Thursday, November 21, 2024

ମନ୍ଦିର ପ୍ରତିଷ୍ଠା ପାଇଁ ଅଣାଗଲା 1000 ବସ୍ତା ଚାଉଳ

ମନ୍ଦିର ପ୍ରତିଷ୍ଠା ପାଇଁ ଅଣାଗଲା 1000 ବସ୍ତା ଚାଉଳ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଗ୍ରାମରେ ଆସନ୍ତା ଜାନୁଆରୀ 24 ରିଖରୁ ଫେବୃୟାରୀ 3 ତାରିଖ ଏଗାର ଦିନ ବ୍ୟାପି ଶ୍ରୀଜଗନ୍ନାଥ ଓ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ଯୁଗ୍ମ ମନ୍ଦିର ନିର୍ମାଣ କରାଯିବ l ଏଥି ନିମନ୍ତେ ଭକ୍ତ ମାନଙ୍କ ପାଇଁ ହରିହlଟ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ l ଏହି ପ୍ରସାଦ ସେବନ ପାଇଁ ଏକ ଟ୍ରାକରେ ରୟପୁର ସହର ବରଦାବଜାର ଠାରୁ ଏକ ହଜାର ବସ୍ତା ଚାଉଳ ଅଣାଯାଇଥିଲା l ଏହା ପରେ ତ୍ରିବେଣୀ ଛକଠାରେ ଉକ୍ତ ଟ୍ରକକୁ ପୂଜାର୍ଚନା କରାଯାଇ ଥିଲା l ପୂଜାର୍ଚନା ଧର୍ମୁଧର ମେହେର କରିଥିବା ବେଳେ ଏକ ଶୋଭାଯାତ୍ରାରେ ହରିବୋଲ ହୁଳହୁଳି ଶଙ୍ଖ ଘଣ୍ଟ ବଜାଇ ଉକ୍ତ ଚାଉଳକୁ ନେଇ ଜଗନ୍ନାଥ ମନ୍ଦିର ଠାରେ ରଖା ଯାଇଥିଲା l ଏଥିରେ ମନ୍ଦିର କମିଟିର ସଭାପତି ରାଜେନ୍ଦ୍ର ମେହେର, ଉପସଭାପତି ଉପେନ୍ଦ୍ର ମେହେର, ଗୋପାଳ ମେହେର, ଜଗନ୍ନାଥ ବେହେରା, ନେପାଳ ମେହେର, କଡ଼କୁ ମେହେର, ସାଧୁ ମେହେର, କୁନା ମେହେର, ପିଣ୍ଟୁ ମିର୍ଦ୍ଧା, ରଞ୍ଜିତ ମେହେର, ସୁନିତ ସାହୁ, ମଧୁ ମେହେର, ବାବୁ ମେହେର, ଶମ୍ଭୁ ମେହେର, ବିଜୟ ମେହେର, ଲୋଚନ ମେହେର, ମନ୍ଦିର ନିର୍ମାଣ କମିଟିର ସମସ୍ତ ସଦସ୍ୟ ଓ ନାରାୟଣନଗର ଗ୍ରାମବାସୀ ସାମିଲ ହୋଇଥିଲେ l

ଭାରତ ମହିଳା ବିଶ୍ବକପ ଚାଂପିଅନ୍.

*-ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ମହିଳା ବିଶ୍ବକପ ଚାଂପିଅନ୍* *-ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇଲା ଭାରତ* *-ଦୀପ୍ତି ଶର୍ମାଙ୍କୁ ମିଳିଲା ସର୍ବାଧିକ ...