Tuesday, May 14, 2024

ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁଇ ସରକାରୀ କର୍ମଚାରୀଙ୍କ ମୃତ୍ୟୁ

ନୂଆପଡ଼ା/ମାଲକାନଗିରି: ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରିବା ବେଳେ ସଡ଼କ ଦୁର୍ଘଟଣା । ନୂଆପଡ଼ା ୩୫୩ ଜାତୀୟ ରାଜପଥ ତରବୋଡ ଫାର୍ମ ନିକଟରେ କାର ଧକ୍କାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ଘଟିଛି । ମୃତ ପ୍ରିଜାଇଡିଂ ଅଫିସର ପ୍ରସନ୍ନ କୁମାର ନାଏକ ବୋଲି ଜଣାପଡ଼ିଛି। ସେ ଗତକାଲି ଖଡ଼ିଆଳ ବ୍ଲକ ରାନିମୁଣ୍ଡା ୧୮୪ ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ଭାବରେ କାର୍ଯ୍ୟ ସାରି ଇଭିଏମ ସହ ସମସ୍ତ ଦସ୍ତାବିଜ ନୂଆପଡ଼ାରେ ଛାଡି ଏକ ମୋଟର ସାଇକେଲ ଯୋଗେ ଖଡ଼ିଆଳ ପ୍ରତ୍ୟାବର୍ତ୍ତନ କରୁଥିଲେ।
 ଏହି ସମୟରେ ସାମ୍ନା ପଟୁ ତାଙ୍କୁ ଏକ କାର ଧକ୍କା ଦେଇଥିଲା। ଫଳରେ ସେ ଘଟଣାସ୍ଥଳରେ ପଡିଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନୂଆପଡ଼ା ମୁଖ୍ୟ ଡ଼ାକ୍ତରଖାନାକୁ ପଠାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ସେହିପରି ମାଥ୍‌ଲି ଡମଗୁଡ଼ାଠାରେ ବସ ଧକ୍କାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଶିଖପାଲିର କୁଶବେଡା ବିଦ୍ୟାଳୟରେ ପ୍ରିଜାଇଡିଂ ଅଫିସର ଭାବେ ନିୟୋଜିତ ଥୂଲେ ବଣ୍ଡାଘାଟି ବନ୍ଧଗୁଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଦ୍ରଜିତ କିଷାନ । ନିର୍ବାଚନ କାର୍ଯ୍ୟ ସାରି ସକାଳରେ ବାଇକ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଏକ ବସ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଇନ୍ଦ୍ରଜିତଙ୍କୁ ମାଥ୍‌ଲି ସବଡିଭିଜନ
ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।


ନୁଆପଡ଼ାରୁ ବିରବଲ ପ୍ରଧାନ ଙ୍କ ରିପୋର୍ଟ PMJ ନିଉଜ ଓଡିଶା

Monday, May 13, 2024

ଗ୍ରାମ ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର

ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ତାକରଡ଼ା, ମତାଝରୀ, ଡେଙ୍ଗାବାଡ଼ି, କଲୋନୀ, ବାଦପଲ୍ଲୀ, ସୁଳିଆପଲ୍ଲୀ, କରଚୁଲି, ପଥରବଣୀ ଗ୍ରାମ ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର ବିଧାନସଭା ପ୍ରାର୍ଥୀ ତଥା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେବା ସହ ବିଜୁ ଜନତା ଦଳ କୁ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି। ତା - ୧୩/୦୫/୨୦୨୪

Saturday, May 4, 2024

ଫୁଲ ଛାଡି ଶଙ୍ଖ ଧରିଲେ

ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ବଡ଼ ବାଗବର ଗ୍ରାମର ବିଜେପି ନେତୃବୃନ୍ଦ ବିଜେଡି ରେ ସାମିଲ ହୋଇଥିବା ଜଣା ପଡିଛି l ଗ୍ରାମର ଯୁବ ବିଜେପି ନେତା କମଳ ଭୋଇ, କରୁଣାକର ପ୍ରଧାନ, ବଶିଷ୍ଠ ସାହୁ, କିଶ୍ବର ସାହୁ, ତପନ ପ୍ରଧାନ, ଯଶୋବନ୍ତ ଭୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଗତ କାଲି ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ପ୍ରଦୀପ ଅମାତ ଙ୍କ ବାସ ଭବନରେ ଶ୍ରୀ ଅମାତ ଙ୍କ ଉପସ୍ଥିତ ରେ ବିଜେପି ଛାଡି ବିଜେଡି ରେ ସାମିଲ ହୋଇଛନ୍ତି l ତାଙ୍କୁ ଦଳୀୟ ଚି଼ହ୍ନ ଥିବା ଉତ୍ତରୀୟ ଦେଇ ବିଜେଡି ପାର୍ଟି ରେ ସାମିଲ କରାଯାଇଥିବା ସୂଚନା ମିଳିଛି l

Tuesday, April 30, 2024

ସୁରକ୍ଷା ବାହିନୀ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ମାଓବାଦୀ ଯୋଜନା କୁ ପଣ୍ଡ କଲା ବୌଦ୍ଧ ପୋଲିସ । ନିର୍ବାଚନ ରେ ଘଟାଇଥାନ୍ତେ ବଡ ଘଟଣା । ମାଓବାଦୀ ଙ୍କ TCOC ମାସ ରେ ଏକାଠି ହୋଇଥିଲେ ପ୍ରାୟ ୫୦ ରୁ ୬୦ ମାଓବାଦୀ । ଚାଲିଥିଲା ବଡ ଯୋଜନା । ପଣ୍ଡ କଲା ବୌଦ୍ଧ ପୋଲିସ । ବୌଦ୍ଧ କଣ୍ଟାମାଲ ଥାନା ପଢେଲ ଡ୍ୟାମ ନିକଟ ଜଙ୍ଗଲ ରେ ମାଓବାଦୀ ସୁରକ୍ଷା କର୍ମୀ ଗୁଳିବିନିମୟ । ସୁରକ୍ଷା ବାହିନୀ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଲଗାତାର ଭାବେ ମାଓ ଦମନ ଅପରେସନ ଜାରି ରହିଛି। ତେବେ ଗତ କିଛିଦିନ ହେଲା ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆଜି ସକାଳ ୭ ଟାରେ DVF, BSF ଓ SOG ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ କଣ୍ଟାମାଳ ଥାନା ପଢେଲ ଡ୍ୟାମ ନିକଟ ଜଙ୍ଗଲ ରେ ମାଓବାଦୀ ମାନେ ହଠାତ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଏନେଇ ପୋଲିସ ପକ୍ଷରୁ ଆତ୍ମସମର୍ପଣ ପାଇଁ ଆହ୍ୱାନ ଦିଯାଇଥିଲେ ବି ମାଓବାଦୀ ମାନେ ଲଗାତାର ଗୁଳି ଚଳାଇଥିଲେ । ଏହାର ପ୍ରତିବାଦରେ ସୁରକ୍ଷା ବହିନୀ ମଧ୍ୟ ଗୁଳି ଚଳାଇଥିଲେ । ସୁରକ୍ଷାବାହିନୀ ଓ ମାଓବାଦୀ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଗୁଳିବିନିମୟ ହୋଇଥିବା ବେଳେ ସୁରକ୍ଷା ବାହିନୀ ଗୁଳିରେ ୨ ଜଣ ମାଓବାଦୀ ମୃତ୍ୟୁ ହୋଇଛନ୍ତି । ମୃତକ ମାଓବାଦୀ ଦ୍ବୟ ଅଷ୍ଟମ କମ୍ପାନୀର ସଦସ୍ୟ ହୋଇଥିବା ବେଳେ ସୁନୀଲ ନାମକ ମାଓବାଦୀ ଜଣଙ୍କ ଛତିଶଗଡ ସୁକୁମା ଓ ସନ୍ତୁ ନାମକ ମାଓବାଦୀ ହେଲା ଛତିଶଗଡ଼ ବିଜପୁର ଅଞ୍ଚଳର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏକାଧିକ ମାଓବାଦୀ ପୋଲିସ ଗୁଳିରେ ଆହତ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା । ଏଥିସହିତ ଏକ ମାଓକ୍ୟାମ୍ପ ଠାବ ସହ ଧ୍ୱଂସ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ଗୋଟିଏ ରାଇଫଲ, BGL Round- ୧୭ ଟି, ହାତ ତିଆରି ବୋମା ୫ଟି , ଫ୍ଲାସ ଲାଇଟ ଆଂପ୍ଲି ଫାୟାର ୨ଟି , IEDs ୬ ଟି ଇଲେକ୍ଟ୍ରିକ ତାର, ଆଦି ବିସ୍ଫୋରକ ସାମଗ୍ରୀ ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ତେବେ ବର୍ତ୍ତମାନ ବି ସର୍ଚ୍ଚ ଅପରେସନ ଚାଲିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ହେଲେ ଏ ପର୍ଯେନ୍ତ ଜଙ୍ଗଲ ରେ ସର୍ଚ୍ଚ ଅପେସନକ ଜାରି ରହିଥିବା ବେଳେ ଏବେ ବି ଆଉ କମ୍ବିନ ଜାରି ରହିଥିବା ସୂଚନା ।

