Tuesday, January 21, 2025

ନାମଯଜ୍ଞ ମଣ୍ଡପ ପୁରୀ ମନ୍ଦିର ଭଳି ନିର୍ମିତ

ବୌଦ୍ଧ-21/01-ନାମଯଜ୍ଞ ମଣ୍ଡପ ପୁରୀ ମନ୍ଦିର ଭଳି ନିର୍ମିତ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ଯୁଗ୍ମ ମନ୍ଦିର ଜାନୁଆରୀ 24 ତାରିଖ ଠାରୁ ଫେବୃଆରୀ 3 ତାରିଖ ଏଗାର ଦିନ ବ୍ୟାପି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l ଏନେଇ ମଙ୍ଗଳବାର ମନ୍ଦିର ନିର୍ମାଣ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମନ୍ଦିର ନିର୍ମାଣ କମିଟିର ସଭାପତି ରାଜେନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l କମିଟିର ସମ୍ପାଦକ ଗୋପାଳ ମେହେର ସ୍ୱାଗତ ଭାଷଣ ଦେଇ ଥିବା ବେଳେ ସଭାପତି ରାଜେନ୍ଦ୍ର ମେହେର ଏଗାର ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ l ଦୀର୍ଘ 10 ବର୍ଷରୁ ଉର୍ଦ୍ଧ ହେବ ଏକି ଯୁଗ୍ମ ମନ୍ଦିର ନିର୍ମାଣ ହୋଇଥିବା ବେଳେ 86 ଫୁଟ ଉଚ୍ଚ ବିଶିଷ୍ଟ ଏହି ଯୁଗ୍ମ ମନ୍ଦିର ପାଇଁ 2କୋଟି 50 ଲକ୍ଷ ଟଙ୍କା ଅଟକଳ ରେ ମନ୍ଦିର ନିର୍ମାଣ ହୋଇଥିବା ସୂଚନା ଦେଇଥିଲେ l

ବିଶିଷ୍ଟ ଶିଳ୍ପୀ ଗୌରବ ମହାରଣା ଏହାର ନିର୍ମାଣ କାର୍ଯ୍ୟ କରିଥିବା ବେଳେ ପ୍ରଦୀପ ମହାରଣା ଏହି ମନ୍ଦିରର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ l ମନ୍ଦିର ପ୍ରତିଷ୍ଠା ପାଇଁ ଏକ କୋଟି 50 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉ ଥିବା ବେଳେ ନାରାୟଣନଗର ଗ୍ରାମବାସୀ ତଥା ଜିଲ୍ଲା ଓ ଜିଲ୍ଲା ବାହାର ଭକ୍ତଙ୍କ ଅନୁଦାନରେ ଉଭୟ କାର୍ଯ୍ୟକ୍ରମ କରାଯାଉଥିବା ଶ୍ରୀ ମେହେର ସୂଚନା ଦେଇଥିଲେ l ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ଏହି ମନ୍ଦିର କାର୍ଯ୍ୟକ୍ରମରେ ହରିହlଟ ପ୍ରସାଦ ସେବନ, ଛପନ ପ୍ରହରୀ ନାମଯଜ୍ଞ, ମିନାବଜାର, କଂସ ଦରକାର, ନବାହ ପରାୟଣ, ପ୍ରବଚନ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଥିଲେ l ଏହା ସହ ନାମ ଯଜ୍ଞ ମଣ୍ଡପ ପୁରୀ ମନ୍ଦିର ଭଳି ନିର୍ମିତ ହୋଇ ଭକ୍ତଙ୍କ ପାଇଁ ଏକ ଆକର୍ଷଣ ହେବ ବୋଲି ସୂଚନା ଦେଇଥିଲେ l ଭକ୍ତଙ୍କ ପାଇଁ ପାର୍କିଂ ସୁବିଧା, ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ, ମେଡିକାଲ, ଦମକଳ ବାହିନୀ ପ୍ରସ୍ତୁତ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ l ସହ ସମ୍ପାଦକ ବିଜୟ ସାହୁ ସୁଉଚ୍ଚ ତୋରଣ, ରଙ୍ଗୀନ ଆଲୋକ ସାଜସଜ୍ଜା ଉପରେ ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିଲେ l ଶେଷରେ କୋଷାଧ୍ୟକ୍ଷ ପିତାମ୍ବର ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ସାମ୍ବାଦିକ ସମ୍ମିଳନୀରେ ମନ୍ଦିର ନିର୍ମାଣ କମିଟିର ସମସ୍ତ ସଦସ୍ୟ ସହ ନାରାୟଣନଗର ଗ୍ରାମବାସୀ ଉପସ୍ଥିତ ଥିଲେ।

Thursday, December 5, 2024

ବୌଦ୍ଧ : ଜଗତି ଗ୍ରାମରେ ଶ୍ରୀରାମ ଓ ଶ୍ରୀ ଜଗନ୍ନାଥ ଯୁଗ୍ମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ, ୫/୧୨ : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଗ୍ରାମରେ ନୂତନ ଭାବେ ନିର୍ମିତ ଶ୍ରୀରାମ ଓ ଶ୍ରୀଜଗନ୍ନାଥଙ୍କ ଯୁଗ୍ମ ଭବ୍ୟ ମନ୍ଦିର ପ୍ରତିଷ୍ଠା କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜଗତି ଗ୍ରାମଠାରେ ମନ୍ଦିର ନିର୍ମାଣ କମିଟିର ସଭାପତି ରାଜେନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ ସଦସ୍ୟ ରଘୁନାଥ ମେହେର ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରେ ଆସନ୍ତା ମାଘ ମାସରେ ଜାନୁୟାରୀ ୨୪ ରୁ ଫେବୃଆରୀ ୩ ତାରିଖ ମଧ୍ୟରେ ମନ୍ଦିର ପ୍ରତିଷ୍ଠା କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ।
ଏଗାର ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ନୂତନ ବିଗ୍ରହ ପ୍ରତିଷ୍ଠା, ଛପନ ପ୍ରହରୀ ନାମଯଜ୍ଞ, ହରିହାଟ ପ୍ରସାଦ ସେବନ, କଂସ ଦରବାର, ମିନକ୍ଷବଜାର, ସୁଉଚ୍ଚ ତୋରଣ, ବିଭିନ୍ନ ଛକରେ ଦଶବତାର ମୂର୍ତ୍ତି ସ୍ଥାପନ,ନାରାୟଣନଗର ସୁନ୍ଦର ଆଲୋକ ସଜ୍ଜା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
ବୈଠକରେ ମନ୍ଦିର ଉପଦେଷ୍ଟା ଭୋଳଗିରି ସାହୁ ମନ୍ଦିର ପ୍ରତିଷ୍ଠାର ବିବରଣୀ ଉପସ୍ଥାପନା କରିଥିଲେ । ବୈଠକରେ ଜଗତି ଗ୍ରାମର ଜନସାଧାରଣ ଓ ନାରାୟଣନଗର ମନ୍ଦିର ନିର୍ମାଣ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ସଦସ୍ୟ ବିଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଭାରତ ମହିଳା ବିଶ୍ବକପ ଚାଂପିଅନ୍.

*-ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍* *-ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା ଭାରତ* *-ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ...