Wednesday, August 6, 2025

ଛାତିରେ ଯନ୍ତ୍ରଣା: ୧୩ଛାତ୍ରୀ ଅସୁସ୍ଥ.



*-ସୋର: ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ୧୩ ଛାତ୍ରୀ ମେଡିକାଲ୍‌ରେ ଭର୍ତ୍ତି*
*-ବାହାନଗା ବ୍ଲକ୍‌ ନିଗମାନନ୍ଦ ସ୍ମୃତି ବିଦ୍ୟାପୀଠର ଛାତ୍ରୀ ଅସୁସ୍ଥ*
*-ସମସ୍ତ ଅସୁସ୍ଥ ଛାତ୍ରୀ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି*
*-୧୩ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ବାଲେଶ୍ୱର ସ୍ଥାନାନ୍ତର*
*-ହଠାତ୍‌ ଅସୁସ୍ଥ ହେବାର କାରଣ ସ୍ପଷ୍ଟ ହୋଇନାହିଁ*

Tuesday, August 5, 2025

ଶ୍ରାବଣର ଶେଷ ସୋମବାରରେ ଦୁଇ ଶୈବ ପୀଠର ରକ୍ତ ଦାନ ଶିବିରରୁ ୯୦ୟୁନିଟ ରକ୍ତ ସଂଗୃହୀତ


 ବରଗଡ -ଉତ୍କଟ ରକ୍ତାଭାବକୁ କିଛି ପରିମାଣ ରେ ଦୂର କରିବା ପାଇଁ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ର ପ୍ରୟାସ।ପବିତ୍ର ଶ୍ରାବଣ ମାସ ଅବସରରେ ବରଗଡ଼ ଜିଲ୍ଲାର ଗାଇସୀମା ଠାରେ ଅବସ୍ଥିତ ଅଷ୍ଟଶମ୍ଭୁ ଶୈବ ପୀଠ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ନିଷ୍ଠା ପରିବାର ଓ ମନ୍ଦିର ପରିଚାଳନା କମିଟି ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ତାଙ୍କ ଧର୍ମ ପତ୍ନୀ କଳ୍ପନା ଷଡ଼ଙ୍ଗୀ,ଗାଇସିମା ସରପଞ୍ଚ ଧିରେନ ମହାପାତ୍ର ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ସର୍ବମୋଟ ୩୩ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।



 ଠିକ୍ ସେହିପରି ଝାଡେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଅନୁରୂପ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ଝାଡେଶ୍ଵର ଶିବ ମନ୍ଦିର ର ସଭାପତି ଅମିୟ ଭୋଇ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୫୭ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଉଭୟ ଶିବିର ରୁ ସର୍ବମୋଟ ୯୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଶ୍ରାବଣ ମାସର ଶେଷ ସୋମବାର ଅବସରରେ ମନ୍ଦିରକୁ ପ୍ରଭୂ ଙ୍କ ପୂଜାର୍ଚ୍ଚନା ପାଇଁ ଆସୁଥିବା ଭକ୍ତ ମାନେ ସ୍ଵତଃ ରକ୍ତ ଦାନ କରିଥିଲେ। ଉଭୟ ଶିବିର ରେ ରକ୍ତ ଦାନ କରିଥିବା ରକ୍ତ ଦାତା,ସହଯୋଗୀ ଓ ଶୁଭେଚ୍ଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।ଉଭୟ ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥିଲେ। PMJ NEWS ODISHA 

୨୪ ଘଣ୍ଟାରେ ପୁଣି ବଢ଼ାଇବି ଟାରିଫ୍‌ ଟ୍ରମ୍ପ୍‌



-ଭାରତ ଉପରେ ପୁଣି ଟାରିଫ୍‌ ବଢ଼ାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା
-‘ଭାରତ ଭଲ ବ୍ୟବସାୟିକ ପାର୍ଟନର ନୁହେଁ, ୨୪ ଘଣ୍ଟାରେ ପୁଣି ବଢ଼ିବ ଟାରିଫ’
-ପୂର୍ବରୁ ଭାରତ ଉପରେ ୨୫% ଟାରିଫ୍‌ ଲଗାଇଛନ୍ତି ଟ୍ରମ୍ପ୍‌
-ଭାରତ ରୁଷିଆ ଠାରୁ ତୈଳ କିଣୁଥିବାରୁ ଖପ୍ପା ହୋଇଛନ୍ତି ଟ୍ରମ୍ପ୍‌

୧୫ହଜାର ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣି.



*-୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ*
*-ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ କିରାଣି*
*-‌କୋରାପୁଟ ଜିଲ୍ଲା ନନ୍ଦପୁର ବିଇଓ କାର୍ଯ୍ୟାଳୟର କିରାଣି ସମ୍ବିତ ତ୍ରିପାଠୀ*
*-ଏରିୟର ଦରମା ପାଇଁ ନେଉଥିଲେ ଲାଞ୍ଚ*

ଚୋରା ବନ୍ଧୁକ ଦେଖାଉଥିଲେ ଫୁଟିଗଲା ଡିସିପି



*-କଟକ: ନୂଆବଜାରରେ ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ପର୍ଦ୍ଦାଫାସ*
*-ଚୋରା ବନ୍ଧୁକ ଦେଖାଉଥିବା ବେଳେ ଗୁଳି ଫୁଟିଥିବା କହିଲେ ଡିସିପି*
*-'ଆହତ ସଞ୍ଜୟ ତରାଇଙ୍କୁ ବନ୍ଧୁକ ଦେଖାଉଥିଲେ ୨ ଯୁବକ'*
*-'ଚୋରା ବନ୍ଧୁକ ଦେଖାଉଥିବା ବେଳେ ଗୁଳି ଫୁଟିଥିଲା'*
*-'ହେଲେ କେହି ଗୁଳିମାଡ଼ କରିଥିବା କହିଥିଲେ ୨ ଯୁବକ'*
*-‘ବନ୍ଧୁକ ଖୋକା ଜବତ ସହ ୨ ଅଭିଯୁକ୍ତ ଯୁବକ ଗିରଫ’*

ସବୁ ରାଜସ୍ବ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍.



*- ଏଣିକି ସବୁ ରାଜସ୍ବ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ*
*- ଜିଲ୍ଲାର ସମସ୍ତ ରାଜସ୍ବ କାର୍ଯ୍ୟାଳୟରେ ଲାଗୁ ହେବ* 
*- ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ନିଷ୍ପତ୍ତି*
*- ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କଲେ ରାଜ୍ୟ ସରକାର*

ସତ୍ୟପାଲ ମଲ୍ଲିକଙ୍କ ପରଲୋକ.



*-ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ*
*-୭୯ ବର୍ଷ ବୟସରେ ସତ୍ୟପାଲ ମଲ୍ଲିକଙ୍କ ପରଲୋକ*
*-RML ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ*
*-ଅବସ୍ଥା ଗୁରୁତର ଥିବାରୁ ICUରେ ଭର୍ତ୍ତି ହୋଇଥିଲେ*
*-ଜମ୍ମୁ କାଶ୍ମୀର, ମେଘାଳୟ, ବିହାର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ*
*-ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇଥିଲେ*
*-୨୦୧୮ ମେ ୨୮ରୁ ଅଗଷ୍ଟ ପର୍ଯ୍ୟନ୍ତ ଅତିରିକ୍ତ ଦାୟିତ୍ବ ତୁଲାଇଥିଲେ*

ଆକ୍ସନ ମୋଡରେ ରାଜ୍ୟ ସରକାର.



*-ଅପାରଗ ଅଧିକାରୀଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର*
*-କେଉଁ ବିଭାଗରେ କେତେ ଅପାରଗ ଅଧିକାରୀ ଅଛନ୍ତି* 
*-କେତେ ଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି* 
*-ଏ ନେଇ ସମସ୍ତ ବିଭାଗକୁ କରାଯାଇଛି ଚିଠି*
*-୭ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ*

Monday, August 4, 2025

ବିଜେଡିର ୪ ଜିଲ୍ଲାରେ ନୂଆ ସଭାପତି



*- ଆଉ ୪ ଜିଲ୍ଲା ପାଇଁ ବିଜେଡି ପକ୍ଷରୁ ସଭାପତି ନାଁ ଘୋଷଣା*
*- ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ହେଲେ ବିକ୍ରମ ପଣ୍ଡା*
*- କଟକ ଜିଲ୍ଲା ସଭାପତି ଭାବେ ପ୍ରଫୁଲ୍ଲ ସିଂଙ୍କୁ ଦାୟିତ୍ୱ*
*- ଶିବ ପ୍ରସାଦ ଭୋଳ ହେଲେ କେନ୍ଦ୍ରାପଡ଼ା ସଭାପତି*
*- କଳାହାଣ୍ଡି ଜିଲ୍ଲା ସଭାପତି ଦାୟିତ୍ୱ ପାଇଲେ ପ୍ରଦୀପ ଦିଶାରୀ*

ଗିରଫ ପଛରେ ଷଡ଼ଯନ୍ତ୍ର



*- ବାଲେଶ୍ୱର FM ଛାତ୍ରୀ ଆତ୍ମାହୁତି ଘଟଣାରେ ABVPର ପ୍ରେସ୍ ରିଲିଜ୍*
*- ରାଜନୈତିକ ଷଡ଼ଯନ୍ତ୍ରରେ ଛାତ୍ରଙ୍କୁ ଗିରଫ କରାଯାଇଥିବା ଅଭିଯୋଗ*
*- 'ଛାତ୍ରୀଙ୍କୁ ରକ୍ଷା କରିଥିବା ଛାତ୍ରଙ୍କୁ ଦାୟୀ କରି ଗିରଫ କରିବା ଏକ ଷଡ଼ଯନ୍ତ୍ର'*
*- 'ଓଡ଼ିଶା ପୋଲିସ୍‌ ରାଜନୈତିକ ତତ୍ତ୍ୱମାନଙ୍କୁ ସୁରକ୍ଷା ଦେବା ବନ୍ଦ କରିବା ଉଚିତ୍'*
*- ଓଡ଼ିଶା ପୋଲିସର ମନୋଭାବ ଚିନ୍ତାର ବିଷୟ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ*

ଆଜି ଓଡ଼ିଆ ସାମ୍ବାଦିକତା ଦିବସ.



*- ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ*
*- ‘ଜନତାଙ୍କ ସ୍ୱର ଓ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକତା’*
*- ‘ସମ୍ବାଦପତ୍ର ଓ ସାମ୍ବାଦିକତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’*

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...