ୟନ୍ତ 33 କେଭି ମନୁମୁଣ୍ଡା ଫିଡରର କଣ୍ଡକ୍ଟର ଅପଗ୍ରେଡେସନ୍ ଏବଂ ଲାଇନ ମଜବୁତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପ୍ରସ୍ତାବ ଦିଆଯାଇଛି |
ତେଣୁ ପ୍ରତିଦିନ ସକାଳ 6 ଟାରୁ 10 ଟା ପର୍ଯ୍ୟନ୍ତ ଚାରି ଘଣ୍ଟିଆ ବନ୍ଦ ଯୋଜନା କରାଯାଇଛି, କିନ୍ତୁ ସାଧାରଣ ଜନତାଙ୍କ ପାଇଁ ଏହା ପରିଚାଳନା କରିବା କଷ୍ଟକର |
ଜନସାଧାରଣଙ୍କ ସୁବିଧା ଏବଂ ସହଜ ପାଇଁ, ଉପରୋକ୍ତ କାର୍ଯ୍ୟ ଗୁଡ଼ିକ ପାଇଁ ଗୋଟିଏ ଦିନ ବନ୍ଦ ବ୍ୟତୀତ ଗୋଟିଏ ଦିନ ପ୍ରସ୍ତାବ ଦିଆଯାଇଛି |
ଆସନ୍ତାକାଲି ସୋନପୁର ଗ୍ରୀଡରୁ ମନମୁଣ୍ଡା PSS ପର୍ଯ୍ୟନ୍ତ 33kv ଲାଇନ ବନ୍ଦ (ଆଉଟେଜ୍) ଯୋଜନା କରାଯାଇଛି ଯଥା 02.11.2024 (ଶନିବାର) ସକାଳ 6.00 ରୁ 10.00 ପର୍ଯ୍ୟନ୍ତ, ବାଉଶୁଣୀ , ମନମୁଣ୍ଡା, କଣ୍ଟାମାଳ ଏବଂ ଘଣ୍ଟାପଡା PSS ଅଧୀନରେ ଥିବା ସମସ୍ତ ଫିଡର୍ ବ୍ୟାହତ ହୋଇ ରହିବେ |
ତେଣୁ, ଉପରୋକ୍ତ ବ୍ୟାଘାତ ପାଇଁ ଆମେ ଆପଣଙ୍କର ସହଯୋଗ ଖୋଜୁ |
ଶୁଭେଚ୍ଛା
SDO ମନମୁଣ୍ଡା |
Monday, October 7, 2024
ତେଲନଦି ବ୍ରିଜ ଉପରୁ ନଦୀକୁ ଡେଇଁଲେ ଯୁବତୀ। କାରଣ ଅସ୍ପଷ୍ଟ।
ବୌଦ୍ଧ ସୋନପୁର ତେଲନଦୀ ବ୍ରିଜରୁ ଡେଇଁଲେ ଯୁବତୀ । କାରଣ ଅସ୍ପଷ୍ଟ । ମୂମୂର୍ଷୁ ଭାବେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା ପୋଲିସ । ଯୁବତୀ ଜଣକ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ସଦେଇପୂର ଗାଁ ର କିଶାନ୍ ବାଦୀଙ୍କ ଝିଅ ପ୍ରମୋଦିନି ବାଦି ବୋଲି ଜଣା ପଡିଛି । ସ୍ଥାନୀୟ ମତ୍ସ୍ୟଜୀବୀ, ସ୍ଥାନୀୟ ବାସିନ୍ଦା ସେମାନେ ତାକୁ ଉଦ୍ଧାର କରି ତୁରନ୍ତ ୧୧୨ କୁ ସୂଚନା ଦେଇଥିଲେ । ସୋନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି PCR ଭ୍ୟାନ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ଯୁବତୀ ଜଣକ କଥା କହି ପାରୁ ନାହାଁନ୍ତି । ତାଙ୍କ ଛାତିରେ ମାଡ଼ ହୋଇଥିବା ଅନୁମାନ କରାଯାଉଛି । ଏମାର୍ଜେନ୍ସି ୱାର୍ଡ ରେ ଭର୍ତ୍ତି କରି ଚିକିତ୍ସା ଚାଲିଛି । ତେବେ ଯୁବତୀ ଜଣ କେଉଁ କାରଣରୁ ନଦୀକୁ ଡେଇଁଲେ ତାହା ସ୍ପଷ୍ଟ ଜଣା ପଡ଼ି ନାହିଁ। ପୋଲିସ ପରିବାର ଲୋକକୁ ଖବର ଦେବା ସହିତ ଅଧିକ ତଦନ୍ତ ଜାରି ରଖିଛି । କିନ୍ତୁ ଅନ୍ୟପଟେ ଝିଅଟି ମୋବାଇଲ ମାଧ୍ୟମରେ ବ୍ରିଜ ଉପରେ କଥା ହେଉଥିବା ବେଳେ ଗୋଟିଏ ବାଇକ୍ ରେ ଜଣେ ଯୁବକ ଆସି ତାଙ୍କ ସହିତ ଦେଖା କରି ପାଟିତୁଣ୍ଡ କରିଥିବା ଆଲୋଚନା ହେଉଛି। ଏହା ପ୍ରେମ ଜନିତ ଦୁର୍ଘଟଣା ବୋଲି ଚର୍ଚ୍ଚା ହେଉଛି।
Saturday, May 18, 2024
ଇଭିଏମ୍ ଭିଭିପାଟ ଏବଂ ନିର୍ବାଚନୀ ସାମଗ୍ରୀ ଯୋଗାଣ ନେଇ ମକଡ୍ରିଲ ଅନୁଷ୍ଠିତ