ବାଇଟ-୧-ରାଜ୍ ପ୍ରସାଦ, ଏସପି, ବୌଦ୍ଧ

Monday, April 22, 2024

ନୂଆପଡା ଜିଲ୍ଳାରେ ଚାଲିଛି ଜୋରଦାର ପ୍ରଚାର,

ନୂଆପଡା - ଆସନ୍ତା 13 ମେ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ନୂଆପଡା ଜିଲ୍ଲାରେ ବିଭିନ୍ନ ରାଜନୀତି ଦଳ ମାନଙ୍କ ଦ୍ୱାରା ଜୋରଦାର ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି l ଏହି ପରିପେକ୍ଷୀ ରେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଙ୍କ ପାଇଁ ବିଭିନ୍ନ ଗ୍ରାମ, ପଡା, ସାହି କୁ ଯାଇ ତାଙ୍କର ଧର୍ମପତ୍ନୀ ଶୁଚି ପଣ୍ଡା ପ୍ରଚାର କରୁଛନ୍ତି l ଆଜି ନୂଆପଡା ନିର୍ବାଚନ ମଣ୍ଡଳୀ ର ବାଗମୁଣ୍ଡା, ଶିଆଳଲଟି, ଭାଲୁକୋନା ଗ୍ରାମରେ ପହଂଚି ଲୋକଙ୍କ ସହିତ ମିସି ଆଗାମୀ ନିର୍ବାଚନ ରେ ମୋଦିଜୀ ଙ୍କ ହାତ ମୁଠା କୁ ଟାଣ କରିବାକୁ ଡବଲ ଇଂଜିନ ର ସରକାର କରିବାକୁ ଲୋକଙ୍କୁ ନିବେଦନ କରିଥିଲେ ଏବଂ ଲୋକଙ୍କ ସହିତ ମିଶିଥିଲେ ତାଙ୍କୁ ମଧ୍ୟ ବିଭିନ୍ନ ଗ୍ରାମରେ ଲୋକେ ଜୋରଦାର ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ସେ ଆଶାବାଦୀ ଯେ ଆଗାମୀ ନିର୍ବାଚନ ବିଜେପି ବିଧାୟକ ପ୍ରାର୍ଥୀ ତାଙ୍କ ସ୍ୱାମୀ ଅଭିନନ୍ଦନ ପଣ୍ଡା ସୁନିଶ୍ଚିତ ବିଜୟୀ ହେବେ ଆଶା ବାନ୍ଧିଛନ୍ତି l


ନୁଆପଡ଼ାରୁ ବିରବଲ ପ୍ରଧାନଙ୍କ ରିପୋର୍ଟ PMJ ନିଉଜ ଓଡିଶା

5 ଦିନ ଧରି ହେବ ପ୍ରଥମ ବାର୍ଷିକ ଉତ୍ସବ, ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ ନାରାୟଣନଗର ଗ୍ରାମର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ରାଜେନ୍ଦ୍ର ମେ...