ବୌଦ୍ଧ ଜିଲ୍ଲାରେ ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି l ଜିଲାର ଭୋଟରମାନେ85 କଣ୍ଟାମାଲ ଏବଂ 86 ବୌଦ୍ଧ ବିଧାନସଭା ସହିତ13 କନ୍ଧମାଳ ଲୋକସଭା ଆସନ ପାଇଁ ନିଜ ମତ ସାବ୍ୟସ୍ତ କରିବେ l ଆସନ୍ତା 20 ତାରିଖ ଦିନ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜିଲାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଭୋଟଗ୍ରହଣ କାର୍ଯ୍ୟ ପରିଚାଳନାରେ ନିୟୋଜିତ କର୍ମଚାରୀ ମାନେ ଆବଶ୍ୟକ ସାମଗ୍ରୀ ନେଇ ମତଦାନ କେନ୍ଦ୍ର କୁ କlଲି ଠାରୁ ଯିବା ଆରମ୍ଭ କରିବେ । ବୌଦ୍ଧ ପଂଚାୟତ କଲେଜ୍ ପରିସର ମଧ୍ୟରେ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ, ତଥ୍ୟ କାଉଣ୍ଟର, ସାମଗ୍ରୀ କାଉଣ୍ଟର ଏବଂ ଅନ୍ୟାନ୍ୟ କାଉଣ୍ଟର ସ୍ଥାପିତ ହୋଇଛି l କର୍ମଚାରୀମାନଙ୍କୁ ଇଭିଏମ୍, ଭିଭିପାଟ ଏବଂ ନିର୍ବାଚନୀ ସାମଗ୍ରୀ କଲେଜ୍ ପରିସର ମଧ୍ୟରେ ଯୋଗାଇ ଦିଆଯିବ । ଏହା ଯେପରି ତ୍ରୁଟି ଶୂନ୍ୟ ଓ ସୁରୁଖୁରୁରେ ହେବ ସେ ନେଇ ପ୍ରଶାସନ ପକ୍ଷରୁ ଆଜି ମକଡ୍ରିଲ ଅନୁଷ୍ଠିତ ହୋଇଛି l ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଜେ. ସୋନାଲ, ଅତିରିକ୍ତ ଜିଲାପାଳ ତଥା କଣ୍ଟାମାଳ ନିର୍ବାଚନଣ୍ଡଳୀ ରିଟର୍ଣ୍ଟିଂ ଅଫିସର ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ତଥା ବୌଦ୍ଧ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଟିଂ ଅଫିସର ପ୍ରଭାସ ଚନ୍ଦ୍ର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ମକଡ୍ରିଲ କରାଯାଇଥିଲା l ଡେପୁଟି କଲେକ୍ଟର (ନିର୍ବାଚନ )ଶାଶ୍ୱତ ପ୍ରଧାନ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଙ୍କୁ ଆସନ୍ତା କାଲି ଠାରୁ ଭୋଟ ଗ୍ରହଣ ପର୍ଯ୍ୟନ୍ତ ଏବଂଭୋଟ ପରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପରିସରକୁ ଫେରି ସମସ୍ତ ସାମଗ୍ରୀ ଫେରାଇବା ପର୍ଯ୍ୟନ୍ତ ସେମାନଙ୍କ ଦାୟିତ୍ୱ ଗୁରୁତ୍ୱ ପୂର୍ଣ୍ଣ ବୋଲି କହିବା ସହ, ସେମାନଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ପର୍କ ରେ ସମସ୍ତ ତାଲିମ ପ୍ରଦାନ କରିଥିଲେ lଭୋଟଦାନ ପାଇ ଜିଲ୍ଲାରେ ସମୁଦାୟ ୪୧୧ ଗୋଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ବୌଦ୍ଧ ନିର୍ବାର୍ଚନ ମଣ୍ଡଳୀ ପାଇ ୧୯୪ ଓ କଂଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ୨୧୭ ଗୋଟି ମତଦାନ କେନ୍ଦ୍ର କରାଯାଇଅଛି । ସେଥିମଧ୍ୟରୁ ୫୦ଟି ଆଦର୍ଶ ମତଦାନ କେନ୍ଦ୍ର ରୂପେ ପ୍ରସ୍ତୁତ କରାଯାଇଛି l ୪୦ ଟି ସଖି ମତଦାନ କେନ୍ଦ୍ର ରହିଥିବା ବେଳେ ୪ ଟି ଯୁବ ମତଦାନ କେନ୍ଦ୍ର, ଗୋଟିଏ ଭିନ୍ନକ୍ଷମ ମତଦାନ କେନ୍ଦ୍ର ରୂପେ ପ୍ରସ୍ତୁତ କରାଯାଇଛି l ଜିଲାରେ ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ୨ ଟି ମତଦାନ କେନ୍ଦ୍ର କୁ ଇକୋ ଫ୍ରେନ୍ଡଲି ଓ ୨ ଟି ମତଦାନ କେନ୍ଦ୍ର କୁ ଏଥିନିକ ଥିମ ଅର୍ଥାତ ସାଂସ୍କୃତିକ ବୈଭବ ପ୍ରତୀକ ଭାବେ ପ୍ରସ୍ତୁତ କରାଯାଇଛି l 18 ମଇ ରେ ପୁରୁଷ କର୍ମଚାରୀ ମାନଙ୍କୁ ବୁଥମାନଙ୍କୁ ପଠାଇବା କାମ,19 ତାରିଖ ରେ ପିଙ୍କ ବୁଥ ମାନଙ୍କୁ ମହିଳା ମାନଙ୍କୁ ପଠାଇବା ଏବଂ ନିର୍ବାଚନ ଯେମିତି ସଫଳ ଭାବରେ ହେବ, ସେଥିପାଇଁ କର୍ମଚାରୀ ମାନେ ପ୍ରସ୍ତୁତ ରହିବା, ନିଜକୁ ଶାରୀରିକ, ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l
Tuesday, May 14, 2024
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁଇ ସରକାରୀ କର୍ମଚାରୀଙ୍କ ମୃତ୍ୟୁ
ଏହି ସମୟରେ ସାମ୍ନା ପଟୁ ତାଙ୍କୁ ଏକ କାର ଧକ୍କା ଦେଇଥିଲା। ଫଳରେ ସେ ଘଟଣାସ୍ଥଳରେ ପଡିଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନୂଆପଡ଼ା ମୁଖ୍ୟ ଡ଼ାକ୍ତରଖାନାକୁ ପଠାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ସେହିପରି ମାଥ୍ଲି ଡମଗୁଡ଼ାଠାରେ ବସ ଧକ୍କାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଶିଖପାଲିର କୁଶବେଡା ବିଦ୍ୟାଳୟରେ ପ୍ରିଜାଇଡିଂ ଅଫିସର ଭାବେ ନିୟୋଜିତ ଥୂଲେ ବଣ୍ଡାଘାଟି ବନ୍ଧଗୁଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଦ୍ରଜିତ କିଷାନ । ନିର୍ବାଚନ କାର୍ଯ୍ୟ ସାରି ସକାଳରେ ବାଇକ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଏକ ବସ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଇନ୍ଦ୍ରଜିତଙ୍କୁ ମାଥ୍ଲି ସବଡିଭିଜନ
ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ନୁଆପଡ଼ାରୁ ବିରବଲ ପ୍ରଧାନ ଙ୍କ ରିପୋର୍ଟ PMJ ନିଉଜ ଓଡିଶା
Subscribe to:
Comments (Atom)
ଭାରତ ମହିଳା ବିଶ୍ବକପ ଚାଂପିଅନ୍.
*-ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍* *-ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା ଭାରତ* *-ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ...
-
ବୌଦ୍ଧ-21/01-ନାମଯଜ୍ଞ ମଣ୍ଡପ ପୁରୀ ମନ୍ଦିର ଭଳି ନିର୍ମିତ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚ...
-
ହାତୀପଲ ଆଠ ମଲ୍ଲିକ ବନାଞ୍ଚଳ ଅଞ୍ଚଳରୁ ଆସି ମହାନଦୀ ପାର ହୋଇ ଆଜି ଡମ୍ବରୁଗଡ କୁ ଚାଲି ଆସିଥିଲେ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍...